www.samajalive.in
Tuesday, December 9, 2025
26.1 C
Bhubaneswar

ଶୀତଦିନ ; ମେଥିପତ୍ରରେ ପ୍ରସ୍ତୁତ କରନ୍ତୁ ଏହି ବ୍ୟଞ୍ଜନ, ସଭିଁଙ୍କୁ ଆସିବ ପସନ୍ଦ

ଶୀତଦିନେ ସବୁଜ ପନିପରିବା ସହ ଅନେକ ଲୋକେ ମେଥି ଶାଗ ଖାଇବାକୁ ବେଶ ପସନ୍ଦ କରିଥାଆନ୍ତି। ଏହାର ସ୍ୱତନ୍ତ୍ର ସ୍ୱାଦ କାରଣରୁ ଏହାକୁ ଶୁଖାଇ କସ୍ତୁରୀମେଥି ଭାବେ ମଧ୍ୟ ବ୍ୟବହାର କରାଯାଏ। ସଭିଁଙ୍କ ଘରେ ମେଥିର ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଆଜି ଭିନ୍ନ ଶୈଳୀରେ ମଟର ଓ କ୍ରିମକୁ ବ୍ୟବହାର କରି ମେଥିରେ ପ୍ରସ୍ତୁତ ଏହି ବ୍ୟଞ୍ଜନ ବିଷୟରେ ଜାଣନ୍ତୁ।
ପ୍ରସ୍ତୁତି ପ୍ରଣାଳୀ ….
ମେଥି ଶାଗ – ଆବଶ୍ୟକ ପରିମାଣରେ
ତେଲ – ୪ ଚାମଚ
ପିଆଜ – ଗୋଟିଏ (କଟା ହୋଇଥିବା )
କଞ୍ଚା ଲଙ୍କା – ୨ଟି
ଅଦା-ରସୁଣ ବଟା – ୩ ଚାମଚ
କାଜୁ – ଅଳ୍ପ
ଜିରା – ସାମାନ୍ୟ
କ୍ରିମ – ଆବଶ୍ୟକ ପରିମାଣରେ
ମଟର ଛୁଇଁ – ୧କପ
ଚିନି – ସାମାନ୍ୟ
ଲୁଣ – ଆବଶ୍ୟକ ପରିମାଣରେ
ଗରମ ମସଲା – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମେଥି ଶାଗକୁ କାଟି ଏହାକୁ ଧୋଇ କାଟି ରଖନ୍ତୁ। ଏବେ ଗ୍ୟାସରେ କଡେଇ ବସାନ୍ତୁ। କଡେଇରେ ତେଲ ଗରମ କରନ୍ତୁ। ଏବେ ଏଥିରେ କଟା ହୋଇଥିବା ପିଆଜ ପକାଇ ଭାଜନ୍ତୁ। ଭାଜି ହେବା ପରେ ଏଥିରେ କଞ୍ଚା ଲଙ୍କା, ଅଦା ରସୁଣ ବଟା, ସାମାନ୍ୟ ଲୁଣ ପକାଇ ଭଲ ଭାବେ କଷନ୍ତୁ। ଏବେ ଏହି ମିଶ୍ରଣକୁ କାଢି ଭଲ ଭାବେ ପେଷି ଦିଅନ୍ତୁ। କାଜୁ ମଧ୍ୟ ପେଷି ରଖନ୍ତୁ। ଏବେ ପୁଣି କଡେଇରେ ତେଲ ଗରମ କରନ୍ତୁ। ଏଥିରେ ୧ ଚାମଚ ଜିରା ପକାନ୍ତୁ। ଏଥିରେ ପେଷି ଥିବା ମିଶ୍ରଣ ସହ କାଜୁ ବଟା ପକାଇ ଗୋଳାନ୍ତୁ। ଧିମା ଆଞ୍ଚରେ ଏହାକୁ ରଖି ଏଥିରେ କଟା ହୋଇଥିବା ମେଥି ଶାଗ ପକାଇ ଭଲ ଭାବେ ଗୋଳାନ୍ତୁ। ଏଥିରେ କ୍ରିମ ମଧ୍ୟ ପକାଇ ଗୋଳାନ୍ତୁ। ଏବେ ଏଥିରେ ମଟର, ସାମାନ୍ୟ ଚିନି ଓ ଅଳ୍ପ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ସାମାନ୍ୟ ପାଣି ଦେଇ ଗରମ ମସଲା ପକାଇ ୧ ମିନିଟ ରଖିବା ପରେ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମେଥି ମଟର ମଲେଇ।

 

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories