ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ଗୋଲାପ ନାୟକ ନିର୍ବାଚିତ ହୋଇଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦୀ ଗାନ୍ଧାରୀ ମହାପାତ୍ରଙ୍କୁ ପରାସ୍ତ କରି ସେ ଦ୍ଵିତୀୟ ଥର ପାଇଁ ସରପଞ୍ଚ ହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ୨୦୧୭ରେ ନିର୍ବାଚିତ ସରପଞ୍ଚ ବିବାଦୀୟ ଘଟଣା କ୍ରମେ ବରଖାସ୍ତ ହେବା ପରେ ନାଏବ ସରପଞ୍ଚ ଥିବା ଗୋଲାପ ନାୟକଙ୍କୁ ସରପଞ୍ଚ ଦାୟିତ୍ଵ ଦିଆଯାଇଥିଲା। ୨୦୨୨ ପଞ୍ଚାୟତିରାଜ ନିର୍ବାଚନରେ ଗୋଲାପ ନାୟକ ସିଧାସଳଖ ସରପଂଚ ନିର୍ବାଚିତ ହୋଇଛନ୍ତି। ଗୋଲାପଙ୍କୁ ସର୍ବାଧିକ ୧୩୩୦ ଖଣ୍ଡ ଭୋଟ ମିଳିଥିବା ବେଳେ ଗାନ୍ଧାରୀଙ୍କୁ ୮୮୫ ଖଣ୍ଡ ଭୋଟ ମିଳିଛି।
Popular Categories



