www.samajalive.in
Monday, December 15, 2025
14.1 C
Bhubaneswar

ଅବାଧ, ନିରପକ୍ଷ ଓ ଶାନ୍ତିଶୃଙ୍ଖଳା ସହ ପଞ୍ଚାୟତ ନିର୍ବାଚନ ପାଇଁ ପୁଲିସ ପ୍ରସ୍ତୁତ: ପୁଲିସ ମହାନିର୍ଦେଶକ

ଭବାନୀପାଟଣା: ଆଜି ପୁଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ କଳାହାଣ୍ଡି ଜିଲା ଗସ୍ତରେ ଯାଇଥିଲେ। ଏହି ଅବସରରେ ପୁଲିସ ମହାନିର୍ଦେଶକ ଶ୍ରୀ ବଂଶଲ ଅବାଧ, ନିରପକ୍ଷ ଓ ଶାନ୍ତିଶୃଙ୍ଖଳା ସହ ପଞ୍ଚାୟତ ନିର୍ବାଚନ ପାଇଁ ପୁଲିସ ପ୍ରସ୍ତୁତ ଏବଂ ବର୍ତ୍ତମାନ ମାଓ ଗତିବିଧି ନିୟନ୍ତ୍ରଣରେ ରହିଛି ବୋଲି କହିବା ସହିତ କଳାହାଣ୍ଡି ଜିଲାରେ ମାଓବାଦୀ ମାନଙ୍କର କାର୍ଯ୍ୟକଳାପ, ସେମାନଙ୍କ ଗତିବିଧି ଓ କାର୍ଯ୍ୟକଳପ ଉପରେ ଆଲୋଚନା କରିଥିଲେ। ଏହା ସହିତ ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟାନୁଷ୍ଠାନ, ମାଓ ଅଞ୍ଚଳର ସମସ୍ୟା ଓ ତାର ସମାଧାନ ଉପରେ ମଧ୍ୟ ଆଲୋଚନା କରିଥିଲେ। ମାଓଦମନ ପାଇଁ ନିୟୋଜିତ ସିଆରପିଏଫଙ୍କ ସମସ୍ୟାଏବଂ ସ୍ଥାନୀୟ ପୁଲିସ ମଧ୍ୟରେ ସମନ୍ୱୟରେ ରହି ମାଓଦମନ କାର୍ଯ୍ୟ ଅଧିକ କ୍ରିୟାଶୀଳ କରାଯାଇପାରିବ ବୋଲି କହିଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ଓ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ କିପରି ଅବାଧ, ନିରପକ୍ଷ ଏବଂ ଶାନ୍ତିଶୃଙ୍ଖଳା ସହିତ କରାଯିବ ଓ ପୁଲିସ ସେଥିପ୍ରତି କେଉଁ ପ୍ରକାଶ ଯୋଜନା ପ୍ରସ୍ତୁତି ସେ ସମ୍ପର୍କରେ ସୂଚନା ଦେଇଥିଲେ।

 

- Advertisement -

ରବିବାର ଦିନ ଓଡିଶା ପୁଲିସ ମହା ନିର୍ଦେଶକ ସୁନୀଲ କୁମାର ବଂଶଲ ଓ ଅନ୍ୟ ଉଚ୍ଚ ପୁଲିସ ଅଧିକାରୀ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣାସ୍ଥିତ ଜିଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜିଲାର ଉଚ୍ଚ ପୁଲିସ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ବୈଠକରେ ଡିଜି (ଗୋଇନ୍ଦା) ଲଳିତ କୁମାର ଦାସ, ଆଇଜି (ଅପରେସନ୍) ଅମିତାଭ ଠାକୁର ଏବଂ କୋରାପୁଟସ୍ଥିତ ଦକ୍ଷିଣ ଓ ପଶ୍ଚିମ ରେଞ୍ଜ ଡିଆଇଜି ଅନିରୁଦ୍ଧ ସିଂହ, କଳାହାଣ୍ଡି ଏସପି ଡା. ଶ୍ରବଣ ବିବେକ ଏମ୍. ଓ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆଗାମୀ ପଞ୍ଚାୟତ ନିର୍ବାଚନ କିପରି ଆଚରଣ ବିଧି ଉଲ୍ଲଙ୍ଘନ ନ ହେବ ଓ ଅବାଧ ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ କରାଯିବ ବିଶେଷ କରି ମାଓ ଅଞ୍ଚଳରେ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ଲୋକେ ଭୋଟ୍ ଦେଇପାରିବେ, ନିର୍ବାଚନ ପରିଚାଳନାରେ କୌଣସି ବିଶୃଙ୍ଖଳା ସୃଷ୍ଟି ନହେବ, ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ଅନ୍ୟାନ୍ୟ କେଉଁ ପ୍ରକାର ଅପରାଧ ଅଧିକ ହେଉଛି ତାହା କିପରି ରୋକାଯାଇପାରିବ ଏବଂ ଅଧିକରୁ ଅଧିକ ଦୋଷୀ କୋର୍ଟରେ ଯେପରି ଦଣ୍ଡିତ ହୋଇପାରିବେ ଆଦି ଉପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories