www.samajalive.in
Sunday, December 14, 2025
23.1 C
Bhubaneswar

ଜଳିଯାଇଥିବା ଧାନ ପାଇଁ କ୍ଷତିପୂରଣ ଦାବି କଲା ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ବୁଗୁବୁଗା ଟିକ୍ରା ପଡ଼ାର ଭାଗ ଚାଷୀଙ୍କ ଚାରି ଏକର ଧାନ ଖରି ଜଳିଯିବା ପରେ ସେ ଆତ୍ୟନ୍ତହତାଶ ହୋଇ ପଡିଛନ୍ତି। ଚାଷ ପାଇଁ କରିଥିବା ଋଣ ପରିଶୋଧ ସହ ଜମି ମାଲିକକୁ କର ଧାନ ଦେବା ଆଜି ତାଙ୍କ ପାଇଁ ଦୁଃସହ ହୋଇ ପଡ଼ିଛି। ଏହି ଅଭାବନୀୟ ଘଟଣା ଭାଗ ଚାଷୀଙ୍କ ପାଇଁ ଆଜି ଦୁର୍ଭାଗ୍ୟ ସାଜିଛି। ତାଙ୍କର ଏହି ପ୍ରତିକୂଳ ପରିସ୍ଥିତି ସମୟରେ ତାଙ୍କର ଦୁଃଖର ସାଥୀ ହୋଇ ତାଙ୍କ ପରିବାରକୁ ସ୍ଵାନ୍ତନା ଦେବା ପାଇଁ ତଥା ତାଙ୍କର କ୍ଷତିପୂରଣ ଦାବି ପାଇଁ ଆଜି ଓଡିଶା ରାଜ୍ୟ କୃଷକ ସଙ୍ଗଠନର ରାଜ୍ୟ ସଭାପତି ସଡାନନ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖା ପହଞ୍ଚିଥିଲା।

ଜଳି ଯାଇଥିବା ଧାନ ଖରିକୁ ପରିଦର୍ଶନ କରି ସାରିବା ଅତାବିରା କୃଷି ଅଧିକାରୀ ବିଜୟ ପଟ୍ଟନାଏକଙ୍କ ସହ ବିସ୍ତୃତ ଆଲୋଚନା କରିବା ପରେ, ଜଳିଥିବା ଧାନ ଖରିର କ୍ଷତି ପୂରଣ ମିଳିପାରିବ ନାହିଁ ବୋଲି ମନାକରି ଦେଇଥିଲେ। ଯଦି ଧାନ ବିଲରେ ପେଟା ଥାଇ ପୋଡ଼ିଥନ୍ତା ତା ହେଲେ ବୀମା କ୍ଷତି ପୂରଣ ମିଳିପାରି ଥାନ୍ତା ବୋଲି ଅଧିକାରୀ ଦର୍ଶାଇଥିଲେ। ଏହାପରେ ସେମାନେ ତହସିଲଦାର ସୌଭାଗ୍ୟ ବେହେରାଙ୍କୁ ଭେଟି ଥିଲେ।ଭାଗ ଚାଷୀ ଜଣକ ଅତି ଆକୁଳ ହୋଇ ତାଙ୍କ ଦୁର୍ଭାଗ୍ୟର କଥା ଜଣାଇଥିଲେ ଓ କିଛି କ୍ଷତି ପୁରଣ ପାଇବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ତହସିଲଦାର ମଧ୍ୟ କ୍ଷତିପୂରଣ ମିଳିପାରିବ ନlହିଁ ବୋଲି ରୋକ୍ ଠୋକ ମନା କରିଦେଇଥିଲେ। ତେଣୁ କୌଣସି ଉପାୟ ନ ପାଇ ଆସନ୍ତା ସୋମବାର ଦିନ କ୍ଷତିଗ୍ରସ୍ତ ଚାଷୀ ଓ ସଂଘ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବେ ବୋଲି ସଂଘର ବରିଷ୍ଠ ଚାଷୀ ନେତା ବସନ୍ତ ବାରିକ୍ ଓ ପଲଉ ମାଝୀ ପ୍ରକାଶ କରିଥିବା ଜଣାପଡିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories