www.samajalive.in
Tuesday, December 9, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭଙ୍ଗ ମାମଲା: ନିରପେକ୍ଷ ତଦନ୍ତ ଚାହିଁଲେ ପଞ୍ଜାବ ସରକାର

ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରିବା ଅବସରରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ଭଙ୍ଗ ହୋଇଥିବା ମାମଲାର ଶୁଣାଣି ସୋମବାର ଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି । ଏହି ଘଟଣା ପାଇଁ ଦାୟୀ ପଞ୍ଜାବ ସରକାରଙ୍କ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ ସଂଗଠନ ‘ଲୟର୍ସ ଭଏସ’ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଛି । ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ତିନିଜଣିଆ ପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ତତ୍ୱାବଧାନରେ ଏହି ଘଟଣାର ତଦନ୍ତ କରାଯିବାକୁ ଆବେଦନକାରୀ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି । ଶୁଣାଣି ସମୟରେ ପଞ୍ଜାବ ସରକାରଙ୍କ ଆଡଭୋକେଟ ଜେନେରାଲ ଡି ଏସ ପଟୱାଲିଆ ସୁପ୍ରିମକୋର୍ଟରେ କହିଥିଲେ ଯେ ସମସ୍ତ ରେକର୍ଡକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କର ରେଜିଷ୍ଟ୍ରାର ଜେନେରାଲ ବିଚାର ପାଇଁ ଗ୍ରହଣ କରିଛନ୍ତି । ପଞ୍ଜାବ ସରକାରଙ୍କ ପକ୍ଷରୁ ଆଉ ମଧ୍ୟ କୁହାଯାଇଥିଲା ଯେ ରାଜ୍ୟ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାନଯିବ ସେଥିପାଇଁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି । ଏହି ଘଟଣାର ଅବାଧ ଶୁଣାଣି ନିମନ୍ତେ ଏକ ନିରପେକ୍ଷ କମିଟି ନିଯୁକ୍ତ କରିବାକୁ ପଞ୍ଜାବ ପକ୍ଷରୁ ସୁପ୍ରିମକୋର୍ଟରେ ନିବେଦନ କରାଯାଇଥିଲା ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories