ପାରିକରଙ୍କ ବିକଳ୍ପ ଖୋଜା ଆରମ୍ଭ

0

ପାଣାଜି : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦୀର୍ଘ ଅସୁସ୍ଥତା ଯୋଗୁଁ ଆଉ ଦାୟିତ୍ୱ ସମ୍ଭାଳିବା ଅବସ୍ଥାରେ ନାହାନ୍ତି। ସେ ଦୃଷ୍ଟିରୁ ବିଜେପି ଏବେ ତାଙ୍କର ବିକଳ୍ପ ଖୋଜୁଛି। ସଭାପତି ଅମିତ ଶାହାଙ୍କ ନିର୍ଦେଶରେ ଆସନ୍ତା ସୋମବାର ଏକ ଦଳ ଏ ନେଇ ପାଣାଜି ଗସ୍ତ କରିବେ ବୋଲି ଜଣାପଡ଼ିଛି। ଏହି ଦଳରେ ରାମ ଲାଲଙ୍କ ସହିତ ବି.ଏଲ ସନ୍ତୋଷ ପାଣାଜି ଯାଉଥିବା ପ୍ରକାଶ। ୬୨ବର୍ଷୀୟ ପାରିକର କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ପ୍ରାୟ ୬ମାସ ହେଲା ଚିକିତ୍ସାଧୀନ ଅଛନ୍ତି। ଇତିମଧ୍ୟରେ ଦୁଇ ଦଫାରେ ପ୍ରାୟ ୪ମାସ ଆମେରିକାରେ ଚିକିତ୍ସିତ ହୋଇ ଫେରିଛନ୍ତି। ଗତ ସପ୍ତାହରେ ସେ ଆମେରିକାରୁ ଫେରିବା ପରେ ଏବେ ସ୍ଥାନୀୟ ଏକ ଡାକ୍ତରଖାନାରେ ଅଛନ୍ତି। ତାଙ୍କର ଆଉ କାର୍ଯ୍ୟ କରିବା କ୍ଷମତା ନାହିଁ ବୋଲି ଦଳୀୟ କର୍ତ୍ତୃପକ୍ଷଙ୍କୁ ସେ ଅବଗତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି।

Leave A Reply