www.samajalive.in
Monday, December 8, 2025
16.1 C
Bhubaneswar

ବିହାରରେ ଟେଣ୍ଡର ଦୁର୍ନୀତି: ସିଏଜି ରିପୋର୍ଟ

ପାଟନା: କେଉଁଠି ବିନା ଟେଣ୍ଡରେ କୋଟିକୋଟି ଟଙ୍କାର କାମ, ତ’କେଉଁଠି ଅନଭିଜ୍ଞ ଠିକାଦାରଙ୍କୁ ଲକ୍ଷାଧିକ ଟଙ୍କାର କାମ ଦେଇ ପୁଣି ଚର୍ଚ୍ଚାରେ ଆସିଛି ବିହାର। ବିହାରର ଟେଣ୍ଡର ଦୁର୍ନୀତିର ପର୍ଦାଫାସ କରିଛି ସିଏଜି ରିପୋର୍ଟ। ଏସବୁ ହୋଇଛି ବିହାର ସରକାରୀ ବିଭାଗରେ। ବିହାର ରାଜ୍ୟ ଭବନ ନିର୍ମାଣ ଲିଂ ନାମକ ସଂସ୍ଥା ଖୋଲି ବିହାର ସରକାର ରାଜ୍ୟର ନୂଆ କୋଠା ନିର୍ମାଣ ଓ ମରାମତି କାର୍ଯ୍ୟ ପ୍ରଦାନ କରିଥିଲେ। ଏଭଳି ଏକ କମ୍ପାନୀ ଯେଉଁଥିରେ ଦୀର୍ଘ ବର୍ଷ ଧରି କୌଣସି ମ୍ୟାନେଜିଂ ଡାଇରେକ୍ଟର ନାହାନ୍ତି। ୨୦୧୭-୧୮ବର୍ଷର ଆର୍ଥିକ ନେଣଦେଣର ହିସାବ କରିବାକୁ ଯାଇ ସିଏଜିକୁ ଏହି ତଥ୍ୟ ମିଳିଛି। ଏହି କମ୍ପାନୀକୁ କାର୍ଯ୍ୟ ଦାୟିତ୍ୱ ଦିଆଯାଉ ଥିବାବେଳେ କେନ୍ଦ୍ରୀୟ ସତର୍କତା ଆୟୋଗ(ସିବିସି) ଦ୍ୱାରା ପ୍ରଦତ୍ତ ଏହି ନିର୍ମାଣ କାର୍ଯ୍ୟ ବଣ୍ଟନ ପୂର୍ବରୁ ନା’ଗାଇଡ଼ଲାଇନକୁ ଗୁରୁତ୍ୱ ଦିଆଯାଇ ଥିଲା ନା’ ସରକାରୀ ନିୟମକୁ ପାଳନ କରାଗଲା। କିଶନଗଞ୍ଜର କୃଷି ମହାବିଦ୍ୟାଳୟ ନିର୍ମାଣ ପ୍ରକ୍ରିୟାରେ ଉଚିତ ମୂଲ୍ୟଠାରୁ ୩.୩୯କୋଟି ଅଧିକ ଟଙ୍କା ପୈଠ କରି ଦିଆଗଲା। ଆଶ୍ଚର୍ଯ୍ୟର ବିଷୟ ଅଧିକ ଟଙ୍କା ପ୍ରଦାନ ପରେ ମଧ୍ୟ ନା’ ସରକାରୀ ବିଭାଗ ନିଦ ଭାଙ୍ଗିଲା ନା’ କୌଣସି ମାମଲା ରୁଜୁ ହେଲା। ଏସବୁ ଚାଲିଥିଲା ରାଜ୍ୟରେ ଯେତେବେଳେ ୧୦ମାସ କାଳ ଜିତନ ରାମ ମାନଝି ଓ ଅବଶିଷ୍ଟ ସମୟ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିଲେ।
ବିହାର ଷ୍ଟେଟ ବିଲ୍ଡିଂ କନଷ୍ଟ୍ରାକସନ୍‍ କର୍ପୋରେସନ ଲି.ର ମୁଖ୍ୟାଳୟ ପାଟନାରେ ଅବସ୍ଥିତ। ଏହା ବିହାର ଗୃହ ନିର୍ମାଣ ବିଭାଗ ଅଧୀନରେ ରହିଛି। ଏହି ସରକାରୀ କମ୍ପାନୀ ଅଧୀନରେ ୯ଟି ପିଏସୟୁ ରହିଛି। ଏହାକୁ ୨୦୧୭-୧୮ଆର୍ଥିକ ବର୍ଷରେ ମୋଟ୍‍ ୧୭୫୪.୭୮.୦୫କୋଟି ଟଙ୍କାର କାର୍ଯ୍ୟଭାର ମିଳିଥିଲା। ସେମାନଙ୍କ ମଧ୍ୟରୁ ୫ଟି ପିଏସୟୁରେ ୧୩୦୯.୦୫କୋଟି ହେରାଫେରି ହୋଇଥିବା ସିଏଜି ଯାଞ୍ଚରେ ଜଣାପଡ଼ିଛି। ଏହି ଦୁର୍ନୀତି ରାଜ୍ୟର ୨୭ଟି ବିଭାଗର ଗୃହ ନିର୍ମାଣ ସମୟରେ କରାଯାଇ ଥିବା ସିଏଜି ରିପୋର୍ଟରେ ପର୍ଦାଫାସ ହୋଇଛି।
ଏପରିକି ବିହାର ସରକାର ୧୦ଲକ୍ଷ ମୂଲ୍ୟର ଟେଣ୍ଡର ଓପେନ ଟେଣ୍ଡର ମାଧ୍ୟମରେ ବଣ୍ଟନ କରିଛନ୍ତି। ୨୦୦୭ରୁ ସିବିସି ନିୟମ ଅନୁଯାୟୀ ୧୦ଲକ୍ଷରୁ ଊଦ୍ଧ୍ୱର୍ ମୂଲ୍ୟର ଟେଣ୍ଡର ପବ୍ଲିକ ଟେଣ୍ଡର କରିବାର ନିର୍ଦେଶ ରହିଛି। ତେବେ ବିଡ଼ମ୍ବନା ଯେ ଏସବୁ ନିୟମ ସତ୍ତେ୍ୱ ୨୦୧୪-୧୬ ମଧ୍ୟରେ ବିହାର ସରକାର ୧୯.୪୮କୋଟି ଟଙ୍କାର ଅତିରିକ୍ତ କାର୍ଯ୍ୟ ବିନା କୌଣସି ଟେଣ୍ଡରରେ ଜଣେ ଠିକାଦାରଙ୍କୁ ପ୍ରଦାନ କରି ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories