ସଙ୍କୁଲୋଇ ପଞ୍ଚାୟତ, ବିକାଶକୁ ନେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ହରଭଙ୍ଗା;ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗାଁରେ ରାଜନୈତିକ ପ୍ରତିଦ୍ୱନ୍ଦିତା ଜୋରଧରିଲାଣି। ଘର ଘର ବୁଲି ପ୍ରାର୍ଥୀ ଭୋଟ ଭିକ୍ଷା କରିବା ପ୍ରକିୟା ମଧ୍ୟ ଜୋରସୋରରେ ଆରମ୍ଭ ହେଲାଣି। ନିର୍ବାଚନ ଜିତିଲେ ଦୁର୍ନୀତି ହଟାଇ ଗାଁରେ ରହିଥିବା ସମସ୍ୟା ଦୂର ଭଳି ବିକାଶର ପ୍ରତିଶ୍ରୁତି ପ୍ରାର୍ଥୀମାନେ ଭୋଟରଙ୍କୁ ଦେଉଛନ୍ତି। ମାତ୍ର ଗତ ୫ବର୍ଷର ପଞ୍ଚାୟତର ସରକାରୀ ଯୋଜନାରେ ଚାଲିଥିବା ବିକାଶ କଥାକୁ ଲକ୍ଷ୍ୟ କଲେ ଆଜି ବି ସବୁ ଗାଁରେ ପାଣି, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ଭଳି ମୌଳିକ ସୁବିଧା ଅପହଞ୍ଚ ହୋଇରହିଥିବା ନଜରକୁ ଆସୁଛି। ହେଲେ ବାସ୍ତବ ପକ୍ଷେ ୫ବର୍ଷ ମଧ୍ୟରେ ପଞ୍ଚାୟତକୁ ମନରେଗା, ଏସଏଫସି/ସିଏଫସି ଭଳି ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଭୋଟବେଳେ ଭୋଟରଙ୍କ ପାଟିରୁ କିଛି କାମ ହୋଇନଥିବା କଥା ଶୁଣିଲେ କାନକୁ ଅଡୁଆ ଲାଗୁଛି। ପ୍ରକୃତରେ ସରକାରୀ ଅନୁଦାନର ସଠିକ୍ ବିନିଯୋଗ ହେଉଛି କି ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ହରଭଙ୍ଗା ବ୍ଳକର ସଙ୍କୁଲୋଇ ପଞ୍ଚାୟତ ୧୫ଟି ଓାର୍ଡକୁ ନେଇ ଗଠିତ ହୋଇଛି। ସଙ୍କୁଲୋଇ ପଞ୍ଚାୟତ ସ୍ୱାଧିନତା ପରେ ପରେ ଗଠନ ହୋଇଛି। ବର୍ତ୍ତମାନ ଏହି ପଞ୍ଚାୟତରେ ୧୨୯୬ପରିବାରରେ ୫ହଜାର୩୭୨ ଲୋକସଂଖ୍ୟା ମଧ୍ୟରୁ ଅନୁସୂଚିତ ଜାତି ବର୍ଗର-୧୪୯୯, ଅନୁସୂଚିତ ଜନଜାତି ବର୍ଗର ୬୧୬ ଏବଂ ଅନ୍ୟାନ୍ୟ ବର୍ଗର ୩୨୫୭ ଜନସଂଖ୍ୟା ରହିଛି। ସେଥିରୁ ୩ହଜାର ୮୯୦ ଭୋଟର ଚଳିତ ନିର୍ବାଚନରେ ମତଦାନ କରିବେ ବୋଲି ଜଣାପଡିଛି। ସରପଞ୍ଚ ଆସନ ଅଣସଂରକ୍ଷିତ ରହିଥିବାବେଳେ ଏହି ପଞ୍ଚାୟତରୁ ରଶ୍ମିତା ମହାକୁଡ, ସୁଶ୍ରୀତା ଛନ୍ଦ ଭଳି ଦୁଇ ଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତଥର ସରପଞ୍ଚ ହୋଇଥିବା ରଶ୍ମିତା ମହାକୁଡ ଏଥର ମଧ୍ୟ ଏହି ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେହିପରି ତାଙ୍କଠାରୁ ଗତଥର ପରାଜୟ ହୋଇଥିବା ସୁଶ୍ରୀତା ଛନ୍ଦ ପୁର୍ନବାର ଏହି ଆସନ ପାଇଁ ରଶ୍ମିତା ସହିତ ଲଢେଇ ପାଇଁ ନିର୍ବାଚନ ରଣଭୂମିକୁ ଓହ୍ଲାଇଛନ୍ତି। ଏହି ପଞ୍ଚାୟତରୁ ଦୁଇ ଜଣ ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଏମାନଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଭୋଟରମାନେ ମତଦେଉଛନ୍ତି। ବାସ୍ତବରେ ଆଗକୁ କିଏ କାହାକୁ ପଛରେ ପକାଇ ଏହି ଆସନ ଅକ୍ତିଆର କରିବେ ତାକୁ ଭୋଟରମାନେ ହିଁ ନିର୍ଣ୍ଣୟ କରିବେ ବୋଲି କୁହାଯାଉଛି।

kalyan agarbati

Comments are closed.