www.samajalive.in
Sunday, December 7, 2025
13.1 C
Bhubaneswar

ତିନୋଟି କବାଟ କଣା କରି ଘର ଭିତରକୁ ପଶିଥିଲା ଗୁଳି -ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ଗୁଳି କରିଥିବା ଦୁଇ ଅଭିଯୁକ୍ତ ଗିରଫ

 

ରେଙ୍ଗାଲି – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌ ଘିଚାମୁରା ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଲଲିତ କୁମାର ସାହୁ(କୁନୁ) ଙ୍କ ବେଉଁରା ସ୍ଥିତ ବାସ ଭବନ ଉପରେ ମଙ୍ଗଳବାର ରାତି ପ୍ରାୟ ଗୋଟାଏ ସମୟରେ ସମୟରେ ଦୁଇ ରାଉଣ୍ଡ ଗୁଳି ମାଡ ହୋଇଥିବା ନେଇ ଠେଲକୋଲୋଇ ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତ୍ତ ମାନେ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହିତ ଲଲିତ ସାହୁ ଘର ସାମ୍ନା ଗେଟ୍‌ ରୁ ଘର ଭିତର କୁ ଲକ୍ଷ୍ୟ କରି ୨ୟ ରାଉଣ୍ଡ ଗୁଳି ଚାଳନା କରିଥିଲେ ।ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ତନଘନା କରି ବେଉଁରା କିସାନପଡା ର ଦୁଇ ଜଣ ଅଭିଯୁକ୍ତ ଚୈତନ୍ୟ କିସାନ ଏବଂ ସୁଦର୍ଶନ କିଶାନ ଙ୍କୁ ଗିରଫ କରିଛି ।

- Advertisement -

ଗୁଳି ଶ୍ରୀ ସାହୁ ଙ୍କ ଘରେ ଲାଗିଥିବା ୩ଟି କବାଟ ଭେଦ କରି ୩ୟ କୋଠରୀରେ ପଡିଥିଲା । ୩ଟି ଯାକ କବାଟ ରେ ଛିଦ୍ର ହୋଇଯାଇଥିବାର ଦେଖିବାକୁ ମିଳିଛି । ଗୁଳି ଫୁଟିବାର ଭୟଙ୍କର ଶଦ୍ଦରେ ବେଉଁରା ଗ୍ରାମବାସୀ ଆତଙ୍କିତ ଏବଂ ଭୟଭୀତ ହୋଇପଡିଥିଲେ । ଘିଚାମୁରାର ବେଉଁରା ଅଞ୍ଚଳ ରେ ଏଭଲି ଗୁଳିକାଣ୍ଡ ଆଗରୁ କେବେ ହୋଇ ନଥିବା ସ୍ଥାନୀୟ ଲୋକ କହିଛନ୍ତି ।

ଏହା ଏକ ଶାନ୍ତି ପ୍ରିୟ ଅଞ୍ଚଳ ହୋଇଥିବାରୁ ଏହି ଘଟଣା ରେ ସଂପୃକ୍ତ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ହେବା ସହ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଏହି ପଞ୍ଚାୟତ ରେ ୯ଜଣ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଲୋକପ୍ରିୟତା ରେ ଇର୍ଷା ପରାୟଣ ହୋଇ ପ୍ରତିପକ୍ଷ ରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଏଭଲି କାଣ୍ଡ ଭିଆଇ ପରିବାର ତଥା ସମର୍ଥକମାନଙ୍କୁ ଭୟଭୀତ କରିବାକୁ ଗୁଳିଚାଳନା କରାଯାଇଛି ବୋଲି ଲଲିତ କୁମାର ସାହୁ ଅଭିଯୋଗ କରିଛନ୍ତି । ତାଙ୍କ ପ୍ରତି ବିପଦ ଥିବାରୁ ତାଙ୍କୁ ପୁଲିସ ସୁରକ୍ଷା ଦିଆଯାଉ ବୋଲି ଶ୍ରୀ ସାହୁ ଦାବୀ କରିଛନ୍ତି ।

ଗୁଳିକାଣ୍ଡ ର ସୂଚନା ପାଇ ଠେଲକୋଲୋଇ ଥାନା ଅଧିକାରୀ ବିଧୁଭୂଷଣ ମିଶ୍ର ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ସରଜମିନ ତଦନ୍ତ କରି ଲଲିତ ସାହୁ ଙ୍କ ଘର ଭିତରୁ ବନ୍ଧୁକ ରୁ ଫୁଟି ବାହାରି ଥିବା ଗୁଳି ଏବଂ ଘର ବାହାର ବାରଣ୍ଡା ପାର୍ଶ୍ୱ ରେ ପଡିଥିବା ଏକ ଖୋକା ଜବତ କରି ଛନ୍ତି । ଅପରାହ୍ନ ରେ ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଠେଲକୋଲୋଇ ଥାନା କୁ ପହଞ୍ଚି ଏହି ଘଟଣା ସଂକ୍ରାନ୍ତରେ ଅନୁଧ୍ୟାନ କରିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ତନଘନା କରି ବେଉଁରା କିସାନପଡା ର ଦୁଇ ଜଣ ଅଭିଯୁକ୍ତ ଚୈତନ୍ୟ କିସାନ ଏବଂ ସୁଦର୍ଶନ କିଶାନ ଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ଦୁଇଟି ଚୋରା ଦେଶୀ ବନ୍ଧୁକ,୨ଟି ମୋବାଇଲ୍‌ ଫୋନ୍‌ । ବହୁ ପରିମାଣ ର ଦେଶୀ ଗୁଳି ଏବଂ ଗୁଳି ତିଆରି ପାଇଁ ବ୍ୟବହୃତ ହେଉଥିବା ତରଳ ରାସାୟନିକ ସାମଗ୍ରୀ ଜବତ କରାଯାଇଛି । ଆସନ୍ତକାଲି ଅଭିଯୁକ୍ତ ଦ୍ୱୟ ଙ୍କୁ କୋର୍ଟ ଚଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ମିଶ୍ର କହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories