www.samajalive.in
Sunday, December 14, 2025
19.1 C
Bhubaneswar

ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶନିଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ସାରନଗରୀ: ସାରନଗରୀ ସୁପରମାର୍କେଟସ୍ଥିତ ଶ୍ରୀଶ୍ରୀ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶନିଶ୍ଚରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ୮ତାରିଖ ରତ୍ନମୁଦ,ଅଙ୍କୁରାରୋପଣ,ଶୁଭ ଦିବାସ ସହ ବିଧିବିଧାନରେ ପୂଜା କାର୍ଯ୍ୟ ସରିଥିବାବେଳେ ୯ତାରିଖ କଳସଯାତ୍ରା,ସୂର୍ଯ୍ୟପୂଜା,ଗୋପୂଜା,ମଣ୍ଡପ ପ୍ରଦକ୍ଷିଣ ଓ ପ୍ରବେଶ,ଅଗ୍ନିସ୍ଥାପନ,ଦେବତା ମହାସ୍ନାନ,ଆରତୀ ଓ ପୁଷ୍ପାଜଂଳି ,୧୦ତାରିଖ ସୂର୍ଯ୍ୟପୂଜା,ଗୋପୂଜା,ମଣ୍ଡଳାଦି ପୂଜା,ଦେବତା ପ୍ରାଣ ପ୍ରତିଷ୍ଠା,ସ୍ଥାପନ,ହୋମ ଯଜ୍ଞ,ଆରତୀ ଓ ପୁଷ୍ପାଜଂଳି ଅନୁଷ୍ଠିତ ହୋଇଥିଲ।।
ଆସନ୍ତାକାଲି୧୧ତାରିଖସୂର୍ଯ୍ୟପୂଜା,ଗୋପୂଜା,ମଣ୍ଡଳାଦିପୂଜା,ମହାଯଜ୍ଞ,ଦେବତା,ତୈଳାଭିଷେକ,ବଡ଼ ସିଂହାର ବେଶ,ନବ ଯୌବନ ଦର୍ଶନ ଓ ପୁର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଶାନ୍ତିଶୃଖଂଳା ସହ କୋଭିଡ଼ନିୟମାନୁଯାୟୀ ଅନୁଷ୍ଠିତ ହେଉଥିବାବେଳେ କର୍ତା ଭାବେ ପ୍ରଧ୍ୟାପକ ଶ୍ରୀକାନ୍ତ ନାଥଶର୍ମା ଓ ସହଧର୍ମିଣୀ ରଂଜିତା ନାଥଶର୍ମା ଦାୟିତ୍ୱ ତୁଲାଉଛନ୍ତି । ପଣ୍ଡିତ ଭାବେ ସୁଶାନ୍ତ ପାଢୀ,ପ୍ରାଣକୃଷ୍ଣ ମିଶ୍ର,ଅକ୍ଷୟ କୁମାର ମିଶ୍ର,ଦୀପକ ମିଶ୍ର,ଅଶୋକ ମିଶ୍ର ଯୋଗ ଦେଇଥିଲେ । ହନୁମାନ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରତ୍ୟେକ କାର୍ଯ୍ୟ ଶାନ୍ତି ଶୃଖଂଳାର ସହ ପରିଚାଳନା କରିଥିଲେ ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories