www.samajalive.in
Sunday, December 7, 2025
14.1 C
Bhubaneswar

ନେତାଙ୍କୁ ହତ୍ୟା ଧମକ ପରେ ଘରର ଗେଟ୍‌ ଭାଙ୍ଗି ଦେଲେ ଦୁର୍ବୃତ

ରେଙ୍ଗାଲି- ଶନିବାର ରାତି ରେ କତରବଗା ଥାନା ଅନ୍ତର୍ଗତ କିନାଲୋଇ ଏବଂ ରେଙ୍ଗଲୋଇ ପଞ୍ଚାୟତ ବିଜେପି ନେତା ଏବଂ କର୍ମୀଙ୍କୁ କିଛି ଦୁର୍ବୃତ୍ତ ହକି ଷ୍ଟିକ୍‌,ଖଣ୍ଡା ଏବଂ ବନ୍ଧୁକ ଧରି ଜୀବନ ରେ ମାରିଦେବାକୁ ଧମକ ଦେବା ସହିତ ଘର ସାମ୍ନାରେ ଥିବା ଗେଟ୍‌ ଭାଙ୍ଗି ଦେଇଥିବା ଲଇଡା ମଣ୍ଡଲ ବିଜେପି ସଭାପତି ପ୍ରକାଶ ପୃଷ୍ଟି କତରବଗା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।

ଥନାରେ ହୋଇଥିବା ଅଭିଯୋଗ ଅନୁସାରେ ଶନିବାର ରାତି ପ୍ରାୟ ୧୨ଟା୨୦ ମିନିଟ୍‌ ସମୟ ରେ ର ପ୍ରାୟ ୩୦/୩୫ ଜଣ ଲୋକ ଏକ ସ୍କୋର୍ପିଓ ଓ ୩ଟି କାର୍‌ ରେ ଘଣ୍ଟମାଲ ଗ୍ରାମ ର ରାଜେନ୍ଦ୍ର ମୁଣ୍ଡା(୩୦) ଙ୍କ ଘର କୁ ପଶି ନିର୍ବାଚନରେ ବାହାରିଲେ ତୋର ପୁଅ କୁ ଜୀବନ ରେ ମାରିଦେବୁ ବୋଲି ରାଜେନ୍ଦ୍ର ମୁଣ୍ଡାର ବାପା ସୋନୁ ମୁଣ୍ଡା କୁ ଧମକ ଦେଇଥିଲେ । ସେମାନଙ୍କ ହାତରେ ହକି ଷ୍ଟିକ୍‌,ବନଯଦୁକ ଏବଂ ଖଣ୍ଡା ଥିଲା ବୋଲି ରାଜେନ୍ଦ୍ର ର ବାପା ସୋନୁ ମୁଣ୍ଡା କହିଛନ୍ତି ବୋଲି ଥାନା ରେ ଅଭିଯୋଗ ହୋଇଛି । ଏହାପରେ ରାତି ପ୍ରାୟ ୧୨ଟା ୩୫ ମିନିଟ୍‌ ସମୟ ରେ କିନାଲୋଇ ସ୍କୁଲ ସମ୍ମୁଖ ରେ ଥିବା ରାମକୃଷ୍ଣ ଦାଶ ଙ୍କ ଘର ସମ୍ମୁଖ ରେ ବାଉଁ ଗେଟ୍‌ କୁ ଖଣ୍ଡା ରେ ଭାଙ୍ଗି ଦେଇ ଗାଳି ଗୁଳଜ କରି ନିର୍ବାଚନ ରେ ବାହାରିଲେ ଘରୁ ଉଠାଇ ନେଇ ଜୀବନ ରେ ମାରିଦେବୁ ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।

- Advertisement -

ଏହାବ୍ୟତୀତ ବ୍ୟତୀତ ରାତି ୧ଟା ସମୟ ରେ ରେଙ୍ଗଲୋଇ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁଲାମାଲ ଗ୍ରାମ ଭୀଷ୍ମଦେବ ଭୋଇ (ରାଜିନ୍ଦ୍ର) କୁ ମଧ୍ୟ ଉକ୍ତ ଗୁଣ୍ଡାମାନେ ଗାଳିଗୁଳଜ କରି ନିର୍ବାଚନ ରେ ବାହାରିଲେ ଜୀବନ ରେ ମାରିଦେବୁ ବୋଲି ଧମକ ଦେଇଥିଲେ ବୋଲି ଥାନା ରେ ହୋଇଥିବା ଲିଖିତ ଅଭିଯୋଗ ରେ ଉଲ୍ଲେଖ ରହିଛି ।

ପାଟ୍ରୋଲିଂ ବ୍ୟବସ୍ଥା କୁ ଆହୁରି କଡାକଡି କରାଯାଉ ବୋଲି ଲଇଡା ମଣ୍ଡଳ ସଭାପତି ପ୍ରକାଶ ପୃଷ୍ଟି ପୁଲିସ ପ୍ରଶାସନ ନିକଟ ରେ ଦାବୁ କରିଛନ୍ତି । କତରବଗା ଥାନାରେ କେସ୍‌ ନଂ ୧୬ ଦଫା ୧୪୭, ୧୪୮, ୪୪୭, ୫୦୬, ୪୨୭, ୧୭୧(ଇ),୧୪୯ ଆଇପିସିରେ ମାମଲା ରୁଜ୍ଜୁ କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories