www.samajalive.in
Saturday, December 6, 2025
19.1 C
Bhubaneswar

କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନରେ ବିଳମ୍ବକୁ ନେଇ ରାସ୍ତାରୋକ, ପୁଲିସ ହସ୍ତକ୍ଷେପ ପରେ ହେଲା ସ୍ବାଭାବିକ

ଧାମରା: ଧାମରା ନିକଟବର୍ତ୍ତି କରଣପଲ୍ଲୀ ପଞ୍ଚାୟତରେ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନକୁ ନେଇ ଧାମରା-ଭଦ୍ରକ ରାସ୍ତାରୋକ ହୋଇଥିଲା। ପୁଲିସର ହସ୍ତକ୍ଷେପ ପରେ ରାସ୍ତାରୋକ ଉଠିଥିଲା ଓ ଯାତାୟତ ସ୍ବାଭିବକ ହୋଇଥିଲା।
ଘଟଣାରୁ ପ୍ରକାଶ କରଣପଲ୍ଲୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଣ୍ଟ୍ରୋଲ ସାମଗ୍ରୀ ଆସି ମହଜୁଦ ଥିଲା। ଗତକାଲି ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଆଜି ସକାଳେ ଏହି ବଣ୍ଟନ ବ୍ୟବସ୍ଥାରେ ବିଳମ୍ବ ହୋଇଥିଲା। ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲେ। ଏହାର ପ୍ରତିବାଦରେ ଧାମରା-ଭଦ୍ରକ ରାସ୍ତା ଉପରେ ଏକ ଘଣ୍ଟାଧରି ରାସ୍ତାରୋକ କରାଯାଇଥିଲା।

 

- Advertisement -

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ପରବର୍ତ୍ତୀ ସମୟରେ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ ବ୍ୟବସ୍ଥାକୁ ତ୍ୱରାନ୍ୱିତ ପାଇଁ ଆଲୋଚନା ହୋଇଥିଲା। ଫଳରେ ଉତ୍ୟକ୍ତ ଲୋକେ ରାସ୍ତାରୋକ ହଟାଇଥିଲେ। ସକାଳ ୧୦-୧୧ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାତାୟତ ସଂପୂର୍ଣ ବନ୍ଦ ଥିଲା। ରାସ୍ତାରୋକ ଯୋଗୁ ବହୁ ଗାଡ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଉପରେ ଅଟକି ରହିଥିଲା।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories