www.samajalive.in
Saturday, December 13, 2025
18.1 C
Bhubaneswar

ଧରାପଡ଼ିଲା ଟାଉନ ପ୍ଲାନିଂ ଅଧିକାରୀଙ୍କ ଦସ୍ତଖତ ଜାଲିଆତି ଘଟଣା, ୯ଜଣଙ୍କ ନାମରେ ଏତଲା

ଆଠଗଡ଼: ଆଠଗଡ଼ ସହରାଞ୍ଚଳ ସ୍ୱତନ୍ତ୍ର ଟାଉନ ପ୍ଲାନିଂ ଅଥରିଟି ଅଧିନରେ ଆସୁଥିବାରୁ ନୂତନ ଘର ନିର୍ମାଣ ପାଇଁ ସ୍ୱତନ୍ତ୍ର ଟାଉନ ପ୍ଲାନିଂ ଅଥରିଟିଙ୍କ ଅନୁମୋଦନ ଆବଶ୍ୟକ। ତେବେ ଆଠଗଡ଼ ସ୍ୱତନ୍ତ୍ର ଟାଉନ ପ୍ଲାନିଂ ସଂସ୍ଥାର ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ଗୃହ ନିର୍ମାଣ ପାଇଁ ଅନୁମୋଦନ ଆଣିଥିବା ୯ଜଣ ଏବେ ଧରାପଡ଼ିଛନ୍ତି। ଆଠଗଡ଼ ସ୍ୱତନ୍ତ୍ର ଟାଉନ ପ୍ଲାନିଂ ଅଧିକାରୀଙ୍କ କାର୍ଯ୍ୟାଳୟ କଟକ ଟାଉନ ପ୍ଲାନିଂ ଅଧିକାରୀଙ୍କ କାର୍ଯ୍ୟାଳୟ ସହିତ ସଂଯୁକ୍ତ ରହିଛି। ସେହି କାର୍ଯ୍ୟାଳୟର ଅଧିକାରୀଙ୍କ ଦସ୍ତଖତକୁ ଜାଲିଆତି କରି ଜାଲ ଅନୁମୋଦନ ପତ୍ର ଆଠଗଡ଼ ଏନଏସିର ୯ଜଣ ବ୍ୟକ୍ତି ଦାଖଲ କରିଥିବା ଅଭିଯୋଗ ହୋଇଥିଲା। ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦାଖଲ କରାଯାଇଥିବା ନୂତନ ଗୃହ ପାଇଁ ୯ଜଣଙ୍କର ଟାଉନ ପ୍ଲାନିଂର ଅନୁମୋଦନ ପତ୍ର ଯାଞ୍ଚ ପାଇଁ ନିର୍ବାହୀ ଅଧିକାରୀ କଟକସ୍ଥିତ ଟାଉନ ପ୍ଲାନିଂ କାର୍ଯ୍ୟାଳୟକୁ ପଠାଇଥିଲେ। ତେବେ ସମସ୍ତ ୯ଜଣଙ୍କର ଟାଉନ ପ୍ଲାନିଂ ଅନୁମୋଦନ ପତ୍ର ଜାଲ ଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। କଟକ ସ୍ୱତନ୍ତ୍ର ଟାଉନପ୍ଲାନିଂ ଅଧିକାରୀ କିର୍ତ୍ତନ ବିହାରୀ ନାୟକ ତାଙ୍କ ଦସ୍ତଖତ ଜାଲ କରାଯାଇଥିବା ଜାଣିବା ପରେ ଏ ସଂପର୍କରେ ଆଠଗଡ଼ ଏନଏସି କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଜାଲିଆତି କରିଥିବା ୯ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଠଗଡ଼ ଥାନାରେ ଏତଲା ରୁଜୁ କରିବାକୁ ଏକ ପତ୍ର ମାଧ୍ୟମରେ ଆଇଆଇସିଙ୍କୁ ଅନୁରୋଧ କରିଛନ୍ତି। ସ୍ୱତନ୍ତ୍ର ଟାଉନ ପ୍ଲାନିଂ ଅଧିକାରୀ ତାଙ୍କ ପତ୍ରରେ ଏହି ଘର ପ୍ଲାନିଂ ଅନୁମୋଦନ ଜାଲିଆତି କରିଥିବା ଯେଉଁ ୯ଜଣଙ୍କର ନାମ ଉଲ୍ଲେଖ କରିଛନ୍ତି ସେମାନେ ହେଲେ ବୀରକିଶୋରପୁରର ହୃଦାନନ୍ଦ ସ୍ୱାଇଁ, ମଳୟ ରଞ୍ଜନ ପ୍ରଧାନ, ଚନ୍ଦ୍ରକଳା ବେହେରା, ରାହୁଲ ମହାପାତ୍ର, ରିନା ବେହେରା, କନ୍ତୋଲର ଲକ୍ଷ୍ମୀଧର ପୃଷ୍ଟି, ଆଠଗଡ଼ ନିଜିଗଡ଼ର ସଂଜୟ କୁମାର ସ୍ୱାଇଁ, ଡଲି ସାମଲ ଓ ଅମ୍ବିକା ସାମନ୍ତରାୟ। ତେବେ ଉକ୍ତ ପତ୍ରରେ କେତେକ ଆବଶ୍ୟକୀୟ ତଥ୍ୟ ନଥିବାରୁ ସ୍ୱତନ୍ତ୍ର ଟାଉନ ପ୍ଲାନିଂ ଅଥରିଟିର ଅଧିକାରୀଙ୍କୁ ତଥ୍ୟ ମଗାଯାଇଛି ଏବଂ ସବୁତଥ୍ୟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ବାମଦେବ ସ୍ୱାଇଁ ପ୍ରକାଶ କରିଛନ୍ତି।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories