www.samajalive.in
Friday, December 12, 2025
19.1 C
Bhubaneswar

୩ ନମ୍ବର ଜୋନରେ ତ୍ରିମୁଖୀ ଲଢେଇ, ପ୍ରଚାରରେ ବିଜେଡି ଓ ବିଜେପି ଆଗୁଆ

ଆଠଗଡ଼: ଆଠଗଡ଼ ବ୍ଲକର ୩ନଂ ଜିଲ୍ଲାପରିଷଦ ଜୋନରେ ଶାସକ ବିଜେଡି ବିରୋଧି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ପ୍ରାୟ ନିଶ୍ଚିତ। ଫେବୃଆରୀ ୨୨ରେ ଏହି ବ୍ଲକ ତଥା ଜୋନରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରଚାର ପାଇଁ ଆଉ ମାତ୍ର ୨୦ଦିନ ହାତରେ ରହିଛି। ଏବେବି ଦଳର ତୁଙ୍ଗ ନେତା ଯଥା ଶାସକ ବିଜେଡିର ନେତା ତଥା ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ନାହାଁନ୍ତି। ଗତ ୩୨ବର୍ଷ ଧରି ଆଠଗଡ଼ ରାଜନୀତିର ଡୋର ତାଙ୍କ ହାତରେ ରହିଥିବାରୁ ଶାସକ ବିଜେଡିର ଏଠାରେ ଦୃଢ ସଂଗଠନ ସୃଷ୍ଟି ହୋଇଛି। ନିଜର ପଞ୍ଚାୟତସ୍ତରୀୟ ଦଳୀୟ ନେତାମାନଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ବିଭିନ୍ନ ପଞ୍ଚାୟତରେ ଦଳୀୟ ସମର୍ôଥତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ବ୍ରଜେନ୍ଦ୍ର କୁମାର ରାୟ ମଧ୍ୟ ନିଜ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିନଥିବାବେଳେ ପଞ୍ଚାୟତସ୍ତରୀୟ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧରି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଗାଁ କୁ ଗାଁ ଓ ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି। ଅନୁରୁପ ଭାବେ କଂଗ୍ରେସ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ପଞ୍ଚାୟତସ୍ତରୀୟ ତୁଙ୍ଗନେତାମାନଙ୍କୁ ସଂଗଠିତ କରି ପ୍ରଚାର ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଦଳର ତୁଙ୍ଗନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଆସନ୍ତା ବୁଧବାର ଠାରୁ ପ୍ରାର୍ଥୀଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ୩ନଂ ଜୋନଟି ଅଣସଂରକ୍ଷିତ ରହିଥିବାବେଳେ ଏଠାରେ ୩ ପ୍ରମୁଖ ରାଜନୈତିକ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ବ୍ୟତୀତ ୨ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ରହିଛନ୍ତି। ତେବେ ସ୍ୱାଧୀନ ପ୍ରାର୍ଥୀ ଦ୍ୱୟଙ୍କର ସେପରି ଅଧିକ ପ୍ରଭାବ ନଥିବାବେଳେ ସେମାନଙ୍କର ନିଜ ପଞ୍ଚାୟତରେ ସେମାନେ କିଛି ଭୋଟ ବିଭାଜନର କାରଣ ହୋଇପାରନ୍ତି ବୋଲି ଚର୍ଚା ହେଉଛି।

- Advertisement -

ବିଜେଡିର ପ୍ରାର୍ଥୀ ବଳଭଦ୍ର ବାଘ ଗତ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଏହି ଜୋନର ଜିଲ୍ଲା ପରିଷଦ ସଭ୍ୟ ରହିଥିଲେ। ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରି ତାଙ୍କୁ ଦଳୀୟ ପ୍ରାର୍ଥୀ କରାଇଛନ୍ତି। ଶ୍ରୀ ବାଘ ଇତି ମଧ୍ୟରେ ନିଜ ସମର୍ଥକ ଏବଂ ବିଭିନ୍ନ ପଞ୍ଚାୟତର ଦଳୀୟ ସମର୍ôଥତ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟ ପ୍ରାର୍ଥୀଙ୍କୁ ଧରି ଅଦ୍ୟାବଧି ମହାକାଳବସ୍ତ, ଘଣ୍ଟିଖାଲ, ମଞ୍ଚେଶ୍ୱର, କନ୍ଦରପୁର ଏବଂ ମଙ୍ଗଳବାର ରାଧାଗୋବିନ୍ଦପୁର ପଞ୍ଚାୟତର ସମସ୍ତ ଗ୍ରାମରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ସେହିପରି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରଞ୍ଜନ ସେନାପତି ନିଜ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ପଞ୍ଚାୟତରେ ଦଳର ସମର୍ôଥତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଧରି ଏବେ ସୁଦ୍ଧା ମହାକାଳବସ୍ତ, କଟକିଆସାହି ଓ ମଞ୍ଚେଶ୍ୱର ପଞ୍ଚାୟତରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି।

କଂଗ୍ରେସ ପ୍ରାର୍ଥୀ ସୁନିଲ କୁମାର ସୁତାର ଜଣେ ପୁରୁଖା କଂଗ୍ରେସ ନେତା ଏବଂ ତାଙ୍କର ୩ନଂ ଜୋନ ଅନ୍ତର୍ଗତ ନଦୀକୂଳ ଅଞ୍ଚଳରେ ବେଶ୍‍ ଭଲ ସଂଗଠନ ରହିଛି। ଶ୍ରୀ ସୁତାର ଏବେ ପର୍ଯ୍ୟନ୍ତ ପଞ୍ଚାୟତରେ ଘରକୁ ଘର ବୁଲି ଭୋଟ ପ୍ରଚାର ଆରମ୍ଭ କରିନଥିଲେ ମଧ୍ୟ ପଞ୍ଚାୟତସ୍ତରୀୟ ଦଳୀୟ ତୁଙ୍ଗନେତାଙ୍କ ସହ ନିର୍ବାଚନ ରଣନୀତି ପ୍ରସ୍ତୁତି ଚଳାଇଛନ୍ତି। ଆସନ୍ତା ବୁଧବାର ଦଳର ତୁଙ୍ଗନେତା ତଥା ପୂର୍ବତନ ବିଧାୟକ ଶ୍ରୀ ରଥଙ୍କ ସହିତ ଧବଳେଶ୍ୱରରେ ପୂଜାର୍ଚ୍ଚନା ପରେ ପଞ୍ଚାୟତୱାରୀ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବୋଲି ଶ୍ରୀ ସୁତାର କହିଛନ୍ତି। ଏହି ଜିଲ୍ଲାପରିଷଦ ଆସନରେ ୩ଦଳୀୟ ପ୍ରାର୍ଥୀଙ୍କ ଛଡା ଅହଲ୍ୟା ପରିଡ଼ା ଓ ରବିନାରାୟଣ କର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଏହି ୩ନଂ ଜୋନ ଅଧିନରେ ଧାଇପୁର (ଭୋଟର ସଂଖ୍ୟା-୧୭୯୭), ରାଧାଗୋବିନ୍ଦପୁର (୩୬୩୦), ଧୁରୁଷିଆ (୨୯୩୩), ଅନନ୍ତପୁର (୨୯୬୧), କନ୍ଦରପୁର (୨୪୯୮), କଟକିଆସାହି (୩୨୧୪), ମହାକାଳବସ୍ତ (୩୭୩୪), ମଞ୍ଚେଶ୍ୱର (୩୩୨୬), ରାଜନଗର (୨୪୮୬), ବେଣ୍ଟପଦା (୨୯୬୩) ଓ ଘଣ୍ଟିଖାଲ (୨୩୫୧) ଆଦି ୧୨ଟି ପଞ୍ଚାୟତର ୩୫୯୨୨ ଭୋଟର ଆଗାମୀ ଫେବୃଆରୀ ୨୨ତାରିଖରେ ନିଜର ମତଦାନ ସାବ୍ୟସ୍ତ କରିବେ। ଉକ୍ତ ଜୋନରେ ନିର୍ବାଚନ ପ୍ରଚାର ଅଦ୍ୟାବଧି ବେଶ୍‍ ଶାନ୍ତିଶୃଙ୍ଖଳାର ସହିତ ଚାଲିଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories