www.samajalive.in
Sunday, December 14, 2025
19.1 C
Bhubaneswar

ରେଙ୍ଗାଲି ବ୍ଳକରେ ସରିଲା ତ୍ରିସ୍ତରୀୟ ନିର୍ବାଚନ; ଖାଁ ଖାଁ ଲାଗୁଛି ଏବେ ଗାଁ

ରେଙ୍ଗାଲି: ରେଙ୍ଗାଲି ବ୍ଳକରେ ସରିଛି ତ୍ରିସ୍ତରୀୟ ନିର୍ବାଚନ ସରିଯାଇଛି। ନିର୍ବାଚନ ସରିଗଲା ପରେ ଗାଁ ଏବେ ଖାଁ ଖାଁ ଲାଗୁଛି। ନେତା, କୁଜି ନେତା କର୍ମୀଙ୍କ ଗହଳ ଚହଳ ବି ନାହିଁ । ଭୋଟ ପ୍ରଚାରରେ ବ୍ୟବହୃତ ଡାକବାଜି ବାଜି ଯନ୍ତ୍ରର ଶୁଭୁନାହିଁ ଶବ୍ଦ। ଗାଁ ଗାଁରେ ଗତ କିଛି ଦିନ ହେଲା ଚାଲିଥିବା ଭୋଜି ଭାତର ଆସର ବି ବନ୍ଦ ହୋଇଯାଇଛି। ଗାଁ ପରିବେଶ ଏବେ ଶାନ୍ତ। ଏବେ ଖଟିମାନଙ୍କରେ କେଉଁ ବୁଥରେ କିଏ କେତେ ଭୋଟ ପାଇବ। କିଏ ଜିତିବ କିଏ ହାରିବ ଏହାକୁ ନେଇ ଚାଲିଛି ହିସାବ ନିକାଶ । ଚା ଦୋକାନ, ପାନ ଦୋକାନରେ ଜମୁଥିବା ଖଟିରେ କିଏ କେଉଁ ପଞ୍ଚାୟତରେ ଜିତିବ କିଏ ହାରିବ କାହିଁକି ହାରିବ ଏହାକୁ ନେଇ କର୍ମୀ ତଥା ରାଜନୀତିରେ ରୁଚି ରଖୁଥିବା ମହଲରେ ଚାଲିଛି ଜୋରଦାର ଚର୍ଚ୍ଚା। ଦଳ ରେ ଏବଂ ସାଙ୍ଗ ରେ ଥାଇ କେଉଁ ନେତା ଓ କର୍ମୀ ଅନ୍ତର୍ଘାତି କାର୍ଯ୍ୟ କରିଛନ୍ତି ଏହାକୁ ନେଇ ମଧ୍ୟ ବିଭିନ୍ନ ଦଳରେ ଖୋଳତାଡ ଚାଲିଛି। ସମିତି ସଭ୍ୟରେ ବିଜୟୀ ହେଲେ କିଏ ବ୍ଳକ ଅଧ୍ୟକ୍ଷ ହେବ। କେଉଁ ନେତାର କେତେଜଣ ସମତି ସଭ୍ୟଙ୍କ ବିଜୟ ନିଶ୍ଚିତ ଜଣା ପଡୁଛି ଖଟି ମାନଙ୍କରେ ଏହାର ତର୍ଜମା ଚାଲିଛି। ଅଧ୍ୟକ୍ଷ ଆସନ ଉପରେ ନଜର ରଖିଥିବା ନେତାମାନେ ପ୍ରତି ପଞ୍ଚାୟତରେ ଛିଡା କରାଇଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରୁ କିଏ ଜିତିବ କିଏ ହାରିବ ଅଙ୍କ କଷାରେ ବ୍ୟସ୍ତ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories