www.samajalive.in
Saturday, December 6, 2025
23.1 C
Bhubaneswar

ରୁଷରେ ମନିଟାଇଜେସନ ବନ୍ଦକଲା ଗୁଗଲ !

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ସର୍ବଶ୍ରେଷ୍ଠ ସୋସିଆଲ ମିଡିଆ ଗୁଗଲ ତାର ମନିଟାଇଜେସନ ବନ୍ଦ କରିଥିବା ସୂଚନା ମିଳିଛି । ଗୁଗଲ ଏହାର ସମସ୍ତ ପ୍ଲାଟଫର୍ମରେ ବିଜ୍ଞାପନ ସହିତ ବିଷୟବସ୍ତୁ ଗୁଡ଼ିକୁ ମନିଟାଇଜ କରିବା ପାଇଁ ମନା କରିଥିବା ଜଣାପଡ଼ିଛି । ଏକ ଜାତୀୟ ଗଣମାଧ୍ୟମରେ ଏନେଇ ସୂଚନା ଦିଆଯାଇଛି । ରୁଷର ରାଷ୍ଟ୍ରାୟତ୍ତ ଗଣମାଧ୍ୟମର କ୍ଷମତାକୁ ବିରାମ ଦେଉଛି ଗୁଗଲ । ଗଣମାଧ୍ୟମର ସୂଚନା ମୁତାବକ ବର୍ତ୍ତମାନ ୟୁଟ୍ୟୁବରେ ବିଜ୍ଞାପନ ଚଳାଇବା ସମ୍ଭବ ହେବ ନାହିଁ ।

ଗୁଗଲରେ ଜିମେଲ୍ ବ୍ୟବହାର କରି ଅନ୍ୟ କୌଣସି ସେବା ମଧ୍ୟ କରିବ ନାହିଁ । ଏନେଇ ଗୁଗଲ ମୁଖପାତ୍ର ମାଇକେଲ ଅସିମାନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଅସିମାନ କହିଛନ୍ତି ଆମେ ସମସ୍ତ ଦିଗ ଉପରେ ନଜର ରଖିଛୁ । ଆବଶ୍ୟକ ସ୍ଥଳେ ଆହୁରି ପଦକ୍ଷେପ ଗ୍ରହଣ କରିବୁ । ୟୁଟ୍ୟୁବ ୟୁକ୍ରେନରୁ ରୁଷର ଚ୍ୟାନେଲ ଆରଟିଓକୁ ବନ୍ଦ କରିଛି । ୟୁଟ୍ୟୁବରେ ଆରଟିଓ ଏବଂ ଅନ୍ୟାନ୍ୟ ରୁଷୀୟ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା କାରଣ ୟୁକ୍ରେନ ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସେମାନଙ୍କ ପ୍ରବେଶ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଘଟଣାକୁ ନେଇ ୟୁଟ୍ୟୁବ୍ ମୁଖପାତ୍ର ଇଭି ଚୋଇ ମଧ୍ୟ ତାଙ୍କର ପ୍ରତିକ୍ରିୟା ରକିଛନ୍ତି । ସେ କହିଛନ୍ତ ୟୁକ୍ରେନରେ ‘ଅସାଧାରଣ ପରିସ୍ଥିତି’ ଯୋଗୁ ଏପରି ହୋଇଛି । ଆମେ ଏହି ଚ୍ୟାନେଲଗୁଡିକ ପାଇଁ ସୁପାରିଶକୁ ଯଥେଷ୍ଟ ସୀମିତ କରିବୁ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ମଧ୍ୟ କୁହାଯାଇଛି ଚ୍ୟାନେଲ ଏବଂ ଭିଡିଓଗୁଡିକ ୟୁଟ୍ୟୁବର ନିୟମ ଉଲ୍ଲଂଘନ କରିଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories