www.samajalive.in
Thursday, December 11, 2025
16.1 C
Bhubaneswar

ବାବୁଜୀଙ୍କ ଘନିଷ୍ଠ ସହଯୋଗୀ ପୂର୍ବତନ ଶତାୟୁ ସରପଞ୍ଚ ସୁବଳ ଖଟୁଆଙ୍କ ଦେହାନ୍ତ

ଗୁରୁଡ଼ିଝାଟିଆ: ମହାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଘନିଷ୍ଠ ସହଯୋଗୀ ତଥା ମଞ୍ଚେଶ୍ୱର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ ଖଟୁଆ (୧୦୫)ଙ୍କ ଶୁକ୍ରବାର ପରଲୋକ ଘଟିଛି। କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ପାଇଁ ଗୋପବନ୍ଧୁ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ଜଣେ ସଂସ୍କୃତି ସଂପନ୍ନ ଆଧ୍ୟାତ୍ମିକ ପ୍ରେମୀ,ଦକ୍ଷ ସଂଗଠକ ଓ ରାଜନେତା ଭାବରେ ସମଗ୍ର ନଦୀକୂଳ ଅଞ୍ଚଳରେ ବେଶ ପରିଚିତ ଥିଲେ ସ୍ୱର୍ଗତ ଖଟୁଆ। ସରପଞ୍ଚ ଭାବରେ ଅନେକ ଲୋକାଭିମୁଖି କାର୍ଯ୍ୟ ମଧ୍ୟ ସମାପନ କରିଛନ୍ତି। ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଏକାନ୍ତ ସହଯୋଗୀ ଥିଲେ। ସ୍ୱର୍ଗତ ଖଟୁଆଙ୍କ ପରଲୋକ ଖବର ପାଇ ଧବଳେଶ୍ୱର ସଂକୀର୍ତ୍ତନ ମହାମଣ୍ଡଳର କାର୍ଯ୍ୟକାରୀ ସଭାପତି ତଥା ଶିକ୍ଷକନେତା ରାଜକିଶୋର ଖଟୁଆ, ଚନ୍ଦ୍ରଶେଖର ପରିଡ଼ା, ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ, ପ୍ରିୟବ୍ରତ ସାହୁ, ଧବଳେଶ୍ୱର ପୂଜକ ରାମଚନ୍ଦ୍ର ପତ୍ରୀ, ପ୍ରକାଶ ଚନ୍ଦ୍ର ରାଉତଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିଥିଲେ।

ସ୍ୱର୍ଗତ ଖଟୁଆଙ୍କ ବିୟୋଗରେ ନିଜ ଗ୍ରାମ ବ୍ରାହ୍ଣଣବସ୍ତରେ ଶୋକରବାତାବରଣ ଖେଳିଯାଇଛି। ମୃତ୍ୟୁଶର୍ଯ୍ୟା ନିକଟରେ ନିଜର କନିଷ୍ଠ ପୁତ୍ର ତଥା ସମିତିସଭ୍ୟ ଅଶୋକ କୁମାର ଖଟୁଆ, ପୁତ୍ରବଧୂ ତଥା ପୂର୍ବତନ ସରପଞ୍ଚ କଳ୍ପନା ଖଟୁଆ, ପୁତ୍ରବଧୂ ପ୍ରଭାତି ଖଟୁଆଙ୍କ ସହିତ ଆତ୍ମୀୟ ସ୍ୱଜନ ଓ ବନ୍ଧୁବାନ୍ଧବମାନେ ଉପସ୍ଥିତ ଥିଲେ। ସ୍ୱର୍ଗତ ଖଟୁଆଙ୍କ ପାର୍ଥିବ ଶରୀରକୁ ଗ୍ରାମ କରାଯିବା ପରେ ଗାଁ ଶ୍ମଶାନରେ ଅନ୍ତ୍ୟୋଷ୍ଟିକ୍ରିୟା ସମାପନ ହୋଇଥିଲା। ବଡପୁତ୍ର ଶ୍ରୀନିବାସ ଖଟୁଆ ମୁଖାଗ୍ନୀ ପ୍ରଦାନ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories