www.samajalive.in
Sunday, December 14, 2025
17.1 C
Bhubaneswar

ଓବିସିଙ୍କୁ ପ୍ରତାରଣା କରିଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର:କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅପାରଗତା, ଇଚ୍ଛା ଶକ୍ତିର ଅଭାବ, ସର୍ବୋପରି ଓବିସି ମାନଙ୍କ ପ୍ରତି ହୋଇଥିବା ଚଞ୍ଚକତା ପାଇଁ ରାଜ୍ୟର ବୃହତ୍ତର ବର୍ଗ (ଓବିସି )ତାଙ୍କର ସାମ୍ବିଧାନିକ ପ୍ରଦତ୍ତ ଅଧିକାର ହରାଇଛନ୍ତି ବୋଲି କଂଗ୍ରେସ ସିଧା ସଳଖ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଉଚ୍ଚ ନାୟାଳୟ ସଂରକ୍ଷଣ ୫୦%ରୁ ଅଧିକ ହୋଇପାରିବ ନାହଁ ବୋଲି କହିବା ପରେ ରାଜ୍ୟ ସରକାର ନିଜ ଉପରୁ ଦୋଷ ଛଡାଇବା ଆଳରେ ୨୦୧୭ ମସିହାରୁ ଉଚ୍ଚ ନୟାଳୟଙ୍କ ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଏକ ଏସଏଲପି କରି ଚୁପ ବସିପଡିଛନ୍ତି। ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ସରକାରଙ୍କର ଓବିସି ମାନଙ୍କ ପ୍ରତି କେତେ ଦରଦ। ଅନୁରୂପ ଭାବରେ କେନ୍ଦ୍ରରେ କଂଗ୍ରେସ(ୟୁପିଏ) ସରକାର ସମୟରେ ହୋଇଥିବା ସାମାଜିକ ଅର୍ଥନୈତିକ ପଛୁଆ ଶ୍ରେଣୀ ଜନଗଣନାକୁ ବିଜେପି ନେତ୍ବାତ୍ୱାଧୀନ କେନ୍ଦ୍ର ସରକାର ଲାଗୁ କରୁନାହାନ୍ତି କି ନିଜେ ସାମାଜିକ ଅର୍ଥନୈତିକ ପଛୁଆ ଶ୍ରେଣୀ ଜନଗଣନା କରାଉନାହାନ୍ତି ବୋଲି କହିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟର ବୃହତ୍ତର ବର୍ଗ (ଓବିସି )ଙ୍କ ସହିତ ଚଞ୍ଚକତା କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି।

 

- Advertisement -

ତାମିଲନାଡୁରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ବିଧେୟକ ପାରିତ କରି ଦଳଗତ ନିବିଶେଷରେ ରାଷ୍ଟ୍ରପତିଙ୍କୁ ଭେଟି ଏବେ ତାମିଲନାଡୁ ସମସ୍ତ କ୍ଷେତ୍ରରେ ୬୯% ସଂରକ୍ଷଣ ପାଉଛନ୍ତି ତାହା ୨୨ ବର୍ଷ ଶାସନ ମଧ୍ୟରେ ନକରିବା ଓବିସିମାନଙ୍କ ପାଇଁ ସରକାରଙ୍କ କେତେ ଦରଦ ତାହା ଜଳ ଜଳ ହୋଇ ଜଣାପଡୁଛି ବୋଲି ଶ୍ରୀ ମିଶ୍ର କହିବା ସହିତ ରାଜ୍ୟର ବୃହତ ବର୍ଗ (ଓବିସି ) ଅଧିକାର ସୁରକ୍ଷା ପାଇଁ କଂଗ୍ରେସ ଆଇନଗତ ଲଢେଇ ଜାରି ରଖିଛି ଏବଂ ଓବିସି ବର୍ଗ ତାଙ୍କ ଅଧିକାର ପାଇବା ପର୍ଯ୍ୟନ୍ତ ଲଢେଇ ଜାରିରଖିବ ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମିଳନୀ ରେ ଶ୍ରୀ କହିଛନ୍ତି। ଏହି ସାମ୍ବାଦିକ ସମିଳନୀ ରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories