www.samajalive.in
Saturday, December 6, 2025
23.1 C
Bhubaneswar

୧୯୬୯ ମାଟ୍ରିକ ବ୍ୟାଚ୍‍ ବନ୍ଧୁ ମିଳନ

ବାଙ୍କୀ: ଡମପଡା ପ୍ରୀତମ କୁମାରୀ ବିଦ୍ୟାମନ୍ଦିରର ୧୯୬୯ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ଉତ୍ସବ କୋଭିଡ୍‍ କଟକଣା ସହ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅରାଚଣ୍ଡୀ ମନ୍ଦିର ପରିସରରେ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ଏହି ବ୍ୟାଚର ବନ୍ଧୁମାନେ ଏକାଠି ହୋଇ ବହୁ ପୁରୁଣା ଦିନର ସ୍ମୃତି ଓ ଅନୁଭୂତୀକୁ ମନେପକାଇ ନିଜ ଭିତରେ ଆତ୍ମିୟତା ବାଣ୍ଟିଥିଲେ। ସମସ୍ତ ବନ୍ଧୁମାନେ ପରିଣତ ବୟସରେ ପହଞ୍ଚିଥିବାରୁ ନିଜର ପରିବାର ସମ୍ପର୍କରେ ଆଲୋଚନା କରି ବର୍ତ୍ତମାନ ସମୟରେ ବୃକ୍ଷରୋପଣ, ପରିବେଶ ସୁରକ୍ଷା ଏବଂ ନିୟମିତ ବ୍ୟାୟାମର ଆବଶ୍ୟକତାକୁ ଅନୁଭବ କରି ସୁସ୍ଥ ଜୀବନ ଯାପନ ପାଇଁ ପୁଷ୍ଟିକର ଖାଦ୍ୟ ଏବଂ ଆଧ୍ୟାତ୍ମିକ ମାର୍ଗ ଦର୍ଶନ ପାଇଁ ଆଲୋଚନା କରିଥିଲେ। ବୟସ ବଢିଥିବାରୁ ବିଗତବର୍ଷ ପରି ଚଳିତବର୍ଷ ଏଠାରେ ଏହି ବନ୍ଧୁ ମିଳନ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଆଲୋଚନା କରାଯାଇଛି। ବନ୍ଧୁ ଶୁକାନ୍ତ ବେହେରା, ହରିହର ସ୍ୱାଇଁ, କବିରାଜ ପରିଡା, ଦେବରାଜ ରାଉତ, ମଦନମୋହନ ସାମନ୍ତରାୟ, ବିନୋଦ ବିହାରୀ ଦାସ, ମୁରଲିଧର ଧଳ ପ୍ରମୁଖ ୪୦ଜଣ ପୁରାତନ ଛାତ୍ର ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗଦାନ କରିଥିଲେ। ହରିହର ସ୍ୱାଇଁଙ୍କ ଦ୍ୱାରା ଲେଖାଯାଇଥିବା ଡମପଡାଗଡ ଇତିହାସ ପୁସ୍ତକ ଏବଂ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇ ଡମପଡା ଇତିହାସ ରଚନା ପାଇଁ ଶ୍ରୀ ସ୍ୱାଇଁଙ୍କୁ ବ୍ୟାଚ ପକ୍ଷରୁ ପ୍ରଶଂସା କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories