www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରସ୍ତୁତ ହେବ ବଳାତ୍କାରୀଙ୍କ ତାଲିକା

ନୂଆଦିଲ୍ଲୀ: ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧକୁ ଦୃଷ୍ଟିରେ ରଖି ସରକାର ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯୌନ ଅପରାଧୀଙ୍କ ରାଷ୍ଟ୍ରୀୟ ଡାଟାବେସ ଲୋକାର୍ପିତ କରିବାକୁ ଯାଉଛି। ଏଭଳି ପଦକ୍ଷେପ ଗ୍ରହଣ କରିବା କ୍ଷେତ୍ରରେ ଭାରତ ୯ମ ଦେଶ। ଏହି ତାଲିକାରେ ଅପରାଧୀଙ୍କ ନାମ, ଅପରାଧ,ଫଟୋ, ସ୍ଥାୟୀ ଠିକଣା, ପ୍ୟାନ ନମ୍ବର, ଅଧାର ନମ୍ବର, ଅଙ୍ଗୁଠି ଚିହ୍ନ, ଏପରିକି ଡିଏନଏ ନମୁନାକୁ ସ୍ଥାନିତ କରାଯିବ। ଉକ୍ତ ତାଲିକାରେ ୪.୫ଲକ୍ଷ ଅପରାଧୀଙ୍କ ନାମ ପ୍ରଥମ ପର୍ଯ୍ୟାୟରେ ସ୍ଥାନ ପାଇବ। ଏଥିରେ ପ୍ରଥମ ଥର କରିଥିବା ଅପରାଧୀ ଓ ଏକାଧିକ ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କ ପ୍ରୋଫାଇଲକୁ ସ୍ଥାନ ଦିଆଯିବ। ସମଗ୍ର ଦେଶର ଜେଲରୁ ଏହି ରେକର୍ଡ଼ ପ୍ରସ୍ତୁତ କରାଯିବ। ତାଲିକାରେ ଅପରାଧୀଙ୍କୁ ଅପରାଧର ଗୁରୁତ୍ବ ଆଧାରରେ ସ୍ଥାନ ଦିଆଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋକୁ ଏହି ତାଲିକା ପ୍ରସ୍ତୁତ କରିବାର ଦାୟିତ୍ଵ ଦିଆଯାଇଛି।  ଏହି ତାଲିକା ଆଇନ ପ୍ରସ୍ତୁତ କରୁଥିବା ବିଭାଗ ସମେତ ତଦନ୍ତକାରୀ ବିଭାଗ ଓ କର୍ମଚାରୀଙ୍କୁ ବ୍ୟବହାର ନିମନ୍ତେ ପ୍ରଦାନ କରାଯିବ। ଆମେରିକା ମଧ୍ୟ ଅନୁରୂପ ତାଲିକା ପ୍ରସ୍ତୁତ କରିଥାଏ। ଏଫବିଆଇ ଦ୍ୱାରା ଏଭଳି ତାଲିକା ପ୍ରସ୍ତୁତ କରାଯାଉ ଥିବାବେଳେ ଜନସାଧାରଣଙ୍କୁ ମଧ୍ୟ ଉକ୍ତ ତାଲିକାକୁ ଦେଖିବାର ବ୍ୟବସ୍ଥା ରହିଛି। ଅପରପକ୍ଷରେ ୟୁକେ, କାନାଡ଼ା, ଅଷ୍ଟ୍ରେଲିୟା, ଆୟାରଲ୍ୟାଣ୍ଡ, ନ୍ୟୁଜଲ୍ୟାଣ୍ଡ,ଦକ୍ଷିଣ ଆଫ୍ରିକା, ତ୍ରିନିନାଦ ଓ ଟୋବାଗୋ ପରି ଦେଶରେ କେବଳ ତଦନ୍ତକାରୀ ବିଭାଗ ଏହି ତାଲିକାର ବ୍ୟବହାର କରିବାର ଅନୁମତି ରହିଛି।
ତାଲିକାରେ ସବୁଠାରୁ କମ୍‍ ଜଘନ୍ୟ ଅପରାଧୀଙ୍କ ନାମ ୧୫ବର୍ଷ ପାଇଁ ସ୍ଥାନିତ କରାଯାଉ ଥିବାବେଳେ ଜଘନ୍ୟ ଅପରାଧୀଙ୍କ ତଥ୍ୟ ୨୫ ବର୍ଷ ଓ ଗମ୍ଭୀର ଜଘନ୍ୟ ଅପରାଧୀଙ୍କ ତଥ୍ୟ ଆଜୀବନ ତାଲିକାରେ ସ୍ଥାନିତ ହେବ।
ଏହା ବ୍ୟତୀତ ଗିରଫ ଓ ଚାର୍ଜସିଟରେ ସ୍ଥାନିତ ଅପରାଧୀଙ୍କ ତଥ୍ୟବଳୀକୁ ମଧ୍ୟ ତାଲିକାରେ ସ୍ଥାନ ଦିଆଯିବ। ତେବେ ଏହି ତାଲିକା କେବଳ ସର୍ବୋଚ୍ଚ ଅଧିକାରୀ ହିଁ ବ୍ୟବହାର କରିବାର ଅନୁମତି ମିଳିବ। ପରବର୍ତ୍ତୀ ସମୟରେ ତାଲିକାରେ ନାବାଳକ ଅପରାଧୀଙ୍କ ନାମ ଓ ତଥ୍ୟାବଳୀକୁ ସ୍ଥାନ ଦିଆଯିବ। ଏପ୍ରିଲରେ ଜମ୍ମୁ-କାଶ୍ମୀରର କାଠୁଆଠାରେ ୮ବର୍ଷର ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସମଗ୍ର ଦେଶରେ ହୋଇଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ସରକାର ଏହି ତାଲିକା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏନସିଆରବି(ରାଷ୍ଟ୍ରୀୟ କ୍ରାଇମ ରେକର୍ଡ଼ ବ୍ୟୁରୋ)ର ତଥ୍ୟ ଅନୁଯାୟୀ ୨୦୧୬ରେ ମୋଟ୍‍ ୩୮,୯୪୭ଟି ବଳାତ୍କାର ମାମଲା ଦେଶରେ ପଞ୍ଜିକୃତ ହୋଇଥିବାବେଳେ ୨୦୧୫ରେ ଏହି ସଂଖ୍ୟା ୩୪,୬୫୧ଟି ବଳାତ୍କାର ମାମଲା ପଞ୍ଜିକୃତ ହୋଇଥିଲା। ଏହାକୁ ତର୍ଜମା କଲେ ୨୦୧୫ ଅପେକ୍ଷା ୨୦୧୬ରେ ମହିଳାଙ୍କ କ୍ଷେତ୍ରରେ ଅଧିକ ଅପରାଧ ବୃଦ୍ଧି ପାଇଛି କୁହାଯାଇ ପାରେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories