www.samajalive.in
Monday, December 15, 2025
26.1 C
Bhubaneswar

ଜଳନ୍ଧର ବିଶପ୍‍ଙ୍କୁ ପୁଲିସର ୭ଘଣ୍ଟା ଜେରା

କୋଚି : କେରଳୀ ନନ୍‍ଙ୍କ ବଳାତ୍କାର ମାମଲାରେ ଅଭିଯୁକ୍ତ ଜଳନ୍ଧର ବିଶପ୍‍ ଫ୍ରାଙ୍କୋ ମୁଲାକାଲଙ୍କୁ କେରଳ ପୁଲିସ ବୁଧବାର ୭ଘଣ୍ଟାରୁ ଅଧିକ ସମୟ ଜେରା କରିଛି। ଏଥିପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‍ଆଇଟି)ର ମୁଖ୍ୟ ପୁଲିସ ଡିଏସ୍‍ପି କେ. ସୁଭାଷଙ୍କ ସୂଚନାନୁଯାୟୀ, ଗୁରୁବାର ମଧ୍ୟ ଜେରା କରାଯିବ। ମୁଲାକାଲ ବାରମ୍ବାର ତାଙ୍କର କଥା ବଦଳାଇ ବିଭ୍ରାନ୍ତି ସୃଷ୍ଟି କରୁଥିବାରୁ ଜେରା ଅସମ୍ପୂର୍ଣ୍ଣ ରହିଛି; ତେବେ ପ୍ରଥମ ପର୍ଯ୍ୟାୟ ପଚରାଉଚୁରା ସୁରୁଖୁରୁରେ ଶେଷ ହୋଇଥିବା ସୁଭାଷ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମୁଲାକାଲ କେରଳ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ପୁଲିସ ନିଟକରେ ହାଜର ହେବା ପାଇଁ ମଙ୍ଗଳବାର କୋଚିରେ ପହଞ୍ଚିଛନ୍ତି। ତଦନ୍ତର ସାମ୍ନା କରିବା ପାଇଁ ତିନି ଦିନ ପୂର୍ବେ ସେ ବିଶପ୍‍ ପଦରୁ ସାମୟିକ ଅବ୍ୟାହତି ନେଇଛନ୍ତି। ଅପରପକ୍ଷରେ ତାଙ୍କୁ ବହିଷ୍କାର ସହିତ ିରଫ କରିବା ପାଇଁ ନନ୍‍ମାନେ ପ୍ରାୟ ଦୁଇ ସପ୍ତାହ ହେଲା ଆନ୍ଦୋଳନ ଜାରି ରଖିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories