ଆଠଗ: ସର୍ବୋଚ୍ଚ ନ୍ୟାୟାଳୟ ୨୦୨୦ରୁ ଅଦ୍ୟାବଧି କୋଭିଡ-୧୯ ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସହାୟତା ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଠଗଡ଼ ତହସିଲ ଅଞ୍ଚଳର ମୋଟ ୭୨ଜଣ ମୃତକଙ୍କ ପରିବାର ବର୍ଗଙ୍କୁ ୫୦ହଜାର ଟଙ୍କା ଲେଖାଏଁ ମୋଟ ୩୬ଲକ୍ଷ ଟଙ୍କା ସହାୟତା ରାଶି ବଣ୍ଟନ କରାଯାଇଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ୪୦ଜଣିଆ ମୃତକଙ୍କ ଅଡିଟ୍ ହୋଇଥିବା ତାଲିକା ଆଠଗଡ଼ ତହସିଲକୁ ଆସିଥିଲା। ସେଥିମଧ୍ୟରୁ ୧୯ଜଣଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ଅନ୍ୟ ଜଣଙ୍କର କାଗଜପତ୍ର ଯାଞ୍ଚ କରାଯାଉଛି ବୋଲି ତହସିଲଦାର ପ୍ରିୟବ୍ରତ ଦାସଙ୍କ ସୁତ୍ରରୁ ପ୍ରକାଶ। ବାକି ଏହି ତାଲିକାରୁ ଆଉ ୨୦ଜଣ ଅନ୍ୟ ତହସିଲର ହୋଇଥିବାରୁ ସେଗୁଡିକୁ ସିଡିଏମଓଙ୍କ କାର୍ଯ୍ୟାଳୟକୁ ଫେରାଇ ଦିଆଯାଇଛି। ଏତଦ୍ବ୍ୟତୀତ ଅନ୍ୟ ୫୩ଜଣ କୋଭିଡ ମୃତକଙ୍କ ପରିବାର ପକ୍ଷରୁ ବ୍ୟକ୍ତଗତ ଭାବେ ସହାୟତା ପାଇଁ ଆଠଗଡ଼ ତହସିଲକୁ ଅନଲାଇନ ଆବେଦନ କରାଯାଇଥିଲା। ସମସ୍ତ ୫୩ ଜଣଙ୍କର ସମସ୍ତ କାଗଜପତ୍ର ଯାଞ୍ଚ ପରେ ସେମାନଙ୍କୁ ୫୦ହଜାର ଲେଖାଏଁ ସହାୟତା ରାଶି ବଣ୍ଟନ କରାଯାଇଥିବା ତହସିଲଦାର ଶ୍ରୀ ଦାସ ପ୍ରକାଶ କରିଛନ୍ତି।
Popular Categories



