www.samajalive.in
Saturday, December 6, 2025
23.1 C
Bhubaneswar

୧୯୮ ଭାରତୀୟଙ୍କୁ ଧରି ବୁଖାରେଷ୍ଟରୁ ଉଡ଼ାଣ ଭରିଲା ଚତୁର୍ଥ ବିମାନ: ଏସ ଜୟଶଙ୍କର

ନୂଆଦିଲ୍ଲୀ: ଚତୁର୍ଥ ଦିନରେ ପହଞ୍ଚିଛି ୟୁକ୍ରେନ-ରୁଷ୍‌ ଯୁଦ୍ଧ। ୟୁକ୍ରେନର ପରିସ୍ଥିତି ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି। ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ଅନେକ ଧନ ଜୀବନ ନଷ୍ଟ ହୋଇସାରିଛି। ଇତି ମଧ୍ୟରେ ହଜାର ହଜାର ଭାରତୀୟ ନାଗରିକ ଏବଂ ଛାତ୍ର ୟୁକ୍ରେନରେ ଫସି ରହିଥିଲେ, ଯେଉଁମାନଙ୍କୁ ଭାରତ ସରକାର ଅପରେସନ୍ ଗଙ୍ଗା ମାଧ୍ୟମରେ ସ୍ବଦେଶ ଫେରାଇ ଆଣିବା ଅଭିଯାନ ଚଳାଇଛନ୍ତି। ଆଜି ୧୯୮ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଦିଲ୍ଲୀ ଆଣିବା ପାଇଁ ଚତୁର୍ଥ ବିମାନ ବୁଖାରେଷ୍ଟ(ରୋମାନିଆ)ରୁ ଉଡ଼ାଣ ଭରି ସାରିଛି। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ ଜୟଶଙ୍କର।

ଏଠାରେ ଉଲ୍ଲେଖଯୋଗ୍ୟ, ଶନିବାର ଦ୍ବିପ୍ରହର ସମୟରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ଏୟାର ଇଣ୍ଡିଆର ପ୍ରଥମ ବିମାନ ୨୧୯ ଭାରତୀୟ ନାଗରିକଙ୍କୁ ନେଇ ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିଥିଲା। ରୁଷ୍‌ର ଆକ୍ରମଣ ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନେ କୌଣସି ପ୍ରକାର ସୀମା ପାର ହୋଇ ପଡ଼ୋଶୀ ଦେଶ ରୋମାନିଆରେ ପହଞ୍ଚିଥିଲେ ଓ ସେମାନଙ୍କ ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଅଭିଯାନ ମାଧ୍ୟମରେ ଶନିବାର ଆଉ ଦୁଇଟି ବିମାନ ପଠାଇଥିଲେ। ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ବୁଖାରେଷ୍ଟ ଏବଂ ଅନ୍ୟ ପଡୋଶୀ ଦେଶ ହଙ୍ଗେରୀକୁ ବିମାନର ବ୍ୟବସ୍ଥା କରିଥିଲା।

- Advertisement -

ୟୁକ୍ରେନରେ ଅବସ୍ଥା ବିଗିଡିବା ପରେ ଗୁରୁବାର ଦିନ ୟୁକ୍ରେନ କର୍ତ୍ତୃପକ୍ଷ ଯାତ୍ରୀବାହୀ ବିମାନ ପାଇଁ ନିଜ ଦେଶର ଆକାଶ ସୀମା ବନ୍ଦ କରିଦେଇଥିଲେ। ଏହି କାରଣରୁ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଆଣିବା ପାଇଁ ବୁଖାରେଷ୍ଟ ଏବଂ ବୁଡାପେଷ୍ଟରୁ ବିମାନଗୁଡିକ ଚଳାଚଳ କରୁଛି।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories