www.samajalive.in
Monday, December 15, 2025
14.1 C
Bhubaneswar

ସ୍ୱାସ୍ଥ୍ୟକ୍ଷେତ୍ରକୁ ୮୬,୨୦୦ କୋଟି

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ବଡ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରାଯାଇନାହିଁ। ପ୍ରାୟ ଦୁଇବର୍ଷ ଧରି ସାରା ଦେଶ ସମେତ ବିଶ୍ୱ କୋଭିଡ-୧୯ ମହାମାରୀ ଦ୍ୱାରା କବଳିତ ହୋଇଥିବାବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର କିଛି ଗୋଟାଏ ବଡ ଯୋଜନା ଘୋଷଣା କରିବା ଆଶା କରାଯାଉଥିଲା। କିନ୍ତୁ ଏ କ୍ଷେତ୍ରରେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାମଣ ତାଙ୍କ ବଜେଟ ଅଭିଭାଷଣରେ ଆରମ୍ଭରୁ ସ୍ୱାସ୍ଥ୍ୟ ବିଷୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବା ଏବଂ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଅର୍ଥମନ୍ତ୍ରୀ କେବଳ ଗୋଟିଏ ନୂଆ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସୀତାରମଣ କହିଥିଲେ, ମହାମାରୀ କାରଣରୁ ସବୁ ବୟସ ବର୍ଗର ଲୋକଙ୍କ ଠାରେ ମାନସିକ ସ୍ୱାସ୍ଥ୍ୟଗତ ସମସ୍ୟା ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଏକ ‘ରାଷ୍ଟ୍ରୀୟ ଟେଲି ମେଣ୍ଟାଲ ହେଲ୍‍ଥ ପ୍ରୋଗ୍ରାମ’ ପ୍ରଚଳନ କରାଯିବ। ଏଥିରେ ୨୩ଟି ଟେଲି ମେଣ୍ଟାଲ ହେଲ୍‍ଥ ସେଣ୍ଟର ଅଫ ଏକ୍ସଲେନ୍ସର ଏକ ନେଟୱର୍କ ରହିବ। ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲ୍‍ଥ ଆଣ୍ଡ ନ୍ୟୁରୋସାଇନ୍ସେସ (ନିମ୍‍ହାନ୍ସ) ନୋଡାଲ ସେଣ୍ଟର ଭାବରେ କାର୍ଯ୍ୟ କରିବ। ସେହିଭଳି ବେଙ୍ଗାଲୁରୁସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେସନ ଟେକ୍‍ନୋଲୋଜି ବାଙ୍ଗାଲୋର (ଆଇଆଇଆଇଟି-ବି)ପ୍ରଯୁକ୍ତିଗତ ସମର୍ଥନ ଯୋଗାଇଦେବ। ତେବେ ଏହି କାର୍ଯ୍ୟକ୍ରମ ପାଇଁ କେତେ ବ୍ୟୟବରାଦ କରାଯାଇଛି, ସେ ସର୍ମ୍ପକରେ ଅର୍ଥମନ୍ତ୍ରୀ ସ୍ପଷ୍ଟ କରିନଥିଲେ।

- Advertisement -

ମୋଟ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ୨୦୨୨-୨୩ ବଜେଟରେ ୮୬,୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି, ଯାହା ଗତବର୍ଷର ବଜେଟ ଅଟକଳ ତୁଳନାରେ ୧୨,୦୦୦ କୋଟି ଟଙ୍କା ଅଧିକ। ତେବେ ସଂଶୋଧିତ ବ୍ୟୟ ଅଟକଳ ଠାରୁ ଏହା ମାତ୍ର ୨୦୦ କୋଟି ଟଙ୍କା ଅଧିକ ବୋଲି ଜଣାଯାଇଛି। ଗତବର୍ଷ ବଜେଟରେ ଅର୍ଥମନ୍ତ୍ରୀ ପିଏମ୍‍ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ସେଥିରେ ଛଅବର୍ଷ ମଧ୍ୟରେ ୬୪,୧୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ପ୍ରାଥମିକ, ମାଧ୍ୟମିକ ଏବଂ ଶୀର୍ଷ ସ୍ତରର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଉନ୍ନତି ସାଧନ ଏବଂ ନୂଆ ନୂଆ ରୋଗ ଚିହ୍ନଟ ତଥା ତାହାର ସଫଳ ଚିକିତ୍ସା ନିମନ୍ତେ ଏକ ପରିବ୍ୟବସ୍ଥା ସୃଷ୍ଟି ଏହାର ଉଦ୍ଦେଶ୍ୟ ଥିଲା। ଏହି ଯୋଜନା ଅଧୀନରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯଥା- ଆନ୍ଧ୍ରପ୍ରଦେଶ, ଗୁଜରାଟ, ତେଲେଙ୍ଗାନା, ଜମ୍ମୁ ଓ କାଶ୍ମୀର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ, ମେଘାଳୟ, ତାମିଲନାଡୁ ଏବଂ ଉତ୍ତରାଖଣ୍ଡ ନିକଟରୁ ପ୍ରସ୍ତାବ ମିଳିଛି। ପ୍ରସ୍ତାବଗୁଡିକ ସମ୍ପର୍କରେ ସମ୍ପ୍ରତି ଅନୁଧ୍ୟାନ କରାଯାଉଛି। ଗଦବର୍ଷ ବଜେଟରେ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ ଆଉ ପାଞ୍ଚଟି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି) ସ୍ଥାପନ କରାଯିବ। ସମ୍ପ୍ରତି କେବଳ ପୁନେରେ ଗୋଟିଏ ଏହିଭଳି ପ୍ରତିଷ୍ଠାନ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories