www.samajalive.in
Monday, December 15, 2025
15.1 C
Bhubaneswar

ଏଣିକି ପ୍ରତିବର୍ଷ ଜାନୁଆରୀ ୨୩ରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ

ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଉତ୍ସବକୁ ପାଳନରେ ସାମିଲ କରାଯିବ
ନୂଆଦିଲ୍ଲୀ: ଦେଶରେ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ଏଣିକି ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବୀର ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଏଥିରେ ସାମିଲ କରାଯିବ । ଗତବର୍ଷ ନରେନ୍ଦ୍ର ମୋଦିଙ୍କ ସରକାର ଜାନୁଆରୀ ୨୩, ନେତାଜୀଙ୍କ ଜନ୍ମଦିନକୁ ସ୍ମରଣ କରିବା ନିମନ୍ତେ ‘ପରାକ୍ରମ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଭାରତର ଇତିହାସ ଓ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକୁ ପାଳନ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାବେଳେ ଜାନୁଆରୀ ୨୩ରୁ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବ ଆରମ୍ଭ ହେବ ।
ସରକାରଙ୍କ ପକ୍ଷରୁ ଏଥିପାଇଁ ପାଳନ କରାଯିବାକୁ ସ୍ଥିର କରାଯାଇଥିବା ଅନ୍ୟାନ୍ୟ ବିଶେଷ ଦିବସଗୁଡିକ ମଧ୍ୟରେ ଅଗଷ୍ଟ ୧୪କୁ ବିଭାଜନ ଆତଙ୍କ ସ୍ମରଣ ଦିବସ, ଅକ୍ଟୋବର ୩୧ ଜାତୀୟ ଏକତା ଦିବସ (ସର୍ଦ୍ଦାର ପଟେଲଙ୍କ ଜନ୍ମଦିନ), ନଭେମ୍ବର ୧୫ ଜନଜାତୀୟ ଗୌରବ ଦିବସ (ବିର୍ସା ମୁଣ୍ଡାଙ୍କ ଜୟନ୍ତୀ), ନଭେମ୍ବର ୨୬ ସମ୍ବିଧାନ ଦିବସ ଏବଂ ଡିସେମ୍ବର ୨୬ ଗୁରୁ ଗୋବିନ୍ଦ ସିଂଙ୍କ ଚାରିପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ଦିବସ ଆଦି ଅନ୍ତର୍ଭୁକ୍ତ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories