www.samajalive.in
Friday, December 12, 2025
16.1 C
Bhubaneswar

ବାତଜ୍ୱର ଦୂରୀକରଣ ପାଇଁ ଔଷଧ ବିତରଣ କାର୍ଯ୍ୟ ଉଦ୍‍ଘାଟିତ

ଆଠଗଡ଼: ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ବାତଜ୍ୱର ବା ଫାଇଲେରିଆ ଦୂରୀକରଣ ନିମନ୍ତେ ଔଷଧ ବଣ୍ଟନ ଓ ସେବନ କାର୍ଯ୍ୟକ୍ରମ ଆଠଗଡ଼ ସହରାଞ୍ଚଳରେ ଉଦ୍‍ଘାଟିତ ହୋଇଯାଇଛି। ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ନେତୃତ୍ୱରେ ୫୯ଜଣ ସ୍ୱାସ୍ଥ୍ୟକର୍ମୀ ଔଷଧ ସେବନ କରାଇବା ପାଇଁ ନିଯୁକ୍ତ ହୋଇଥିବାବେଳେ ୬ଜଣ ପର୍ଯ୍ୟବେକ୍ଷକ ଏହା ତଦାରଖ କରୁଛନ୍ତି। ଗୁରୁବାର ଆଠଗଡ଼ ୭ନଂ ୱାର୍ଡ ଅନ୍ତର୍ଗତ ଉପରସାହି କୋଠଘରଠାରେ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଔଷଧ ବିତରଣ ଓ ସେବନ କାର୍ଯ୍ୟକ୍ରମକୁ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଥିଲେ।

ବାତଜ୍ୱର ନିରାକରଣ ପାଇଁ ଉଦ୍ଦିଷ୍ଟ ଡିଇସି ଓ ଆଲବେଣ୍ଡାଜୋଲ ବଟିକା ପ୍ରଥମେ ଅତିଥିମାନେ ସେବନ କରିବା ପରେ ୬ଜଣ ଫାଇଲେରିଆ ରୋଗୀଙ୍କୁ ଔଷଧ ସେବନ କରାଇଥିଲେ। ଆଠଗଡ଼ର ୧୮ଟି ଯାକ ୱାର୍ଡରେ ଏହି କାର୍ଯ୍ୟକ୍ରମ ଜାରି ରହିଛି। ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନଧି ଦଳ ଓ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଦଳ ମିଳିତ ଭାବେ ଆଠଗଡ଼ ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ଲୋକମାନଙ୍କୁ ଔଷଧ ସେବନ ସଂପର୍କରେ ପଚାରି ବୁଝିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୁବନେଶ୍ୱରସ୍ଥିତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ମୁଖ୍ୟ ଡାକ୍ତର ବିଶ୍ୱରଞ୍ଜନ ଦତ୍ତ, ରାଜ୍ୟ ପବ୍ଲିକ୍‍ କନସର୍ନ ଇଣ୍ଟନରନ୍ୟାସନାଲର ରାଜ୍ୟ ସଂଯୋଜନକ ପ୍ରିତିଶ ନନ୍ଦ, ଜିଲ୍ଲା ଅତିରିକ୍ତ କୀଟବାହିତ ରୋଗ ନିୟନ୍ତ୍ରଣ ଅଧିକାରିଣୀ ଡାକ୍ତର କସ୍ତୁରୀ ମିଶ୍ର, ପରାମର୍ଶଦାତ୍ରୀ ତୃପ୍ତୀରାଣୀ ନାୟକ, ମ୍ୟାଲେରିଆ ପରିଦର୍ଶକ ବିଜୟ କୁମାର ବେଉରା, ସଂଯୋଜକ ରବୀନ୍ଦ୍ର କୁମାର ଦାସ ପ୍ରମୁଖ ଏହି ପ୍ରତିନିଧି ଦଳରେ ଆସି ଆଠଗଡ଼ ସହରାଞ୍ଚଳର ସମସ୍ତ ୱାର୍ଡରେ ଏହି ବାତଜ୍ୱର ନିରାକରଣ ଔଷଧ ସେବନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଥିଲେ। ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ସହାୟିକା, ସ୍ୱଚ୍ଛସାଥୀ, ସ୍ୱଚ୍ଛସାଥୀ ପରିଦର୍ଶିକା ଓ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ନିୟୋଜିତ ରହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories