ବୌଦ୍ଧ : ବୌଦ୍ଧ ପୁଲିସ ୨୧ କିଲୋ ଗଞ୍ଜେଇ ସହ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ବୌଦ୍ଧ ଥାନା ସୁତ୍ରରୁ ମିଳିଥିବା ସୂଚନା ମୁତାବକ ବାଉଁଶୁଣୀ ଥାନା ଜମଘାଟି ଗ୍ରାମର ପ୍ରଦିପ ମହାନନ୍ଦିଆ(୩୫) ଓ ମନମୁଣ୍ଡା ଥାନା ଅନ୍ତର୍ଗତ ରୁଗୁଡିଗୁଡା ଗ୍ରାମର ବିରାଟ ସାହାଣି ବଘିଆପଡା ପଟରୁ ବାଇକ୍ ଯୋଗେ ଏକ ଜରି ବସ୍ତାରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବୌଦ୍ଧ ପୁଲିସ ବାଇପାଶ ରାସ୍ତାର ଆଦର୍ଶ ବିଦ୍ୟାଳୟ ନିକଟରେ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା । ସେମାନଙ୍କ ନିକଟରୁ ୨୧ କିଲୋ ଗଞ୍ଜେଇ ଜବତ କରାଯିବା ସହିତ ଥାନାରେ ଏକ ମୋକଦ୍ଦମା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି।
Popular Categories



