www.samajalive.in
Thursday, December 11, 2025
27.1 C
Bhubaneswar

ସୁଷମାଙ୍କ ସହାୟତା ଲୋଡିଲେ ହ୍ୱାଟସ ଆପରେ ତିନି ତଲାକ ପାଇଥିବା ମହିଳା

ହାଇଦରାବାଦ : ସାମାଜିକ ଗଣମାଧ୍ୟମ ହ୍ୱାଟସ ଆପ୍‍ ମାଧ୍ୟମରେ ଓମାନ ନିବାସୀ ସ୍ୱାମୀଙ୍କଠାରୁ ତିନି ତଲାକ ପାଇଥିବା ଜଣେ ମୁସଲମାନ ମହିଳା ନ୍ୟାୟ ପାଇଁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହାୟତା ଲୋଡିଛନ୍ତି। ୨୦୧୭ ମେ’ ମାସରେ ସମ୍ପୃକ୍ତା ମହିଳା ଓମାନର ଜଣେ ୬୨ ବର୍ଷ ବୟସ୍କ ନାଗରିକଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀଙ୍କ ସହିତ ପ୍ରାୟ ଏକ ବର୍ଷ ସେ ଓମାନରେ ରହିଥିଲେ। ଏହି ସମୟରେ ସ୍ୱାମୀ ତାଙ୍କୁ ଅସଦାଚରଣ କରିଥିଲେ ମଧ୍ୟ ପରିସ୍ଥିତି ସହିତ ସାଲିସ କରି ଶେଷରେ ସେ ଏକ ଶିଶୁର ଜନନୀ ହୋଇଥିଲେ। ମାତ୍ର ଅସୁସ୍ଥତା କାରଣରୁ ଶିଶୁଟିର ମୃତ୍ୟୁ ହେବା ପରେ ସ୍ୱାମୀ ତାଙ୍କୁ ଘରୁ ତଡ଼ିଦେଇଥିଲେ। ୨୦୧୮ ଜୁଲାଇରେ ଚିକିତ୍ସା ବାହାନାରେ ସ୍ୱାମୀ ତାଙ୍କୁ ହାଇଦରାବାଦ ପଠାଇଦେଇଥିଲେ। ୨୦୧୮ ଅଗଷ୍ଟ ୧୨ରେ ସ୍ୱାମୀ ହ୍ୱାଟସ ଆପ୍‍ରେ ତିନି ଥର ତଲାକ ଲେଖି ବିବାହ ବିଚ୍ଛେଦ ଘଟାଇଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories