www.samajalive.in
Sunday, December 14, 2025
19.1 C
Bhubaneswar

ଅଶାନ୍ତି, ମୀନତି ଓ ବଳଭଦ୍ର ବିଜେଡିର ସମ୍ଭାବ୍ୟ ଜିଲ୍ଲାପରିଷଦ ପ୍ରାର୍ଥୀ

ଆଠଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲା ପରିଷଦ ପ୍ରାର୍ଥୀ ଦଳୀୟ ଚିହ୍ନରେ ନିର୍ବାଚନ ଲଢିବାକୁ ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ ପାଇଁ ଜୋରଦାର କସରତ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ଚୟନ ଦିଗରେ ପାଦେ ଆଗକୁ ଯାଇ ଆଠଗଡ ବ୍ଲକ ଅନ୍ତର୍ଗତ ୩ଟି ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଚୟନ ଆପାତତଃ ଚୂଡାନ୍ତ ହୋଇଥିବା ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ। ଆଠଗଡ ବ୍ଲକର ୧ନଂ ଜୋନ୍‍ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏହି ଆସନ ପାଇଁ ବିଜେଡି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଶାନ୍ତି ବେହେରାଙ୍କ ନାମ ଆପାତତଃ ସ୍ଥିର କରିଥିବା ଜଣାପଡିଛି।

ସେହିପରି ୨ନଂ ଜୋନ୍‍ଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ ଏଥିରେ ଶାସକ ଦଳ ପକ୍ଷରୁ ମୀନତି ଗାଗରାଇ ଏବଂ ୩ନଂ ଜୋନ୍‍ଟି ଅଣସଂରକ୍ଷିତ ରହିଥିବାବେଳେ ଏହି ଆସନ ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ଦଳର ପାର୍ଥୀ ହୋଇପାରନ୍ତି। ଦଳୀୟ ଟିକେଟ ରାଜ୍ୟ ସଭାପତିଙ୍କ ଦସ୍ତଖତରେ ମିଳିବାକୁ ଥିଲେ ମଧ୍ୟ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯାହାଙ୍କୁ ମନୋନୀତ କରି ସୁପାରିଶ କରିବେ ତାଙ୍କୁ ହିଁ ଦଳୀୟ ଟିକେଟ ମିଳିବା ନିଶ୍ଚିତ ଥିବାରୁ ଉପରୋକ୍ତ ୩ଜଣଙ୍କୁ ସ୍ଥାନୀୟ ବିଧାୟକ ମନୋନୀତ କରି ସୁପାରିଶ କରିଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ବିରୋଧି ଭାରତୀୟ ଜନତା ପାର୍ଟୀ ଓ କଂଗ୍ରେସ ଦଳ ପକ୍ଷରୁ କାହାକୁ ପାର୍ଥୀ କରାଯିବ ତାହା ଏ ପର୍ଯ୍ୟନ୍ତ ସ୍ପର୍ଶ ହୋଇପାରିନାହିଁ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories