ପାଶ୍ୱାନଙ୍କ ବିରୋଧରେ ଲଢ଼ିବେ ଝିଅ ଓ ଜ୍ୱାଇଁ

0

ପାଟନା : କେନ୍ଦ୍ରମନ୍ତ୍ରୀ ରାମବିଳାସ ପାୱାସଙ୍କ ଝିଅ ଆଶା ଦେବୀ ଓ ଜ୍ୱାଇଁ ନୀଲ ସାଧୁ ଆସନ୍ତା ଲୋକସଭା ନିର୍ବାଚନରେ ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ। କେବଳ ରାମବିଳାସଙ୍କ ବିରୋଧରେ ନୁହେଁ; ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ବିରୋଧରେ ମଧ୍ୟ ସେମାନେ ଲଢ଼ିବେ ବୋଲି ସାଧୁ ଘୋଷଣା କରିଛନ୍ତି। ପାରିବାରିକ ବିବାଦ କାରଣରୁ ସେମାନେ ଏଭଳି ନିଷ୍ପତ୍ତି ନେବା ସହ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବଙ୍କର ଭୂୟସୀ ପ୍ରୟଶାଂ କରିଛନ୍ତି। ତେଜସ୍ୱୀ ଟିକଟ ଦେଲେ ସେମାନେ ଆରଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଛନ୍ତି। ଆଶା ହେଉଛନ୍ତି ରାମବିଳାସଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀଙ୍କ କନ୍ୟା। ରାଜକୁମାରୀଙ୍କୁ ୧୯୮୧ରେ ଛାଡ଼ପତ୍ର ଦେଇ ଦୁଇ ବର୍ଷ ପରେ ରାମବିଳାସ ରୀନାଙ୍କୁ ବିବାହ କରିଥିଲେ। ଆଶାଙ୍କ ପ୍ରତି ପିଲାବେଳୁ ରାମବିଳାସ ଘୋର ଅନ୍ୟାୟ ଓ ଅବହେଳା କରିଥିବା ସାଧୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସାଧୁ ୨୦୧୫ ନିର୍ବାଚନରେ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‍ଜେପି)ରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଏହି ପରାଜୟ ପାଇଁ ସେ ଚିରାଗଙ୍କୁ ଦୋଷ ଦେଇଥିଲେ।

Leave A Reply