www.samajalive.in
Tuesday, December 9, 2025
23.1 C
Bhubaneswar

ବାରିଆଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ

ଝୁମ୍ପୁରା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ଗ୍ରାମାଞ୍ଚଳ ନେତାଙ୍କ ମଧ୍ୟରେ ସେତିକି ତତ୍ପରତା ବଢୁଥିବା ଦେଖିବାକୁ ମିଳୁଛି। ଜାତୀୟ ଦଳକୁ ଛାଡି କିଛି ନେତା ଆଞ୍ଚଳିକ ଦଳରେ ମିଶୁଥିବା ଦେଖିବାକୁ ମିଳୁଛି। ଝୁମ୍ପୁରା ବ୍ଲକ ବାରିଆଠାରେ ଏହି ପଞ୍ଚାୟତର ବିଜୁ ଯୁବ ଜନତା ଦଳର ପଞ୍ଚାୟତ ସଭାପତି ପରେଶ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ ପର୍ବରେ ଅତିଥି ଭାବେ ଉପସ୍ଥିତ ରହିଥିଲେ ପାଟଣା ବିଧାୟକ ତଥା ଜିଲାଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ, ସାଧାରଣ ସଂପାଦକ ମହେନ୍ଦ୍ର ସାହୁ, ଝୁମ୍ପୁରା ବ୍ଲକ ବିଜୁ ଜନତା ଦଳର ଯୁବ ସଂଗଠକ ସୁଶାନ୍ତ କୁମାର ପ୍ରଧାନ, ଯଦୁମଣି ବାରିକ, ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ହରିଭକ୍ତ କୁନା ଗିରି ପ୍ରମୁଖ ଉପସ୍ଥିତ। ବାରିଆ ଅଞ୍ଚଳରେ ବିଜୁ ଜନତା ଦଳର ସ୍ଥିତ ପୂର୍ବରୁ ଦୁର୍ବଳ ରହିଥିଲା। ପରେଶ ବାରିକ ବାରିଆ ପଞ୍ଚାୟତର ଯୁବ ସଭାପତି ହେବା ପରେ ଦଳକୁ ଅଧିକ ସୁଦୃଢ କରିବା ସହିତ ଅନ୍ୟ ଦଳର କର୍ମୀମାନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ନୀତି ଆଦର୍ଶ, ତଥା ଜନହିତ କର ଯୋଜନା ସମ୍ପର୍କରେ ଅବଗତ କରୁଥିବାରୁ ଅନ୍ୟ ଦଳର କର୍ମୀମାନଙ୍କୁ ବିଜୁ ଜନତା ଦଳରେ ସାମିଲ କରି ବାରିଆ ଅଞ୍ଚଳରେ ବିଜୁ ଜନତା ଦଳର ସଂଗଠକୁ ସୁଦୃଢ କରି ପାରିଛନ୍ତି ବୋଲି ଯୋଗଦାନ କରିଥିବା ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଅନ୍ୟ ଦଳରୁ ଆସିଥିବା ବରିଷ୍ଠ କର୍ମୀ ତଥା ପୂର୍ବତନ ସରପଞ୍ଚ ଓ ଯନ୍ତ୍ରୀଙ୍କ ଅନ୍ୟ ଦଳର ୧୭ରୁ ଊର୍ଦ୍ଧ୍ବ କର୍ମୀମାନେ ଗୁରୁବାର ଦିନ ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ସାମିଲ ହେବା ସହିତ ପ୍ରାଥମିକ ସଭ୍ୟପଦ ଗ୍ରହଣ କରିଛନ୍ତି। ଦଳରେ ନୂତନ ଭାବରେ ଯୋଗଦାନ କରିଥିବା କର୍ମୀମାନଙ୍କୁ ବିଧାୟକ ସମେତ ଅନ୍ୟ ଅତିଥି ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିବା ସହିତ ଦଳର ସଂଗଠକୁ ଅଧିକ ସୁଦୃଢ କରି ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ।

Hot this week

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

Related Articles

Popular Categories