www.samajalive.in
Sunday, December 14, 2025
17.1 C
Bhubaneswar

ଭରସା ପାଉନି, ଷ୍ଟ୍ରଙ୍ଗରୁମ ସମ୍ମୁଖରେ ପ୍ରହରା ଦେଉଛନ୍ତି ସମର୍ଥକ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ୨୨ ତାରିଖରେ ଶେଷ ହୋଇଛି। ଏହି ବ୍ଲକର ତିନୋଟି ଜୋନର ପ୍ରାର୍ଥୀମାନଙ୍କର ଭାଗ୍ୟ ଭୋଟ ବାକ୍ସ ଭିତରେ ବନ୍ଦ ହୋଇ ବ୍ଲକ ପରିସରରେ ଥିବା ସଭାଗୃହରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ରଖାଯାଇଛି। ହେଲେ ପ୍ରଶାସନ ଉପରେ ଭରସା ରଖୁନଥିବା ପ୍ରାର୍ଥୀ ସମର୍ଥକମାନେ ଦିନରାତି ପହରା ଦେଉଛନ୍ତି। ପାଟଣା ବ୍ଲକର ତିନୋଟି ଜୋନ ୨୧,୨୨,୨୩, ନଂ ଜୋନର ପ୍ରାର୍ଥୀ ସମର୍ଥକମାନେ ବ୍ଲକ ପରିସର ମଧ୍ୟରେ ତମ୍ବୁ ମାରି ତମ୍ବୁ ତଳେ ରହି ଜଗି ରହିଥିବା ଦେଖିବାକୁ ମିଳୁଛି। ଏଣୁ ୨୬,୨୭ ଓ ୨୮ ତିନିଦିନ ଭୋଟ ଗଣତି ଥିବାବେଳେ ଭୋଟ ଗଣତିର ଶେଷ ପର୍ଯ୍ୟନ୍ତ ସେହି ତମ୍ବୁ ତଳେ ପାଳି କରି ଭୋଟ ବାକ୍ସ କୁ ଜଗି ରହିବେ ବୋଲି ତମ୍ବୁ ତଳେ ବସି ରହିଥିବା ପ୍ରାର୍ଥୀ ସମର୍ଥକମାନେ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories