www.samajalive.in
Monday, December 15, 2025
27.1 C
Bhubaneswar

ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ

ଲକ୍ଷ୍ନୌ : ଭୋଟ ଦେଉଛି ଉତ୍ତରପ୍ରଦେଶ । ଆଜି ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଭୋଟର ମାନେ ନିଜର ମତଦାନ ଶାବ୍ୟସ୍ତ କରୁଥିବା ବେଳେ, ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ । ୧୧ ଜିଲ୍ଲାର ୫୮ଟି ବିଧାନସଭା ଆସନ ପାଇଁ ଭୋଟ ଦେଉଛନ୍ତି ଭୋଟର । କୋଭିଡ୍‍ କଟକଣା ଅନୁଯାୟୀ ସମସ୍ତ ସ୍ଥାନରେ ଭୋଟ ଗ୍ରହଣ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଥ୍‍ ମାନଙ୍କରେ ପୁଲିସ ମୁତୟନ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨କୋଟି ୨୭ ଲକ୍ଷ ଜନତା । ସେଥିମଧ୍ୟରୁ ୭୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ସମୁଦାୟ ୧୦,୮୫୩ ମତଦାନ କେନ୍ଦ୍ର ଏବଂ ୨୬,୦୨୭ ବୁଥ୍ ସ୍ଥାପନ କରାଯାଇଛି। ତେବେ ୟୁପିରେ ମୋଟ୍‍ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୧୦ରେ  ଭୋଟ ଗଣତି ହେବ ବୋଲି କୁହାଯାଇଛି ।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories