www.samajalive.in
Sunday, December 14, 2025
23.1 C
Bhubaneswar

ତ୍ରିସ୍ତରୀୟ ପଞ୍ଚାୟତ: ମାଇକ ଓ ଗାଡ଼ି ବ୍ୟବହାର ପାଇଁ ଅନୁମତି

ଭୁବନେଶ୍ବର: ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଚାର ଜମିବ। ଏଣିକି ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ମାଇକ ଓ ଗାଡ଼ିରେ ପ୍ରଚାର କରିପାରିବେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନରେ ମାଇକ ଓ ଗାଡ଼ି ବ୍ୟବହାର କଟକଣା ଉଠାଇ ଦିଆଯାଇଛି। ତେବେ ଆଶାୟୀ ପ୍ରାର୍ଥୀମାନେ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆଣି ମାଇକ ଓ ଗାଡ଼ି ବ୍ୟବହାର କରିପାରିବେ ବୋଲି ଆଜି ଜିଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି।

 

- Advertisement -

ନିର୍ବାଚନ ପ୍ରଚାରରେ ମାଇକ ଓ ଗାଡ଼ି ବ୍ୟବହାର ପାଇଁ ଜିଲାପାଳଙ୍କୁ ଅନୁମତି ଦେବା ସମ୍ପର୍କରେ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନ। ପ୍ରଚାର ପାଇଁ ମାଇକ ଅନୁମତି ସ୍ଥାନୀୟ ତହସିଲଦାର ଦେଇପାରିବେ। କମିଶନରେଟ ପୁଲିସ ଅନ୍ତର୍ଭୁକ୍ତ ବ୍ଲକଗୁଡ଼ିକ ପାଇଁ ଡିସିପି ଅନୁମତି ଦେବେ। ଗାଡ଼ି ପାଇଁ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଡିଓ ଅନୁମତି ଦେଇପାରିବେ। ସେହିପରି ଜିଲା ପରିଷଦ ସଭ୍ୟ ପାଇଁ ଉପଜିଲାପାଳ ଅନୁମତି ଦେବେ ବୋଲି ରାଜ୍ୟ ନିର୍ବାଚନ କମିଶନ ଜିଲାପାଳମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories