ବାଣୀଭୁଷଣପୁର ପଂଚାୟତ; ସରପଞ୍ଚ ପାଇଁ ତ୍ରୀମୁଖୀ ଲଢେଇ
ହରଭଙ୍ଗା : ପଂଚାୟତ ନିର୍ବାଚନକୁ ନେଇ ସବୁଠି ରାଜନୈତିକ ପାଣିପାଗ ସରଗରମ। ନିର୍ବାଚନୀ ବୈତରଣୀ ପାର ହେବାକୁ ଚାଲିଛି କସରତ। ହେଲେ ଏଥର ନିର୍ବାଚନୀ ପାଣିପାଗ ଟିକିଏ ଭିନ୍ନ ରହିଛି। ଅନୁସୂଚିତଜାତି /ଅନୁସୂଚିତଜନଜାତି ବହୁଳ ବାଣୀଭୁଷପୁର ପଂଚାୟତ ୨୪ଟି ରାଜସ୍ୱ ଗ୍ରାମ ୧୩ଟି ଓାର୍ଡକୁ ନେଇ ୧୯୮୬ ମସିହାରେ ଗଠିତ ହୋଇଥିଲା।
ଏହି ପଂଚାୟତରେ ୧୧୬୪ ପରିବାରରେ ୪୬୮୩ ଜନସଂଖ୍ୟା ରହିଛି।
ସେଥିରୁ ଅନୁସୂଚିତଜାତି ବର୍ଗର-୧୪୭୧,ଅନୁସୂଚିତଜନଜାତି ବର୍ଗର-୧୬୨୪ ଏବଂ ଅନ୍ୟାନ୍ୟ ବର୍ଗର-୧୫୮୮ ରହିଛି।ଏହି ପଂଚାୟତରେ ଭୋଟର ସଂଖ୍ୟା-୩ହଜାର୨୫୧ ରହିଛି। ପଂଚାୟତ ଗଠନର ୩୭ ବର୍ଷପରେ ମଧ୍ୟ ପଂଚାୟତରେ ଆଜି ଅନେକ ଗାଁରେ ପିଈବା ପାଣି,ରାସ୍ତା,ଶିକ୍ଷା,ସ୍ୱାସ୍ଥ୍ୟ ,କାମଧନ୍ଦା ଲୋକଙ୍କ ପାଖରେ ଅପହଂଚ ହୋଇରହିଛି। ଗତ ୫ବର୍ଷର ବିକାଶ କଥା ଦେଖିଲେ ଏହି ପଂଚାୟତର ସରକାରୀ ଯୋଜନାର ସଫଳ ରୂପାୟନ ଲୋକଙ୍କ ପାଖରେ ମଧ୍ୟ ପଂହଚିପାରିନାହିଁ ।ବାହାଲି ନାଳର ଅଧପନ୍ତରିଆ ପୋଲ ନିର୍ମାଣ ସାଙ୍ଗକୁ ଅନେକ ଗାଁରେ ଗୋଟିଏ ଗୋଟିଏ ନଳକୂପରେ ଶହ ଶହ ଲୋକ ବର୍ଷସାରା ଗାଧୁଆ,ପାଧୁଆ ଠାରୁ ଆରମ୍ଭ କରି ପିଇବା ପାଣି ଭଳି ସମସ୍ୟା ଆଜି ମଧ୍ୟ ରହିଛି।
ମନରେଗା ଯୋଜନାରେ ବନ୍ଧ ଭଳି ଅନେକ ଉନ୍ନୟନ କାର୍ଯ୍ୟ ହୋଇଥିଲେ ମଧ୍ୟ ଶ୍ରମିକ ବଦଳରେ ଦଲାଲଙ୍କ ଦ୍ୱାରା ମେସିନ ଦ୍ୱାରା କାର୍ଯ୍ୟ ଯୋଗୁଁ ପଛୁଆ ବର୍ଗର ଗରିବ ଖଟିଖିଆ ପରିବାରଟି ଯୋଜନାର ସ୍ୱାଦ ଚାଖିପାରେନାହିଁ। ପଂଚାୟତରେ ପାଂଚ ବର୍ଷ ମଧ୍ୟରେ ସେଭଳି ସାମୁହିକ ବିକାଶ ହୋଇନଥିବା ଲୋକେ ମତଦିଅନ୍ତି।ନିର୍ବାଚନ ସରିବା ପରେ ସରପଂଚଙ୍କୁ ପାଖରୁ ଦସ୍ତଖତଟିଏ ମିଳିବା ମଧ୍ୟ ଭୋଟରଙ୍କୁ କଷ୍ଟକର ହୋଇପଡେ।ଏଥର ସରପଂଚ ଆସନ ଅସଂରକ୍ଷିତ ରହିଛି। ଏହି ଆସନ ପାଇଁ ନାରାୟଣ ପାତ୍ର,ଏସ.ସନ୍ତୋଷ ପାତ୍ର ଏବଂ ଶ୍ରୀବନ୍ତ ମେହେର ଭଳି ୩ଜଣ ସରପଂଚ ପ୍ରାର୍ଥୀ ମଇଦାନକୁ ଓହ୍ଲେଇଛନ୍ତି। ବାଣିଭୁଷଣପୁର ପଂଚାୟତର ପ୍ରମୁଖ ବଜାର ଚାରିଛକରୁ ଏସ .ସନ୍ତୋଷ ପାତ୍ର,ଶ୍ରୀବନ୍ତ ମେହେର ଭଲି ଦୁଇଜଣ ପ୍ରାର୍ଥୀ ହୋଇଛନ୍ତି।ଅନ୍ୟପଟେ ପଛୁଆବର୍ଗର ଲୋକଙ୍କ ବିକାଶ ପାଇଁ ଆଦିବାସୀ ବହୁଳ ବାହାଲିର ନାରାୟଣ ପାତ୍ର ଏହି ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସରପଂଚ ପାଇଁ ୩ଜଣ ପ୍ରାର୍ଥୀ ନିର୍ବାଚନକୁ ଓ ଓହ୍ଲେଇଛନ୍ତି। ମାତ୍ର ବିକାଶର ମାପକାଠିକୁ ନେଇ ଭୋଟର କେଉଁ ପ୍ରାର୍ଥୀକୁ ଚୟନ କରିବେ ତାକୁ ନେଇ ବାଣୀଭୁଷଣପୁର ପଂଚାୟତରେ ରାଜନୀତି ଅଙ୍କକଷା ଜୋର ଧରିଛି।
ଭୋଟରଙ୍କ ମତାମତ———–
ପ୍ରଦୀପ ମଲ୍ଲିକ -ଗାଁକୁ ଏବେ ମଧ୍ୟ ରାସ୍ତା,ପିଇବା ପାଣି ସମସ୍ୟା ରହିଛି। ଜଳସେଚନ ସୁବିଧା ନଥିବାରୁ ଆମେ ମରୁଡିର ସମ୍ମୁଖୀନ ମଧ୍ୟ ହେଉଛୁ।ମନରେଗା ଯୋଜନା ଆମେ କଣ ଜାଣୁନାହିଁ କି ଆମକୁ କାମଧନ୍ଦା ମିଳୁନାହିଁ।ନିର୍ବାଚନ ଆସିଲେ ଏଇଟା କରିଦେମୁଁ ସେଇଟା କରିଦେମୁଁ।ମାତ୍ର ଜିତିଲା ପରେ ଦସ୍ତଖତଟେ ଲାଗି ତାଙ୍କ ପାଖକୁ ଆମେ ଦୌଡି ଦୌଡି ହାଲିଆ।ଏଥର ଆମକୁ ଦେଖିଲା ଭଳିଆ ପ୍ରାର୍ଥୀକୁ ଭୋଟଦେବୁ।
ସାନନ୍ଦ ବେହେରା -ଗାଁରେ ମଣ୍ଡପ ଗୋଟେ ପାଂଚ ବର୍ଷରେ ହୋଇପାରିଲାନାହିଁ। ପାଣି ଟିକଏ ସୁବିଧା ମଧ୍ୟ ନାହିଁ। ଗୋଟିଏ ନଳକୂପରୁ ଗାଁ ସାରା ୧୫୦ଲୋକ ବର୍ଷସାରା ଚଳୁଛୁ। ବନ୍ଧ ଗୋଟିଏ ମେସିନରେ ଖୋଳିଲେ ସେଥିରେ ମଧ୍ୟ ପାଣି ଟୋପାଏନାହିଁ। ଖରାଦିନେ ନାଳ ଚୂଆ ପାଣି ପିଉଛୁ।କାମଧନ୍ଦା କିଛି ମିଳୁନଥିବା ବେଳେ କେନ୍ଦୁପତ୍ର ତୋଳିବାରୁ ମଧ୍ୟ ଆମେ ବଂଚିତ । ନିର୍ବାଚନ ପରେ ନିର୍ବାଚନ ମାତ୍ର ଆମର ବିକାଶ ଯେଉଁଠିକି ସେଇଠି।ଯିଏ ଆମର ଆଉ ଗାଁର ବିକାଶରେ ସାମିଲ ହେବ ତାକୁ ହିଁ ଭୋଟଦେବୁ।
Comments are closed.