ଜିଲାପାଳଙ୍କ ରାଜେନ୍ଦ୍ର ପାର୍କ, ଶିଶୁ ଉଦ୍ୟାନ ସହ ଜଳାଶୟ ପରିଦର୍ଶନ

ବଲାଙ୍ଗିର: ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ଗୁରୁବାର ସକାଳୁ ରାଜେନ୍ଦ୍ର ପାର୍କ ଓ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିର୍ମାଣ କାର୍ଯ୍ୟର ଅଗ୍ରଗତି କ’ଣ ହୋଇଛି ତାହା ବୁଲି ଦେଖିଛନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସମ୍ପନ୍ନ କରଙ୍ଗାକଁଟା ଓ ରାଣୀବନ୍ଧ ଜଳାଶୟର ସୌନ୍ଦର୍ଯ୍ୟକରଣ ପାଇଁ ପରିଦର୍ଶନ କରିଛନ୍ତି ସହ ଆନୁସାଙ୍ଗିକ ସୁବିଧା ପାଇଁ ମହାଲକ୍ଷ୍ମୀ ନଗରଠାରେ ଥିବା ପ୍ରସ୍ତାବିତ ଅଡ଼ିଟୋରିୟମ୍‍ ସାଇଟ୍‍କୁ ମଧ୍ୟ ପରିଦର୍ଶନ କରିଥିଲେ ଜିଲାପାଳ ଶ୍ରୀ ରାଣା। ଏହି ପରିଦର୍ଶନ ସମୟରେ ଜିଲାପାଳଙ୍କ ସହ ବଲାଙ୍ଗିର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଯନ୍ତ୍ରୀ ରୋଜାଲିସା ରାଉତ, ଗୋଲକ ବିହାରୀ ସାହୁ, ଅମିନ ଶ୍ୱେତ ତ୍ରିପାଠୀ ପ୍ରମଖ ଉପସ୍ଥିତ ଥିଲେ।

Comments are closed.