BSKY banner  750×100

ଆମ୍ବ ପାନୀୟ ମାଜାର ‘ଦିଲ୍‍ଦାର ବନା ଦେ’ ପ୍ରଚାର ଅଭିଯାନ ଆରମ୍ଭ

nua o banner

ନୂଆଦିଲ୍ଲୀ: କୋକା-କୋଲା ଇଣ୍ଡିଆର ସ୍ୱଦେଶୀ ପ୍ରସ୍ତୁତ ଆମ୍ବ ପାନୀୟ ମାଜା ତାହାର ଅଧୁନାତମ ପ୍ରଚାର ଅଭିଯାନ ‘ଦିଲ୍‍ଦାର ବନା ଦେ’ ଉନ୍ମୋଚନ କରିଛି, ଯେଉଁଥିରେ କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ଏବଂ ବିଶିଷ୍ଟ ଅଭିନେତ୍ରୀ ପୂଜା ହେଗଡେଙ୍କୁ ଦେଖିବାକୁ ମିଳିବ। ଏହି ଟିଭିସିର ନିର୍ଦ୍ଦେଶନା ଦେଇଛନ୍ତି ସୁପରିଚିତ ଚଳଚ୍ଚିତ୍ର ନିର୍ମାତା ସୁଜିତ ସର୍କାର। ଏହି ନୂଆ ଟିଭିସି ଟିଭି, ଡିଜିଟାଲ ଏବଂ ରେଡିଓରେ ପ୍ରସାରିତ କରାଯିବ।

‘ମାଜା’ର ନୂଆ ‘ଦିଲ୍‍ଦାର ବନା ଦେ’ ପ୍ରଚାର ଅଭିଯାନ ଅତି ସୁନ୍ଦର ଭାବରେ ଉଦାର ଅନୁଭବ ଓ ଫଳ ଭିତରେ ରାଜା ‘ଆମ୍ବ’କୁ ପରସ୍ପର ସହିତ ସଂଯୁକ୍ତ କରୁଛି। ଆମ୍ବକୁ ମଧ୍ୟ ସମୃଦ୍ଧି ଏବଂ ଉଦାରତାର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ। ମ୍ୟାକକାନ୍‍ ୱାର୍ଲଡ ଗ୍ରୁପ୍‍ ପରିକଳ୍ପନାରେ ପ୍ରସ୍ତୁତ ଏହି ଟିଭିସି ସେହି ଲୋକଙ୍କ ସହିତ ଏକ ମଜଭୁତ ସମ୍ପର୍କ ଯୋଡିବାକୁ ଚାହୁଁଛି ଯେଉଁମାନେ ଅନେକ ସମୟରେ ଅନେକ ସମୟରେ ଉଦାରତା ଏବଂ ଦୟାଭାବ ନେଇ ଅନ୍ୟମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଥାନ୍ତି।

ବ୍ରାଣ୍ଡ୍‍ର ଲକ୍ଷ୍ୟ ହେଉଛି ଦେଶର ସର୍ବାଧିକ ଲୋକପ୍ରିୟ ଆମ୍ବ ପାନୀୟ ଭାବରେ ନିଜର ସ୍ଥିତି ନିରନ୍ତର ବଜାୟ ରଖିବା ଏବଂ ତାହାସହିତ ଭାରତୀୟ କୃଷକଙ୍କର ସାମାଜିକ-ଅର୍ଥନୈତିକ ବିକାଶ ପ୍ରତି ଅବଦାନ ରଖିବା। ସ୍ୱଦେଶୀ ସ୍ତରରେ ବିକଶିତ ବ୍ରାଣ୍ଡ୍‍ ‘ମାଜା’ କମ୍ପାନୀର ଦୀର୍ଘସ୍ଥାୟୀ କୃଷି ପ୍ରୟାସ ‘ଫଳ ଆବର୍ତ୍ତୀ ଅଥର୍ଥନୀତି’ର ଅଂଶସ୍ୱରୂପ ସ୍ଥାନୀୟ ସ୍ତରରେ ସ୍ଥାନୀୟ ଉତ୍ପାଦକୁ ଉପଯୋଗ କରି ପ୍ରସ୍ତୁତ କରାଯାଉଛି। ୨୦୧୧ରେ ଆନ୍ଧ୍ରପ୍ରଦେଶରେ ‘ପ୍ରୋଜେକ୍ଟ ଉନ୍ନତି ମ୍ୟାଙ୍ଗୋ’ ସହିତ ଆରମ୍ଭ ହୋଇଥିବା ଏହି ପ୍ରୟାସ ଅଧୀନରେ କୃଷକଙ୍କୁ ସେମାନଙ୍କର ଉପଯୋଗ ଖର୍ଚ୍ଚ ହ୍ରାସ କରିବା, ଉତ୍ପାଦନ ବୃଦ୍ଧି, କୃଷିଜାତ ସାମଗ୍ରୀର ସ୍ତାନୀୟ ସ୍ତରରେ ସଂଗ୍ରହ, ସ୍ଥାନୀୟ ସ୍ତରରେ ଉତ୍ପାଦିତ ଫଳଗୁଡିକର ରପ୍ତାନି ଚାହିଦା ବୃଦ୍ଧିକୁ ଉତ୍ସାହିତ କରିବା ସହିତ ସମୁଦାୟ ମୂଲ୍ୟ ଶୃଙ୍ଖଳାରେ ନଷ୍ଟ ହେବା ପରିମାଣ ହ୍ରାସକରି କୃଷକଙ୍କ ଜୀବିକା ଉପାର୍ଜନକୁ ସମର୍ଥନ କରୁଛି।

ନୂଆ ପ୍ରଚାର ଅଭିଯାନର ଶୁଭାରମ୍ଭ କରି କୋକା-କୋଲା ଇଣ୍ଡିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ପୋଷଣ ବିଭାଗର ମାର୍କେଟିଂ ଡାଇରେକ୍ଟର ଅଜୟ କୋନାଲେ କହିଛନ୍ତି, ମାଜା ଆମ ଦେଶର ଏକ ଐତିହ୍ୟ ବ୍ରାଣ୍ଡ୍‍ ହୋଇଛି- ୧୯୭୬ରୁ ଏହା ଭାରତର ସର୍ବାଧିକ ଲୋକପ୍ରିୟ ଆମ୍ବ ପାନୀୟ ହୋଇଛି ଏବଂ ଭାରତରେ କମ୍ପାନୀର ଉତ୍ପାଦଗୁଡିକ ମଧ୍ୟରେ ଏକ ମଜଭୁତ ବ୍ରାଣ୍ଡ୍‍ ଭାବରେ ସ୍ଥାନପାଇଛି।

ହୃଦୟକୁ ସ୍ପର୍ଶ କରିବା ଭଳି ଟିଭିସିରେ ଦେଖିବାକୁ ମିଳୁଛି ଯେ ପୂଜା ହେଗଡେ ତାଙ୍କ ପଡୋଶୀ ଅଞ୍ଚଳରେ ପିଲାଙ୍କ ସହିତ କ୍ରିକେଟ ଖେଳ ଉପଭୋଗ କରୁଛନ୍ତି, ସେହି ସମୟରେ ସେ ହଠାତ୍‍ ବଲକୁ ପଡ଼ିଆ ବାହାରକୁ ମାରିଦେଉଛନ୍ତି, ଯାହା ପରିଶେଷରେ ଅମିତାଭ ବଚ୍ଚନଙ୍କ ଘରେ ଯାଇ ପଡୁଛି। ଜଣେ ବରିଷ୍ଠ ନାଗରିକଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅମିତାଭ ବଚ୍ଚନ ତାଙ୍କ ଘରେ ପଡୁଥିବା ବଲକୁ କେବେ ଫେରାଉନଥିବା ବେଳେ, ଏକ ବୋତଲ ମାଜା ପିଇବା ପରେ ତାଙ୍କ ମନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟୁଥିବା ଏବଂ ତାଙ୍କ ହୃଦୟ ଉଦାରତାରେ ଭରିଯାଉଥିବା ଦେଖିବାକୁ ମିଳୁଛି। ଟିଭିସିରେ ବଚ୍ଚନଙ୍କ ନିକଟରୁ ଅପ୍ରତ୍ୟାଶିତ ‘ଦିଲ୍‍ଦାରୀ’ ଦେଖିବାକୁ ମିଳୁଛି, ଯେତେବେଳେ ସେ ନିଜ ଘରେ ଆସି ପଡ଼ିଥିବା ଏକାଧିକ ବଲ୍‍କୁ ବାହାରେ ପିଲାଙ୍କ ନିକଟକୁ ଫିଙ୍ଗୁଛନ୍ତି।

ନିର୍ଦ୍ଦେଶକ ସୁଜିତ ସର୍କାର କହିଛନ୍ତି, ମାଜା ଟିଭିସି ପ୍ରସ୍ତୁତ କରିବା ବାସ୍ତବିକ ଆନନ୍ଦ ଓ ମଜାଦାର ଅନୁଭୂତି ପରିପୂର୍ଣ୍ଣ ରହିଥିଲା। ବିଶେଷକରି ଅମିତାଭ ବଚ୍ଚନ ଜଣେ ବଦ୍‍ରାଗୀ ବରିଷ୍ଠ ନାଗରିକଙ୍କ ଭୂମିକାର ଅବତୀର୍ଣ୍ଣ ହୋଇଛନ୍ତି, ଯିଏ ପଡୋଶୀ ପିଲାମାନେ ଖେଳୁଥିବା ବଲ୍‍ଗୁଡିକ ତାଙ୍କ ଘରେ ପଡ଼ିବା ପରେ ସେଗୁଡିକୁ ରଖିଦେଉଛନ୍ତି। ମ୍ୟାକ୍‍କାନ ୱାର୍ଲଡଗ୍ରୁପ୍‍ର କ୍ରିଏଟିଭ ହେଡ୍‍ ସମ୍ବିତ ମହାନ୍ତି କହିଛନ୍ତି, ମାଜା କହିଲେ ବୋତଲ ଭିତରେ ଆମ୍ବକୁ ବୁଝାଏ। ମାଜା ପାଇଁ ଆମର ନୂଆ ପ୍ରଚାର ଅଭିଯାନ ଏହି ମୃଦୁପାନୀୟର ସମୃଦ୍ଧପଣ ଉପରେ ଆଧାରିତ ଏବଂ ଏହା ମାଜା ପାନ କରିବାପରେ ସୃଷ୍ଟି ହେଉଥିବା ଉଦାରତାକୁ ବର୍ଣ୍ଣନା କରୁଛି। ଭାରତୀୟ ଅଭିନେତ୍ରୀ ତଥା ମାଜା ନୂଆ ପ୍ରଚାର ଅଭିଯାନର ତାରକା ପୂଜା ହେଗଡେ କହିଥିଲେ, ମୋ ପିଲାଦିନୁ ମୁଁ ପିଇଆସୁଥିବା ଏକ ବ୍ରାଣ୍ଡ୍‍ର ପ୍ରଚାରକ ହେବା ବାସ୍ତବରେ ଏଭଳି ଏକ ସୁଯୋଗ ଯାହା ମୁଁ କେବେହେଲେ ହାତଛଡା କରିନଥାନ୍ତି। ଏହି ପ୍ରଚର ଅଭିଯାନ ମୋ ହୃଦୟକୁ ଛୁଇଁବା ଭଳି ହୋଇଛି, କାରଣ ଏହା ମୋର ଆଦର୍ଶ ଓ ପ୍ରେରଣା ଶ୍ରୀ ବଚ୍ଚନଙ୍କ ସହିତ ଅଭିନୟ ଏବଂ ତାହା ସହିତ ଏହା ହିନ୍ଦି ସିନେମାର ଅନ୍ୟତମ ମହାନ ନିର୍ଦ୍ଦେଶକ ଶ୍ରୀ ସୁଜିତ ସର୍କାରଙ୍କ ସହିତ କାମ କରିିବାର ସୁଯୋଗ ଦେଇଛି।

Comments are closed.