କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଲୁଧିଆନାରେ ପଞ୍ଜାବ ନିର୍ବାଚନ ଲାଗି କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ଆଜି ଲୁଧିଆନାରେ କଂଗ୍ରେସର ଏକ ପ୍ରଚାର ରାଲିରେ ରାହୁଲ ଗାନ୍ଧୀ ଏହି ଘୋଷଣା କରିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କହିଥିଲେ।
ସିଦ୍ଧୁଙ୍କ ସହ ପ୍ରାୟ ଏକ ମାସ ଧରି ବିବାଦ ପରେ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚରଣଜିତ ସିଂ ଚନ୍ନିଙ୍କୁ ୨୦୨୧ ସେପ୍ଟେମ୍ବରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ନାମିତ କରାଯାଇଥିଲା। ଚଳିତ ମାସ ୨୦ରେ ପଞ୍ଜାବରେ ନିର୍ବାଚନ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଭୋଟ୍ ଗଣତି ହେବ।



