www.samajalive.in
Saturday, December 13, 2025
14.1 C
Bhubaneswar

ୟୁକ୍ରେନକୁ ସାହାଯ୍ୟ କଲେ ଏଲନ୍ ମସ୍କ

କିଭ୍‍ : ଚାଲିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ । ଆଜି ଚତୁର୍ଥ ଦିନରେ ପହଞ୍ଚିଛି ଯୁଦ୍ଧ । ଏନେଇ ଆଜି ଏଲନ୍ ମସ୍କ ତାଙ୍କର ବିବୃତି ରଖିଛନ୍ତି । ସେ କହିଛନ୍ତି ତାଙ୍କ କମ୍ପାନୀ ସ୍ପେସ୍ ଏକ୍ସର ଷ୍ଟାରଲିଙ୍କ ଉପଗ୍ରହ ବ୍ରଡବ୍ୟାଣ୍ଡ ସେବା ୟୁକ୍ରେନରେ ସକ୍ରିୟ ହୋଇଛି। ଦେଶର ଉପ-ପ୍ରଧାନମନ୍ତ୍ରୀ ତଥା ଡିଜିଟାଲ ଟ୍ରାନ୍ସଫର୍ମେସନ୍ ମନ୍ତ୍ରୀ ମାଇଖାଇଲୋ ଫେଡୋରୋଭ ରୁଷର ଆକ୍ରମଣକୁ ପ୍ରତିରୋଧ କରିବା ନେଇ ତାଙ୍କ ସହ ଆଲୋଚନା କରିଥିଲେ । ଉପଗ୍ରହ ଭିତ୍ତିକ ଯୋଗାଯୋଗ ଯୋଗାଇବାକୁ ଅନୁରୋଧ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଏଲନ୍ ମସ୍କ କହିଛନ୍ତି ।

୨୫ ଟି ଦେଶରେ ୧,୪୫,୦୦୦ ଉପଭୋକ୍ତାଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଛି । ମସ୍କଙ୍କ କହିବା ଅନୁସାରେ ଲେଜର ଉପଗ୍ରହ ଲିଙ୍କଗୁଡ଼ିକ ସୁଗମ କାର୍ୟ୍ୟ ଏବଂ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ କଭରେଜକୁ ସୁନିଶ୍ଚିତ କରେ । ୟୁକ୍ରେନରେ ଷ୍ଟାରଲିଙ୍କ ସେବା ଯୋଗାଇବା ପାଇଁ ଫେଡୋରୋଭ ତାଙ୍କୁ ନିବେଦନ କରିବାର ପ୍ରାୟ ୧୦ ଘଣ୍ଟା ପରେ ଏଲନ ମସ୍କଙ୍କ ଟ୍ୱିଟ କରିଥିଲେ । ୟୁକ୍ରେନର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଏବଂ ଫେଡୋରୋଭ ପରେ ଏଲନ୍ ମସ୍କ ଏବଂ ଆମେରିକାର ରାଷ୍ଟ୍ରଦୂତ ଅକ୍ସାନା ମାର୍କାରୋଭାଙ୍କୁ ଧନ୍ୟବାଦ ଜଣାଇଲେ ଯାହା ସେମାନଙ୍କୁ ୟୁକ୍ରେନରେ ଷ୍ଟାରଲିଙ୍କ୍ ସକ୍ରିୟ କରିବାକୁ ଅନୁମତି ଦେଇଥିଲା ।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories