www.samajalive.in
Sunday, December 14, 2025
26.1 C
Bhubaneswar

ଆଧାର କାର୍ଡରେ ବ୍ୟାପକ ତ୍ରୁଟି, ପୁଅ କାର୍ଡରେ ବାପାଙ୍କ ତଥ୍ୟ

କଲମପୂର: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ଗୌନ୍ତିଆପଡାର ଗୋରେଖ ଛତ୍ରୀଆ(୪୯) ଦୀର୍ଘ ଦିନ ହେବ ଏକ ଅଜଣା ରୋଗରେ ପୀଡିତ ହୋଇଛନ୍ତି। ତେବେ ଗତ ଛଅ ମାସ ହେଲା ତାଙ୍କର ବାମ ଗୋଡ଼ ଓ ହାତ ପକ୍ଷାଘାତ ରୋଗରେ ପୀଡିତ ହୋଇଥିବା ବେଳେ ନାହିଁ ନଥିବା ଯନ୍ତ୍ରଣା ଭାଗୁଛନ୍ତି। ମା ଓ ବାପା ବୟସର ଅପରାହ୍ନରେ। ତେବେ ବହୁ କଷ୍ଟ କରି ଲୋକଙ୍କୁ ଧାର କରଜ କରିବା ସହ ଅଳ୍ପ ବହୁତ ଚିକିତ୍ସା କରିଥିଲେ, ବର୍ତ୍ତମାନ ଅର୍ଥ ଅଭାବ ଯୋଗୁଁ ନିଜ ଭାଗ୍ୟ ଆଦରି ବସିଛନ୍ତି ପୁରା ପରିବାର। ଅର୍ଥ ଅଭାବରୁ ବାପା ମାଆ ଚାହିଁ ମଧ୍ୟ ପୁଅର ଚିକିତ୍ସା କରିପାରୁ ନାହାନ୍ତି।

ଘର ଆର୍ଥିକ ଅବସ୍ଥା ଠିକ ନଥିବା ବେଳେ ବାପା ବୟସର ଅପରାହ୍ନରେ ମଧ୍ୟ ପର ଘରେ ମୂଲିଆ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ଅନ୍ୟପକ୍ଷରେ ଆଧାର କାର୍ଡରେ ତ୍ରୁଟି ରହିଥିବାରୁ ତାଙ୍କୁ ମାସିକ ଭତ୍ତା କିମ୍ବା କିଛି ସରକାରୀ ସହାୟତା ମିଳୁନାହିଁ। ବିଜୁ ସ୍ୱାସ୍ଥ୍ୟ କାର୍ଡ ମିଳିଥିଲେ ମଧ୍ୟ ଆଧାର କାର୍ଡରେ ଭୁଲ ତଥ୍ୟ ଯୋଗୁୁଁ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। ଆଧାର କାର୍ଡରେ ଗୋରେଖଙ୍କ କେବଳ ଫଟୋ ରହିଥିବା ବେଳେ ତଥ୍ୟ ନିଜ ବାପାଙ୍କର ରହିଯାଇଛି। ଏ ସମ୍ପର୍କରେ ଜୟପାଟଣା ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ କୌଶଲ୍ୟା ମାଝୀଙ୍କୁ ପଚାରିବାରୁ ସେ ନିଶ୍ଚୟ ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ କେବେ ଆଧାର ତ୍ରୁଟି ସଂଶୋଧନ ହେବ ଓ ଗୋରେଖ ସରକାରୀ ସହାୟତା ପାଇବେ ତାହା ଦେଖିବାକୁ ଅପେକ୍ଷା।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories