www.samajalive.in
Sunday, December 14, 2025
17.1 C
Bhubaneswar

ଖଜିରାପାଟରେ ଖୋଲିଲା ଧାନ ମଣ୍ଡି

ପାଟଣା: ସାହାରପଡା ଲ୍ୟାମ୍ପସ ଅଧିନରେ ପୂର୍ବରୁ ୩ଟି ଶାଖାରେ ଧାନ କିଣା ଚାଲିଥିବା ବେଳେ ଇଂରାଜୀ ନବ ବର୍ଷର ପ୍ରଥମ ଦିନରେ ଆଉ ଏକ ନୂତନ ଧାନମଣ୍ଡି ଉଦଘାଟନ ହୋଇଛି। ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ସମ୍ମୁଖରେ ନୂତନ ଧାନମଣ୍ଡି ଖୋଲିଥିବା ବେଳେ ପ୍ରଥମ ଦିନରେ ୧୮ ଜଣ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ କରାଯାଇଛି। ପୂର୍ବରୁ ଏହି ଅଞ୍ଚଳର ଚାଷୀ ବିକ୍ରୟ ନିମନ୍ତେ ୧୦ କିଲୋମିଟର ରୁ ଉର୍ଦ୍ଧ ହେବ ଉଦୟପୁର ଶାଖାରେ ଧାନ ଦେଉଥିବାରୁ ଚାଷୀଙ୍କ ମନରେ ଅଶାନ୍ତି ଲାଗି ରହିଥିବା ବେଳେ ଖଜିରାପାଟରେ ଧାନମଣ୍ଡି ଖୋଲିବା ପାଇଁ ଦାବି ହେଇ ଆସୁଥିଲା। ତେବେ ଶନିବାର ଦିନ ଧାନମଣ୍ଡି ଖୋଲି ଥିବାରୁ ଚାଷୀ ଉତ୍ସାହିତ ହୋଇଛନ୍ତି।

ଏହି ଉଦଘାଟନୀ ଉତ୍ସବରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଫିତା କାଟି ଉନ୍ମୋଚନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷା କିରଣ ବାଳା ସିଂହ, ଗୋଷ୍ଠୀ ଉର୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ, ଖଜିରାପାଟ ସରପଞ୍ଚ ଗୀତାରାଣୀ ନାଏକ, ବିଜୁ କୃଷକ ଜନତା ଦଳର ସଭାପତି ଦୀପକ କୁମାର ରାଜ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକେସ୍ମିତା ନାୟକ ଓ ଲ୍ୟାମ୍ପସ ଏମଡି ରଞ୍ଜୁଶ୍ରୀ ରଂଜିତା ମହାନ୍ତ,ଧାନ କମିଟି ସଭାପତି ଉତ୍ତମ କୁମାର ଖଟୁଆ ଯୋଗ ଦେଇଥିଲେ। ଚାଷୀ ସଂଘ ଅନ୍ନଦାତା ତରଫରୁ ମଣ୍ଡି ଆସିଥିବା ଚାଷୀଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିବା ଚାଷୀ ହେମନ୍ତ କୁମାର ମହାନ୍ତ ପ୍ରକାଶ କରିଥିଲେ। ପ୍ରଥମ ଦିନରେ ୧୮ ଜଣ ଚାଷୀଙ୍କ ଠାରୁ ଧାନ କିଣା ଯିବା ନେଇ ଲ୍ୟାମ୍ପସ ଅଧିକାରୀ ମନବୋଧ ମହାନ୍ତ ଓ ବଳରାମ ମହାପାତ୍ର ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଚାଷୀ ଚିନ୍ତାମଣି ମହାନ୍ତ, ଭୋଳାନାଥ ମହାନ୍ତ, ତ୍ରିଲୋଚନ ମହାନ୍ତ, କୃପାସିନ୍ଧୁ ମହାନ୍ତ, ମନୋରଞ୍ଜନ ମହାନ୍ତ ଓ ବିଜୁ ଖଟୁଆ, ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories