ପୀଡ଼ିତା ନନ୍‍ଙ୍କ ଫଟୋ ପ୍ରକାଶ: ମାମଲା ରୁଜୁ କଲା ପୁଲିସ

0

କୋଚି : ଜଳନ୍ଧର ବିଶପ ଫ୍ରାଙ୍କୋ ମୁଲାକ୍କାଲଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା କେରଳ ନନ୍‍ଙ୍କ ଫଟୋ ପ୍ରକାଶ କରିଛି ମିସ୍‍ନାରିଜ୍‍ ଅଫ ଜେସସ୍‍। ଅଭିଯୁକ୍ତ ବିଶପ୍‍ଙ୍କ ସହିତ ନନ୍‍ଙ୍କ ଏହି ଫଟୋକୁ ନେଇ ବିବାଦ ସୃଷ୍ଟି ହେବା ପରେ ସଂସ୍ଥା ବିରୋଧରେ କୋଟ୍ଟାୟମ ପୁଲିସ ପକ୍ଷରୁ ମାମଲା ଦାୟର ହୋଇଛି। ପୀଡ଼ିତାଙ୍କର କୌଣସି ପ୍ରକାର ଫଟୋ କିମ୍ବା ପରିଚୟ ପ୍ରକାଶ ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ରହିଥିବାବେଳେ ସମ୍ପୃକ୍ତ ଧାର୍ମିକ ସଂସ୍ଥା ପକ୍ଷରୁ ଏହାର ଉଲ୍ଲଙ୍ଘନ କରାଯାଇଛି। ଏହି ଘଟଣାରେ ସ୍ଥନୀୟ ପୁଲିସକୁ ପୀଡ଼ିତା ନନ୍‍ଙ୍କ ବକ୍ତବ୍ୟ ରେକର୍ଡ କରିବାକୁ ନିର୍ଦେଶ ଦିଆଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶିତ ଫଟୋ ୨୦୧୫ ମେ ୨୩ରେ ଅନୁଷ୍ଠିତ ଏକ ଉତ୍ସବ ସମୟର ଏବଂ ଉଭୟ ଏମିତି ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତି ବୋଲି ସଂସ୍ଥା ପକ୍ଷରୁ ଦାବି କରାଯାଇଛି। କେବଳ ସେତିକି ନୁହେଁ; ବିଶପ୍‍ ଫ୍ରାଙ୍କୋଙ୍କ ବିରୋଧରେ ନନ୍‍ଙ୍କ ୫ଜଣ ସାଥୀ ଓ ଅନ୍ୟ ୪ଜଣ ଷଡ଼ଯନ୍ତ୍ର ଚଳାଇଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି।

Leave A Reply