www.samajalive.in
Monday, December 15, 2025
17.1 C
Bhubaneswar

ଲପଙ୍ଗା ପଞ୍ଚାୟତ: ସମାଧାନ ହେଉନାହିଁ ପିଇବା ପାଣି, ନିଯୁକ୍ତି, ରାସ୍ତାଘାଟ ସମସ୍ୟା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ଲପଙ୍ଗା ଗ୍ରାମପଞ୍ଚାୟତରେ ଆଦିତ୍ୟ ଆଲୁମିନା, ବିରାଜ୍‍ ଷ୍ଟିଲ୍‍, ସମଲେଶ୍ୱରୀ ସ୍ପଞ୍ଜ ଆଇରନ୍‍ ଆଦି କଳକାରଖାନା ସ୍ଥାପିତ ହୋଇଥିବା ସତ୍ତ୍ବେ ଦୀର୍ଘ ବର୍ଷ ଧରି ଏହି ପଞ୍ଚାୟତରେ ଲାଗି ରହିଥିବା ଉତ୍କଟ ପାନୀୟ ଜଳ ସଙ୍କଟର ପ୍ରତିକାର ହେଉନାହିଁ। ପାନୀୟ ଜଳ ସମସ୍ୟା ଏହି ପଞ୍ଚାୟତର ମୁଖ୍ୟ ସମସ୍ୟା। ହୀରାକୁଦ ଜଳଭଣ୍ଡାର ପାର୍ଶ୍ବରେ ଥାଇ ବି ଏହି ପଞ୍ଚାୟତ ଅଧିବାସୀ ପାଣି ପାଇଁ ଛଟପଟ ହେଉଛନ୍ତିିି। ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସମସ୍ୟା ଅତ ଗମ୍ଭୀର ହୋଇଥାଏ। ନେତା ମନ୍ତ୍ରୀଙ୍କୁ ଏହାର ପ୍ରତିକାର ପାଇଁ ଅସଂଖ୍ୟ ଥର ଲୋକେ ଦୃଷ୍ଟି ଆକର୍ଷଣ କରି ଅସୁଥିଲେ ହେଁ କୌଣସି ସୁଫଳ ମିଳୁନାହିଁ। କମ୍ପାନୀର ଟେଙ୍କର ପାଣି ଉପରେ ଲୋକେ ନିର୍ଭର କରୁଛନ୍ତି। ଖିଣ୍ଡା ଛକରେ ୨୦୦୮ ମସିହାରେ ଶୁଭ ଦିଆଯାଇ ନିର୍ମାଣ ହୋଇଥିବା ବୃହତ ପାନୀୟ ଜଳପ୍ରକଳ୍ପରୁ ଏହି ପଞ୍ଚାୟତକୁ ପିଇବା ପାଣି ଦିଆଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଦୀର୍ଘ ବର୍ଷ ବିତିଗଲା ପରେ ବି ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ନାହିଁ। ପ୍ରକଳ୍ପ କେବେ କାର୍ଯ୍ୟକାରୀ ହେବ ଏବଂ ପିଇବା ପାଣି ସମସ୍ୟା ର ସମଧାନ ହେବ ବୋଲି ଲୋକେ ଚାତକ ଭଲି ଚାହିଁ ବସିଛନ୍ତି। ପିିଇବା ପାଣି ବ୍ୟତୀତ ଅନେକ ଗାଁକୁ ସଂଯୋଗ କରୁଥିବା ରାସ୍ତାଘାଟର ଦୂରାବସ୍ଥା ସମସ୍ୟା ସୃଷ୍ଟି କରୁଛି। ବଁଶିମାଲ, ମହାଦେବପାଲି, ମେଢାଖାଇ ଆଦି ଗ୍ରାମରୁ ପଞ୍ଚାୟତ ସଦର ମହକୁମାକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ବର୍ଷ ହେଲା ଅପନ୍ତରା ଅବସ୍ଥାରେ ପଡି ରହିଛି ଫଳରେ ସଂପୃକ୍ତ ଗ୍ରାମର ଲୋକେ ଯାତାୟାତରେ ଘୋର ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ଖଡିଆପାଲି-ବାଞ୍ଜିବେର୍ଣା ରାସ୍ତା ମଧ୍ୟ ଅତି ଶୋଚନୀୟ। ଏହି ରସ୍ତା ରେ ଥିବା ଲେଭଲ୍‍ କ୍ରସିିଂ ଯୋଗୁଁ ଲୋକେ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ବିଭିନ୍ନ ଗାଁ ଏବଂ ପଡାକୁ ସଗେଯାଗ କରୁଥିବା ରାସ୍ତାର ମରାମତିର ଆବଶ୍ୟକତା ରହିଛି। ୧୦ ନମ୍ବର ରାଜ୍ୟ ରାଜପଥର ଲପଙ୍ଗା ଛକ ଏକ ଗୁରୁତ୍ୱପୂର୍ଣ୍ଣ ଛକ। ଏହି ଛକ ରେ ଅଣ୍ଡର୍‍ ପାସ୍‍ ନିର୍ମାଣ ହୋଇ ନଥିବାରୁ ଅନେକ ସମୟ ରେ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବାର ଦେଖିବାକୁ ମିଳୁଛି। ଅଣ୍ଡରପାସ୍‍ ନିର୍ମାଣ ପାଇଁ ଅସଂଖ୍ୟଥର ଜନଦାବୀ ହେଉଥିଲେ ମଧ୍ୟ ବିଭାଗିୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜି ଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଉଛି। ଏହି ପଞ୍ଚାୟତର ଜମି, ଜଙ୍ଗଳ, ଜଳ ଅଧିଗ୍ରହଣ କରି ପ୍ରତିଷ୍ଠା ହୋଇଥିବା କଳକାରଖନା ଯୋଗୁଁ ଜମିବାଡି ହରାଇଥିବା ବିସ୍ତାପିତ ହୋଇଥିବା ଏବଂ ପ୍ରଭାବିତ ହୋଇଥିବା ପରିବାରର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନମିଳିବା ଅନ୍ୟତମ ମୁଖ୍ୟ ସମସ୍ୟା। କଳକାରଖାନାରେ ନାନାଦି ଆଳରେ ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତିରୁ ବଞ୍ଚିତ କରଯା ବାହର ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ କମ୍ପାନୀରେ ନିଯୁକ୍ତି ନଦେଇ ଭେଣ୍ଡର୍‍ ସଂସ୍ଥା ରେ ନିଯୁକ୍ତି ଦିଆଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। କଳକାରଖାନା ଏବଂ ଖଣି ଖଦାନର ଧୁଳି, ଧୂଆଁ ଯୋଗୁ ଏହି ପଞ୍ଚାୟତର ପରିବେଶ ପ୍ରଦୂଷିତ ହେଉଛି। ବନ୍ଧ, କଟା ଆଦି ପାରମ୍ପରିକ ଜଳାଶୟର ପାଣି ପ୍ରଦୂଷିତ ହୋଇ ପାଣି ଉପରେ ମୋଟା ଆସ୍ତରଣ ଜମା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories