www.samajalive.in
Sunday, December 7, 2025
23.1 C
Bhubaneswar

୨ଦିନରେ ୩ରାଜ୍ୟ ଗ୍ରସ୍ତ;ଓଡ଼ିଶା ଅସୁଛନ୍ତି ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପୂର୍ଣ୍ଣ ରୂପେ ନିର୍ବାଚନ ମୋଡ୍‍ରେ ଆସି ଯାଇଛନ୍ତି। ଆଗାମୀ ୨ଦିନରେ ମୋଦୀ ୩ଟି ରାଜ୍ୟ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୋଦୀ କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଲୋକାର୍ପଣ କରିବା ସହ ସମ୍ପୃକ୍ତ ରାଜ୍ୟର ୧୮ଟି ଲୋକସଭା କ୍ଷେତ୍ର ସହ ଯୋଡ଼ିବାର କାର୍ଯ୍ୟକ୍ରମ ରହିଛି।
ଆଗାମୀ ୨ଦିନ ମଧ୍ୟରେ ୩ଟି ରାଜ୍ୟର ଗ୍ରସ୍ତ କରିବେ ମୋଦୀ। ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଗ୍ରସ୍ତରେ ମୋଦୀ ଆସି ତାଙ୍କ ମହତ୍ୱାକାଂକ୍ଷୀ ଯୋଜନା ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ। ପ୍ରଥମେ ମୋଦୀ ଓଡ଼ିଶା ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପିର ଦୃଷ୍ଟିକୋଣରୁ ଓଡ଼ିଶା ଏକ ସମ୍ଭାବ୍ୟ ରାଜ୍ୟ। ଓଡ଼ିଶାରେ ବିଜେଡି ସରକାର ଗଡ଼ରେ ବିଜେପି ତା’ର ସ୍ଥିତି ସୁଧାରିବାର ଆଶା ରଖିଛି। ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଆସନ ଅଧିକାର କରିବାର ଆଶା ବାନ୍ଧିଛି। ଏକଦିବସୀୟ ଏହି କାର୍ଯ୍ୟକ୍ରମରେ ମୋଦୀ ୨ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ୨ଟି ସାଧାରଣ ସଭାରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଜନସଭା ପଶ୍ଚିମଓଡ଼ିଶାର ଝାରସୁଗୁଡ଼ା ଓ ଅନ୍ୟଟି ତାଳଚେର ଅନୁଗୋଳରେ କରିବେ। ଏହି ଦୁଇଟି ଜନସଭା ମାଧ୍ୟମରେ ମୋଦୀ ୫ଟି ସଂସଦୀୟ କ୍ଷେତ୍ରର ଅଞ୍ଚଳବାସୀଙ୍କୁ ସମ୍ବୋଧୀତ କରିବେ। ସମ୍ବଲପୁର, ଢେଙ୍କାନାଳ, ବରଗଡ଼, ଯାଜପୁର ଓ ସୁନ୍ଦରଗଡ଼ ପ୍ରମୁଖ ସଂସଦୀୟ କ୍ଷେତ୍ରର ଅଞ୍ଚଳବାସୀ ଏହି ସାଧାରଣ ସଭାରେ ଯୋଗ ଦେବେ।
ଓଡ଼ିଶା ପରେ ମୋଦୀ ଛତିଶଗଡ଼ ଗ୍ରସ୍ତ କରିବେ। ଏଠାରେ ମଧ୍ୟ ୨ଟି ସାଧାରଣ ସଭାରେ ଯୋଗ ଦେଇ ମୋଦୀ ୫ଟି ଲୋକସଭା ନିର୍ବାଚନ କ୍ଷେତ୍ରର ଭୋଟରଙ୍କୁ ସମ୍ବୋଧୀତ କରିବେ। ଛତିଶଗଡ଼ର ଜାଂଜଗିରା ଚାମ୍ପାରେ ମୋଦୀ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଏଠାରେ ମଧ୍ୟ କିଛି ଯୋଜନାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟରେ ବିକାଶ ଯୋଜନା ଓ କୃଷକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଜାଂଜଗିରା ଚାମ୍ପା, ରାୟଗଡ଼, ସହସୂଜା, ରାୟପୁର, ବିଲାସପୁର ପ୍ରମୁଖ ଅଞ୍ଚଳ ସମେତ ମହାସମୁଦ ସାମିଲ ରହିଛି। ୪.୪୫ ଅପରାହ୍ନରେ ମୋଦୀଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ବାୟୁସେନାର ଏକ ହେଲିକପ୍ଟର ତାଙ୍କୁ ରାୟପୁର ନେଇଯିବ। ପରେ ବିମାନରେ ମୋଦୀ ଦିଲ୍ଲୀ ଫେରିଯିବେ।
ଓଡ଼ିଶା ଓ ଛତିଶଗଡ଼ର ଦିନେ ପରେ ମୋଦୀ ଝାଡ଼ଖଣ୍ଡ ଯିବେ। ୨୩ସେପ୍ଟେମ୍ବର ସକାଳେ ରାଞ୍ôଚସ୍ଥିତ ପ୍ରଭାତ ତାରା ପଡ଼ିଆରେ ମୋଦୀ ପହଞ୍ôଚବେ। ସେଠାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ କରାଯିବ। ଏହି ଯୋଜନାର ଶୁଭାରମ୍ଭ ପାଇଁ ମୋଦୀ ଝାଡ଼ଖଣ୍ଡକୁ ବାଛିଛନ୍ତି। ଝାଡ଼ଖଣ୍ଡରେ ଯୋଜନାର ଲୋକାର୍ପଣ ପରେ କୋଡ଼ରମା ଓ ଚାଇବାସାରେ ନିର୍ମାଣ ହେଉଥିବା ମେଡିକାଲ କଲେଜର ଶିଳାନ୍ୟାସ କରିବେ। ଝାଡ଼ଖଣ୍ଡରେ ମୋଦୀ ୭ଟି ଲୋକସଭା କ୍ଷେତ୍ରସହ ଯୋଡ଼ିବାର କାର୍ଯ୍ୟକ୍ରମ ରହିଛି। ରାଞ୍ଚି, ଖୁଣ୍ଟି, ଲୋହରଦଗା, ହଜାରିବାଗ, ଚାଇବାସା, କୋଡରମା ଓ ଗିରିଡିହର ଅଞ୍ଚଳବାସୀଙ୍କ ସହ ପ୍ରଧାନମନ୍ତ୍ରୀ ସିଧାସଳଖ ଯୋଡ଼ିବାର କାର୍ଯ୍ୟକ୍ରମ ରହିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories