ମଦ ଜବତ ମାମଲା ରଫାଦଫା ପାଇଁ ଲାଞ୍ଚ, ଧରା ପଡିଲେ ସହକାରୀ ଉପ ନିରୀକ୍ଷକ

ଭୁବନେଶ୍ୱର: ମଞ୍ଚେଶ୍ବର ଥାନା ପୁଲିସ ଗୁରୁବାର ଚଢଉ କରି ମଦ ଜବତ କରିଥିଲା। ମାତ୍ର ଜବତ ମଦକୁ ଛାଡିଦେବା ଏବଂ ମାମଲା ରଫାଦଫା କରିବା ଲାଗି ୫ ହଜାର ଟଙ୍କା ନେଉଥିବା ବେଳେ ଦୁର୍ନୀତି ନିବାରଣ ଅଧିକାରୀମାନେ ଥାନାର ସହକାରୀ ଉପନୀରିକ୍ଷକ ରବି ନାରାୟଣ ସାହୁଙ୍କୁ ଗିରଫ କରିଛନ୍ତି। ଏଥିସହ ତାଙ୍କ ଘର ଓ ସମ୍ପର୍କୀୟ ଘର ଉପରେ ମଧ୍ୟ ଚଢଉ କରାଯାଇଥିବା ଜଣାପଡିଛି। େତବେ ଏହି ଘଟଣାରେ ଆଉଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା କୁହାଯାଉଛି।

 

prayash

ପ୍ରକାଶ ଗତକାଲି ମଞ୍ଚେଶ୍ବର ଥାନା ପୁଲିସ ପାଣ୍ଡରା ଅଞ୍ଚଳରେ ଚୋରା ମଦ କାରବାର ନେଇ ଚଢଉ କରି ପ୍ରାୟ ୩୦ ହଜାର ଟଙ୍କାର ମଦ ଜବତ କରିଥିଲା। ମାମଲାକୁ ରଫାଦଫା କରିବା ଲାଗି ଶ୍ରୀ ସାହୁ ଅଭିଯୁକ୍ତଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ। ପୂର୍ବରୁ ମଧ୍ୟ ପୁଲିସ କର୍ମଚାରୀମାନେ ଅଭିେଯାଗକାରୀଙ୍କୁ ବାରମ୍ବାର ଅର୍ଥ ଦାବିକରି ହଇରାଣ ହରକତ କରି ଆସୁଥିଲେ। େତବେ ଗତକାଲିର ଘଟଣା ପରେ ଅଭିଯୋଗକାରୀ ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ସେ ଟଙ୍କା ନେଉଥିବା ବେଳେ ଦୁର୍ନୀତି ନିବାରଣ ଅଧିକାରୀମାନେ ଚଢାଉ ଲାଞ୍ଚ ବାବଦ ଟଙ୍କା ଜବତ କରିବା ସହ ଶ୍ରୀ ସାହୁଙ୍କୁ ଗିରଫ କରିଥିଲା।

kalyan agarbati

Comments are closed.