www.samajalive.in
Monday, December 15, 2025
14.1 C
Bhubaneswar

ବ୍ଲକ ଅଧ୍ୟକ୍ଷ ପଦ ବଜାୟ ରଖିବା ପାଇଁ ମଇଦାନ ମଧ୍ୟଭାଗରେ ମଣ୍ଟୁ

ପାଟଣା: ପାଟଣା ବ୍ଲକ ଅଧ୍ୟକ୍ଷ ପଦ ଗତ ଥର ଭଳି ବିଜୁ ଜନତା ଦଳ ବଜାୟ ରଖିବା ସହ ଦଳର ଏକ ତରଫା ବିଜୟ ସୁନିଶ୍ଚିତ କରିବା ପାଇଁ ରାଜନୈତିକ ଫୁଟବଲ ପଡ଼ିଆରେ ମଧ୍ୟଭାଗ ଖେଳାଳି ଭାବେ ମଣ୍ଟୁ ଓରଫ ପାଟଣା ବିଧାୟକ ଜଗନ୍ନାଥ ନାଏକ ଏବଂ ଗୋଲ ପୋଷ୍ଟ ଜଗିଛନ୍ତି ପାଟଣା ବ୍ଲକ ବିଜେଡ଼ି ସଭାପତି ମାଧବା ନନ୍ଦ ପୃଷ୍ଟି। ଗତ ଥର ବିଜୁ ଜନତା ଦଳ ବିଜେପି ଓ ସନାସେନା ମଧ୍ୟରେ ତ୍ରିକୋଣୀୟ ମୁକାବିଲା ରେ ମୋଟ ୨୦ ସମିତି ସଭ୍ୟ ମଧ୍ୟରୁ ୧୪ ଟି ବିଜୁ ଜନତା ଦଳ ଭାଗ ରେ ପଡ଼ିଥିବା ବେଳେ ସନାସେନା ଓ ଅନ୍ୟାନ୍ୟ ଙ୍କ ହାତରେ ୬ ଟି ସମିତି ସଭ୍ୟ ରହିଥିଲା। ସଂଖ୍ୟା ଗଣିତ ତତ୍କାଳୀନ କଣ୍ଟିଆପଡ଼ା ସମିତି ସଭ୍ୟ ତଥା ଆଜିର ବିଧାୟକ ଜଗନ୍ନାଥ ନାଏକ ଙ୍କ ସପକ୍ଷରେ ରହିଥିବାରୁ ସେ ପାଟଣା ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ପରେ ସେ ବିଧାନ ସଭା କୁ ଯିବାରୁ ଚିନାମାଳିପଶି ସମିତି ସଭ୍ୟ ବିଶ୍ଵନାଥ ନାୟକ ବ୍ଲକ ଅଧ୍ୟକ୍ଷ ହୋଇଥିଲେ।

୨୦୧୭ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ରେ ଜଗନ୍ନାଥ ନାଏକ ଏକ ମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ଵନ୍ଦରେ ବିଜୟୀ ହୋଇଥିଲେ। ରୋଚକ ପ୍ରସଙ୍ଗ ଏହି ଯେ ଚଳିତ ପଞ୍ଚାୟତିରାଜ ନିର୍ବାଚନ ରେ କେବଳ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ନୁହେଁ ବିରୋଧୀ ବିଜେପି କୁ ଧୂଳି ଚଟାଇ ନିର୍ମୂଳ କରିବା ପାଇଁ ବିଧାୟକ ଶ୍ରୀ ନାଏକ ମଇଦାନ ରେ ମଧ୍ୟଭାଗ ଖେଳାଳି ଭୂମିକା ରେ ଅବତୀର୍ଣ୍ଣ ହୋଇଛନ୍ତି। ଅନ୍ୟ ପକ୍ଷରେ ବ୍ଲକ ବିଜେଡ଼ି ସଭାପତି ମାଧବା ନନ୍ଦ ଗୋଲ କିପର ଭାବେ ଆଖି ତରାଟି ଚାହିଁଛନ୍ତି। ନାମାଙ୍କନ ପତ୍ର ର ପ୍ରତ୍ୟାହାର ଶେଷ ଦିନ ସୁଦ୍ଧା ବ୍ଲକ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସହ ମିରିଗିଖୋଜୀ , କେନ୍ଦେଇପଶି , ମୂଷାଖୋରି ଓ ଚିନାମାଳିପଶି ପଞ୍ଚାୟତ ର ସମିତି ସଭ୍ୟ ବିଜୁ ଜନତା ଦଳ ଖାତା କୁ ଯାଇଥିବା ଦଳ ର ନେତା ମାନେ ଦାବି କରୁଥିବା ବେଳେ ତୁରୁମୂଙ୍ଗା ପଞ୍ଚାୟତ ରେ ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଝୁନୁରାଣୀ ପୃଷ୍ଟି ଙ୍କ ପ୍ରାର୍ଥୀ ପତ୍ର ଯାଞ୍ଚ ରେ କଟିଯିବା ଓ ଅନ୍ୟ ଦୁଇ ଜଣ ପ୍ରାର୍ଥୀନୀ ଲିଜା ସାହୁ ଓ ସୁଷମା ସାହୁ ଗୋଟିଏ ଦଳ ର ହୋଇଥିବା ରୁ ଶେଷ ଦିନରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ଘଟଣା କୁ ବିଜୁ ଜନତା ଦଳର ଶହେ ଶହେ ରେ ଖେଳ କୁହାଯାଉଛି। ତୁରୁମୁଙ୍ଗା ପଞ୍ଚାୟତ ରେ କେହି ପ୍ରାର୍ଥୀନୀ ନରହିବାରୁ ପୁନଃ ଏହି ଆସନ ପାଇଁ ନାମାଙ୍କନ ପତ୍ର କରାଯିବା ନିଶ୍ଚିତ ହୋଇପଡିଛି। ଅନ୍ୟ ପକ୍ଷରେ ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର କାର୍ଯ୍ୟ ଧାରାକୁ ବିରୋଧ କରି ଜିଲା ବିଜୁ ଜନତା ଦଳ ଉପସଭାପତି ପଦ ରୁ ଇସ୍ତଫା ଦେଇଥିବା ଓ ଏବେ ବଡ଼ ପାଟଣା ପଞ୍ଚାୟତ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଦେବାନନ୍ଦ ପୃଷ୍ଟି ଙ୍କ ର ଆଜି ପାଟଣା ବିଧାୟକ ଜଗନ୍ନାଥ ନାଏକ ମାନଭଞ୍ଜନ କରିଛନ୍ତି। ଶ୍ରୀ ପୃଷ୍ଟି ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ସହ ବିଜୁ ଜନତା ସମର୍ଥିତ ପ୍ରାର୍ଥୀ ଙ୍କୁ ନିର୍ଦ୍ଵନ୍ଦରେ ଜିତାଇବା ସୁଯୋଗ ସୃଷ୍ଟି କରିବା ସହ ସେ ବିଜୁଜନତା ଦଳ ପାଇଁ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି। ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ଖେଳ ରେ ଏଠାରେ ଶାସକ ଦଳ ଆଗରେ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories