www.samajalive.in
Sunday, December 14, 2025
19.1 C
Bhubaneswar

କୂଳ ଲଙ୍ଘିଲା ସାଳନ୍ଦୀ, ଧସିଲା ସୁରକ୍ଷାବନ୍ଧ

ଆରଡି: ଭଦ୍ରକ ଜିଲା ନଦୀକୂଳିଆ ଅଞ୍ଚଳଭାବେ ପରିଚିତ ଆରଡି ପଞ୍ଚାୟତର ଶୀତଳପୁର ଗାଁରେ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ ଗତ ଗୁରୁବାର ରାତିରେ କୂଳ ଲଂଘିଛି। ଫଳରେ ୧ଶହ ଫୁଟର ଅସ୍ଥାୟୀ ସୁରକ୍ଷାବନ୍ଧ ନଦୀ ମଧ୍ୟକୁ ଧସିଯାଇଛି। ଏହାଦ୍ବାରା ସୁରକ୍ଷାବନ୍ଧକୁ ଲାଗି ଥିବା ୪ଟି ପରିବାର ବାବାଜି ପରିଡା, ନିରାକାର ପରିଡା, ଆନନ୍ଦ ଜେନା ପ୍ରମୁଖଙ୍କ ଘରର ଭୂସ୍ଖଳନ ଘଟି ଅଣ୍ଟାଏ ଉଚ୍ଚରୁ ଚଟାଣ ନଦୀକୁ ଆଡକୁ ଢଳିଯିବା ସହ କାନ୍ଥ ଓ ଛପର ଘରରେ ବଡବଡ ଫାଟ ସୃଷ୍ଟି ହୋଇଛି। ପରିବାର ଲୋକ ପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଏପରି ଘଟଣା ଘଟିବାର ୫ଦିନ ବିତିଯାଇଥିଲେ ମଧ୍ୟ ମରାମତି ହେବାତ ଦୂରର କଥା ଜଳସେଚନ ବିଭାଗୀୟ ଅଧିକାରୀ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚିଲେ ନାହିଁ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

 

- Advertisement -

ବିଶେଷକରି ନଦୀରେ କୁମ୍ଭୀର ରହିଥିବାରୁ ସାମାନ୍ୟ ଜୁଆରପାଣି ଆସିଲେ ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ଏବଂ ନଦୀରୁ କୁମ୍ଭୀର ଖାଦ୍ୟ ଅନ୍ବେଷଣରେ ସୁରକ୍ଷାବନ୍ଧ ଉପରେ ଶୋଇ ରହୁଛି। ଭୟରେ ଗାଁ ଲୋକ ଯାତାୟତ କରିପାରୁନଥିବା ଋଷିରାମ ଜେନା, ରକ୍ଷାକର ବିଶ୍ବାଳ, ପ୍ରଦୀପ ବିଶ୍ବାଳ ପ୍ରମୁଖ କହିଛନ୍ତି। ସେହିପରି ଏହି ବନ୍ଧରାସ୍ତା ଉପରେ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ପ୍ରତିଦିନ ଯାଆ ଆସ କରିଥାନ୍ତି। ଏବେ ସୁରକ୍ଷାବନ୍ଧ ଢଳି ରହିବା ସହ ବିପଦ ଥିବାରୁ ଗାଁ ଲୋକ କୁମ୍ଭୀର ଭୟରେ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories