www.samajalive.in
Friday, December 12, 2025
16.1 C
Bhubaneswar

ୱାକମ୍‍ ଖୋଲିଲା ଏକ୍ସପେରିଏନ୍ସ ସେଣ୍ଟର

ଭୁବନେଶ୍ୱର: ପେନ୍‍ ଟାବଲେଟ ବଜାରରେ ବିଶ୍ୱସ୍ତରରେ ଅଗ୍ରଣୀ ସ୍ଥାନରେ ରହିଥିବା ଏବଂ ସ୍ମାଟଫୋନଗୁଡିକ ପାଇଁ ଆବଶ୍ୟକ ହେଉଥିବା ପେନ୍‍ ଓ ମଲ୍‍ଟି ଟଚ୍‍ ସେନସନ ଉପକରଣ ତଥା ଟାବଲେଟ-ଭଳି ଉପକରଣର ଅଗ୍ରଣୀ ଯୋଗାଣକାରୀ ୱାକମ୍‍ ‘ସିଟି ଅଫ ଜୟ’ କୋଲକାତାରେ ତାହାର ପ୍ରଥମ ଏକ୍ସପେରିଏନ୍ସ ସେଣ୍ଟର ଶୁଭାରମ୍ଭ କରିଥିବା ଘୋଷଣା କରିଛି । ଏହି ନୂଆ ଏକ୍ସପେରିଏନ୍ସ ସେଣ୍ଟର ୱାକମ୍‍ର ସମସ୍ତ ଉତ୍ପାଦ ପାଇଁ ଏକକ ସ୍ଥଳ ଏବଂ ସମାଧାନ ସେବା ଯୋଗାଣକାରୀ କେନ୍ଦ୍ର ହେବ ଏବଂ ଏଠାରେ ନିକଟରେ ବଜାର ପ୍ରବେଶ କରିଥିବା ୱାକମ୍‍ ୱାନ, ୱାନ ବାଇ ୱାକମ୍‍, ଇନ୍‍ଟୁଓସ ଏବଂ ଇନ୍‍ଟୁଓସ ପ୍ରୋ ସମେତ ୱାକମ୍‍ର ସମସ୍ତ ଉତ୍ପାଦ ବର୍ଗ ଏଠାରେ ପ୍ରଦର୍ଶିତ ହେବ ।
ଏହି ଅବସରରେ ୱାକମ୍‍ ଇଣ୍ଡିଆର ସିନିୟର ଡାଇରେକ୍ଟର ରାଜୀବ ମଲିକ କହିଛନ୍ତି, ଏକ ସୃଜନଶୀନଳ ବିଶ୍ୱ ଭଳି ବ୍ରାଣ୍ଡ୍‍ର ତତ୍ୱକୁ ନେଇ ସୃଷ୍ଟି ହୋଇଥିବା ୱାକମ୍‍ ଏକ୍ସପେରିଏନ୍ସ ସେଣ୍ଟର ତ୍ରୁଟିଶୂନ୍ୟ ଭାବରେ ପ୍ରଯୁକ୍ତି, ଲାଇଫଷ୍ଟାଇଲ ଏବଂ ନବୋନ୍ମେଷକୁ ଏକତ୍ରିତ ଭାବରେ ଆଣି ଏକ ଅନନ୍ୟ, ନିୟୋଜନକାରୀ ଏବଂ ଅନ୍ତର୍ନିବେଶୀ ବ୍ୟବହାରକାରୀ ଅନୁଭୂତି ପ୍ରଦାନ କରିବ । ଆମ ଉତ୍ପାଦଗୁଡିକ ପରଖିବା ନେଇ ଗ୍ରାହକଙ୍କ ସାମର୍ଥ୍ୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଆମର ୱାକମ୍‍ ଏକ୍ସପେରିଏନ୍ସ ସେଣ୍ଟରଗୁଡିକ ସହିତ ତାହା ଯୋଗାଇଦେବାକୁ ସମର୍ଥ ହେବାନେଇ ଗର୍ବିତ ଅନୁଭବ କରୁଛୁ ।
ୱାକମ୍‍ ଏକ୍ସପେରିଏନ୍ସ ସେଣ୍ଟର ସହରର ନୂଆ ପିଢିର ସୃଜନକାରୀଙ୍କ ପାଇଁ ୱାନ ଷ୍ଟପ ସପ୍‍ ଭାବରେ ସେବା ଯୋଗାଇବ । ଡିଜିଟାଲ ଗଣମାଧ୍ୟମ ସହିତ କାର୍ଯ୍ୟ କରିବାକୁ ଆଗ୍ରହୀ ଉଦୀୟମାନ ଆର୍ଟିଷ୍ଟ, ଦୈନନ୍ଦିନ କାର୍ଯ୍ୟକଳାପରେ ହାତଲେକା ସହିତ ସଂଚାରର ସମ୍ମିଶ୍ରଣ ଘଟାଉଥିବା ଭିଜୁଆଲ ଚିନ୍ତାନାୟକ ଏବଂ ନିୟୋଜନକାରୀ ପୋଷ୍ଟଗୁଡିକ ବିକଶିତ କରିବାକୁ କଳାତ୍ମକ ଦୃଷ୍ଟିରୁ ପରିବର୍ଦ୍ଧିତ ଫଟୋ ଅଥବା ଭିଡିଓ ଆବଶ୍ୟକ କରୁଥିବା ସାମାଜିକ ଗଣମାଧ୍ୟମର କଣ୍ଟେଣ୍ଟ ପ୍ରସ୍ତୁତକାରୀମାନେ ଏକ ସୁଚିନ୍ତିତ କ୍ରୟ ନିଷ୍ପତ୍ତି ନେବାକୁ ୱାକମ୍‍ର ସମସ୍ତ ଓ ସମାଧାନ ସେବାର ଅନୁଭୂତି ଏଠାରେ ହାସଲ କରିପାରିବେ ।
ସଂପ୍ରତି ୱାକମ୍‍ର ଭାରତରେ ଦିଲ୍ଲୀ, ମୁମ୍ବଇ, ବାଙ୍ଗାଲୋର, ଚେନ୍ନଇ, ନଏଡା ଆଦି ସହର ସମେତ ମୋଟ ୮ଟି ଏକ୍ସପେରିଏନ୍ସ ସେଣ୍ଟର ରହିଛି । ୨୦୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ୱାକମ୍‍ ଏହି ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚାଇବା ଯୋଜନା ରଖିଛି । ନୂଆ ଏକ୍ସପେରିଏନ୍ସ ସେଣ୍ଟରଗୁଡିକ ପରିବ୍ୟାପ୍ତ ବର୍ଗର ଗ୍ରାହକଙ୍କକୁ ସେବା ଯୋଗାଇବାକୁ ଉଭୟ ମେଟ୍ରୋପଲିଟାନ ସହର ଏବଂ କ୍ଷୁଦ୍ର ସହରଗୁଡିକରେ ସ୍ଥାପନ କରାଯିବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories