www.samajalive.in
Monday, December 15, 2025
17.1 C
Bhubaneswar

କୋଭିଡ ନିୟମାନୁଯାୟୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ଜି.ଉଦୟଗିରି: ଏବେ କରୋନା ତୃତୀୟ ଲହର ଓ ଓମିକ୍ରନ ହୁ ହୁ ହୋଇ ବଢୁଥିବା ଦୃଷ୍ଟିରୁ ଆଗାମୀ ଫେବୃୟାରୀ ମାସରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୋଭିଡ୍ ନିୟମାନୁଯାୟୀ କରେଇବାକୁ ସ୍ଥାନୀୟ ନିର୍ବାଚନ ଅଧିକାରୀ ଆଶିଷ କୁମାର ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଆଜି ପଞ୍ଚାୟତ ସମିତି ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ଥାନା ଅଧିକାରୀ ରେବତୀ ଶବର, ଭାରତୀୟ ଜନତା ଦଳ ଜିଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ମଣ୍ଡଳ ସଭାପତି ମାୟାବନ୍ଧୁ ପ୍ରଧାନ, ବିଜୁ ଜନତା ଦଳ ବ୍ଳକ ସଭାପତି ଲିଙ୍ଗରାଜ କହଁର, ବ୍ଳକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, ନଗର କଂଗ୍ରେସ ସଭାପତି ଏନ୍.ରାଜା ରାଓ, ଗ୍ରେସିଙ୍ଗିଆ ପଞ୍ଚାୟତ ସଭାପତି ସୁବଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାର୍ଥୀମାନେ ପ୍ରାର୍ଥୀ ପତ୍ର ଦାଖଲ ସେ ନିଜେ ଯାଇ ପ୍ରାର୍ଥି ପତ୍ର ଦାଖଲ କରିବେ। ସେ ସମୟରେ ଯଦି ପ୍ରାର୍ଥୀ କୋଭିଡ ପଜିଟିଭ୍ ଥିବେ ତେବେ ତାଙ୍କ ଯାଗାରେ ପ୍ରସ୍ତାବକ କିମ୍ବା ସମର୍ଥକ ଆସି ଦାଖଲ କରିପାରିବେ।

 

- Advertisement -

ପ୍ରାର୍ଥୀ ପତ୍ର ଦାଖଲ ବେଳେ ପ୍ରାର୍ଥୀ କେବଳ ଗୋଟିଏ ହିଁ ୪ ଚକିଆ ଯାନ ଆଣିପାରିବେ ଏବଂ ଗାଡିକୁ ବ୍ଳକ କାର୍ଯ୍ୟାଳୟ ବାହାରେ ରଖିବାକୁ ପଡିବ। ପ୍ରାର୍ଥୀ ପତ୍ର କାୟମ ହେଲେ ପ୍ରାର୍ଥୀ ୫ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ। ଯଦି ନିର୍ବାଚନ ଅଧିକାରୀ ସେ ସମୟରେ କୋଭିଡ ପଜିଟିଭ୍ ହୁଅନ୍ତି। ସ୍ଥାନୀୟ ତହସିଲଦାର ନିର୍ବାଚନ କାର୍ଯ୍ୟ ପରିଚାଳନା କରିବେ। ପ୍ରାର୍ଥୀ ବା ପ୍ରସ୍ତାବକ କିମ୍ବା ସମର୍ଥକ ପ୍ରାର୍ଥୀ ପତ୍ର ଦାଖଲ ସମୟରେ କୋଭିଡ୍ ର ଦ୍ବିତୀୟ ଡୋଜ ନେଇଥିବା ବାଧ୍ୟତାମୂଳକ ଆଦି ସଂମ୍ପର୍କରେ ଆଲୋଚନା କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories