www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶାର ହାଇ ଜମ୍ପର ସ୍ୱାଧୀନ ମାଝୀଙ୍କ ପ୍ରଦର୍ଶନରେ ଉନ୍ନତି

ଭୁବନେଶ୍ୱର: ଓଡ଼ିଶାର ଅନୁଗୁଳ ଜିଲାର ୨୦ ବର୍ଷ ବୟସ୍କ ସ୍ୱାଧୀନ ମାଝୀ ନିକଟରେ ମାଙ୍ଗାଲୋରରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଆଥଲେଟିକ୍ସ ଚମ୍ପିଆନସିପ୍‍ରେ ଉତ୍ସାହଜନକ ପ୍ରଦର୍ଶନ କରିବା ସହିତ କାଂସ୍ୟ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି)ରେ ତାଲିମ ନେଉଥିବା ଶ୍ରୀ ମାଝୀ ବ୍ୟକ୍ତିଗତ ଶ୍ରେଷ୍ଠ (ପିବି) ଉଚ୍ଚତା ୨.୦୮ ମିଟର ଡେଇଁବା ସହିତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସମୁଦାୟ ପ୍ରତିଯୋଗିତା କାଳରେ ସ୍ୱାଧୀନଙ୍କର ପ୍ରଥମ ପ୍ରୟାସରେ ସେ ୨.୧୧ ମିଟର ଉଚ୍ଚତା ଡେଇଁବା ସମୟରେ ତାଙ୍କ ପାଦ ଗଣ୍ଠିରେ ଆଘାତ ଲାଗିନଥିଲେ ସେ ହୁଏତ ଅଧିକ ଉନ୍ନତ ପ୍ରଦର୍ଶନ କରିଥାନ୍ତେ ବୋଲି କହିଛନ୍ତି ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଏଚପିସିର ମୁଖ୍ୟ ପ୍ରଶିକ୍ଷକ ଜେମ୍ସ ହିଲିଅର । ମାଙ୍ଗାଲୋରଠାରେ ଅନୁଷ୍ଠିତ ପ୍ରତିଯୋଗିତା ସମ୍ପର୍କରେ ନିଜର ପର୍ଯ୍ୟବେକ୍ଷଣ ଆଧାରରେ ମାଝୀଙ୍କ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବାକୁ କେତେକ ବୈଷୟିକ ଦିଗ ଚିହ୍ନଟ କରିଛନ୍ତି । ହିଲିଅର କହିଛନ୍ତି, ଦୌଡିବା ସମୟରେ ଏବଂ ବିଶେଷକରି ତାଙ୍କର ଶେଷ ତିନିଟି ପ୍ରୟାସରେ ତାଙ୍କର ଶାରୀରିକ ଅବସ୍ଥିତଚୁ ସେ ଲକ୍ଷ୍ୟ କରିଛନ୍ତି । ଉନ୍ନତି ଘଟୁଛି, କିନ୍ତୁ ଏହିସବୁ ବୈଷୟିକ ପରିବର୍ତ୍ତନ ନିମନ୍ତେ ସମୟ ଲାଗିବ ଏବଂ ଆଥଲେଟମାନଙ୍କ ନିକଟରୁ ପର୍ଯ୍ୟାପ୍ତ ଉଦ୍ୟମ ଲୋଡା ।
ମାଙ୍ଗାଲୋରରେ ଅନୁଷ୍ଠିତ ଚମ୍ପିଆନସିପ୍‍ରେ ଅନ୍ୟତମ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଧାବକ ଅମ୍ଳାନ ବୋରଗୋହେନ । ସେ ମଧ୍ୟ ୨୦୧୯ରୁ ଏଚପିସିରେ ତାଲିମ ନେଉଛନ୍ତି । ଗତବର୍ଷ ୱାରାଙ୍ଗଲରେ ୨୦୦ ମିଟର ବିଭାଗରେ ଚିତ୍ତାକର୍ଷକ ଦୌଡ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବୋରଗୋହେନ୍‍ ୧୦୦ ମିଟର ବିଭାଗରେ ତାଙ୍କର ତିନିଟି ଦୌଡରେ ୧୦.୫୮, ୧୦.୫୫ ଓ ୧୦.୫୦ ସେକେଣ୍ଡରେ ଦୂରତା ଅତିକ୍ରମ କରିବା ସହିତ ରୌପ୍ୟ ପଦକ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ଥିବା ହିଲିଅର ପ୍ରକାଶ କରିଥିବାବେଳେ ଏହା ମଧ୍ୟ କହିଛନ୍ତି ଯେ, ଆଥଲେଟମାନଙ୍କ ପାଇଁ ସିଜନରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଯଥେଷ୍ଟ ସମୟ ମିଳିନଥିଲା । ତାଙ୍କ କହିବା ଅନୁଯାୟୀ ଆଥଲେଟମାନେ ଏବେ ମଧ୍ୟ ସାଧାରଣ ପ୍ରସ୍ତୁତି ପର୍ଯ୍ୟାୟରେ ରହିଛନ୍ତି ଏବଂ ମାତ୍ର ୮ ସପ୍ତାହ ଧରି ତାଲିମ ଦିଆଯାଇଛି । ଚୂଡାନ୍ତ ପର୍ଯ୍ୟାୟରେ ଅମ୍ଳାନ କେତେକ ତ୍ରୁଟି କରିଥିଲେ ଯାହାଦ୍ୱାରା ତାଙ୍କ ପାଇଁ ସ୍ୱର୍ଣ୍ଣ ପଦକ ମହଙ୍ଗା ପଡିଥିଲା, କିନ୍ତୁ ସେ ତାଙ୍କ ଭୁଲରୁ ଶିକ୍ଷାଲାଭ କରିଛନ୍ତି ଏବଂ ଭବିଷ୍ୟତରେ ସେ ଜଣେ ଉତ୍ତମ ଆଥଲେଟ ହୋଇ ବାହାରିବେ ।
ଯଦିଓ କୋଭିଡ ଜନିତ କଟକଣା କାରଣରୁ ତାଲିମ କାର୍ଯ୍ୟକ୍ରମରେ ସଂଶୋଧନ କରିବାକୁ ପଡୁଛି, ତଥାପି ଆଥଲେଟମାନେ ଯେଭଳି ତାହାଦ୍ୱାରା ପ୍ରଭାବିତ ନହୁଅନ୍ତି ଏବଂ ଏଭଳି ଚାଲେଞ୍ଜିଂ ସମୟରେ ସେମାନଙ୍କ ମାନସିକ ଅବସ୍ଥା ସୁସ୍ଥ ରହିବ, ତାହା ସୁନିଶ୍ଚିତ କରିବାକୁ ଉଦ୍ୟମ କରାଯାଉଥିବା ହିଲିଅର କହିଛନ୍ତି । ସେ ଦୃଢ ନିଶ୍ଚିତ ଯେ ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ଏଚପିସିରୁ ଅଧିକ ସଂଖ୍ୟାରେ ଆଥଲେଟ ୨୦୨୨ରେ ବେଶ୍‍ ପ୍ରଭାବଶାଳୀ ପ୍ରଦର୍ଶନ କରିବେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories